ହାଇଦ୍ରାବାଦ: ଦୁଇ ଚକିଆ ଯାନ ନିର୍ମାତା କମ୍ପାନୀ ସୁଜୁକି ମୋଟର ସାଇକେଲ ଇଣ୍ଡିଆର ସୁଜୁକି ଆକ୍ସେସ 125 (Suzuki Access 125) ଭାରତୀୟ ବଜାରରେ ଏକ ଲୋକପ୍ରିୟ ସ୍କୁଟର । ଏବେ କମ୍ପାନୀ ଏହି ସ୍କୁଟି ପାଇଁ ଏକ ବଡ଼ ସଫଳତା ହାସଲ କରିଛି । କାରଣ କମ୍ପାନୀ ଏହି ମଡେଲର 60 ଲକ୍ଷ ସ୍କୁଟର ଏଯାବତ ଉତ୍ପାଦନ କରିସାରିଛି । ଏହି ସଂଖ୍ୟା ବଜାରରେ Suzuki Access 125ର ଲୋକପ୍ରିୟତାକୁ ଦର୍ଶାଉଛି ।
ଏହି ସଫଳତା ଉପରେ ପ୍ରତିକ୍ରିୟା ରଖି ସୁଜୁକି ମୋଟର ସାଇକେଲ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ କୋନିଚି ଉମେଦା କହିଛନ୍ତି, "Suzuki Access 125 ସ୍କୁଟରର 6 ମିଲିୟନ ଉତ୍ପାଦନ ସୁଜୁକି ମୋଟର ସାଇକେଲ ଇଣ୍ଡିଆ ଲାଗି ଏକ ମହତ୍ତ୍ବପୂର୍ଣ୍ଣ ମୁହୂର୍ତ୍ତ । ଏହା ଆମର ଗ୍ରାହକ ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ବଜାରରେ ଆକ୍ସେସ 125 ଲାଗି ବିଶ୍ବସନୀୟତାକୁ ପ୍ରଦର୍ଶିତ କରୁଛି । ସୁଜୁକି ଆକ୍ସେସ 125 ଦୁଇ ଚକିଆ ଶିଳ୍ପରେ ଲୋକପ୍ରିୟତା ହାସଲ କରିବା ଜାରି ରଖିଥିବା ବେଳେ ଆମେ ମଧ୍ୟ ଉତ୍ପାଦନ ଲାଗି ତତ୍ପର ଅଛୁ । ଯାହାକି ଦୁନିଆରେ ଗ୍ରାହକଙ୍କ ରାଇଡିଂ ଅଭିଜ୍ଞତାକୁ ବୃଦ୍ଧି କରିବ ।"
Suzuki Access 125ର ପାୱାରଟ୍ରେନ
ଏହି ସ୍କୁଟରକୁ ବର୍ଷ 2006ରେ ଭାରତୀୟ ବଜାରରେ ଲଞ୍ଚ କରାୟାଇଥିଲା । କମ୍ପାନୀ ଏହି ସ୍କୁଟରକୁ 125cc ସେଗମେଣ୍ଟରେ ଲଞ୍ଚ କରିଥିଲା । ସୁଜୁକି ମୋଟର ସାଇକେଲ ଏହି ସ୍କୁଟରରେ 124cc, ସିଙ୍ଗଲ-ସିଲିଣ୍ଡର ବ୍ୟବହାର କରିଛି, ଯାହାକି 8.6bhp ପାୱାର ଓ 10Nm ଟର୍କ ପ୍ରଦାନ କରିଥାଏ ।