ETV Bharat / technology

ମାର୍ଚ୍ଚ ଏହି ତାରିଖରେ ଲଞ୍ଚ ହେବ Nothing Phone 3a; ଜାଣନ୍ତୁ ଡିଜାଇନଠୁ ଦାମ - NOTHING PHONE 3A INDIA LAUNCH

ଆସନ୍ତା ମାର୍ଚ୍ଚ ମାସରେ ଲଞ୍ଚ ହେବାକୁ ଯାଉଛି ନଥିଙ୍ଗର ବହୁପ୍ରତିକ୍ଷିତ Nothing Phone 3a ସିରିଜ । ଏଥିରେ 2ଟି ଫୋନ ଲଞ୍ଚ କରିବ କମ୍ପାନୀ । ଅଧିକ ପଢନ୍ତୁ

Nothing Phone 3a series India Launch Date revealed
Nothing Phone 3a series India Launch Date revealed (Image: Nothing India)
author img

By ETV Bharat Tech Team

Published : Feb 6, 2025, 10:45 AM IST

ହାଇଦ୍ରାବାଦ: ବ୍ରିଟିଶ କମ୍ପାନୀ ନଥିଙ୍ଗ ଭାରତରେ ମାର୍ଚ୍ଚ 4 ତାରିଖରେ ଏହାର ବହୁ ପ୍ରତିକ୍ଷିତ ନଥିଙ୍ଗ ଫୋନ 3ଏକୁ ଲଞ୍ଚ କରିବାକୁ ଯାଉଛି । ଅପରାହ୍ନ ସାଢେ 3ଟାରେ ଆୟୋଜିତ ଲଞ୍ଚ ଇଭେଣ୍ଟରେ ବ୍ରାଣ୍ଡର ଏହି ଲାଟେଷ୍ଟ ସ୍ମାର୍ଟଫୋନ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ । ଏହି ସିରିଜରେ ଦୁଇଟି ମଡେଲ Phone 3a ଓ Phone 3a Pro ଲଞ୍ଚ ହୋଇପାରେ । ଏହି ଫୋନ ସହିତ ଗ୍ରାହକ ନଥିଙ୍ଗ ଫୋନରେ ଏକ ଫ୍ରେସ୍‌ ଡିଜାଇନ ପାଇବେ । ଏଥିରେ ଆଉ କଣ ଖାସ ନିମ୍ନରେ ଜାଣନ୍ତୁ ।

Nothing Phone 3a Series: ସ୍ପେଶିଫିକେସନ

  • ପ୍ରୋସେସର: X ସାଇଟ୍‌ରେ ଏକାଧିକ ଟିପଷ୍ଟରଙ୍କ ସୂଚନା ଅନୁସାରେ, ନଥିଙ୍ଗ ଫୋନ 3a କ୍ବାଲକମ୍‌ Snapdragon 7s Gen 3 ଚିପସେଟ୍‌ ସହିତ ଆସିପାରେ ଯାହାଦ୍ବାରା ଫୋନର କାର୍ଯ୍ୟଦକ୍ଷତା ଅଧିକ ଉନ୍ନତମାନର ହୋଇପାରିବ।
  • RAM ଓ ଷ୍ଟୋରେଜ: ଏହା 2ଟି ଅପସନ 8GB RAM+128GB ଓ 12GB RAM+256GB ସହିତ ଆସିପାରେ । କିନ୍ତୁ ପ୍ରୋ ମଡେଲ ଗୋଟିଏ ଅପସନ 12GB RAM+256GB ସହ ଆସିପାରେ ବୋଲି କୁହାଯାଉଛି ।
  • ଡିସପ୍ଲେ: ଏହି ସିରିଜର ଫୋନ 120Hz ରିଫ୍ରେସ ରେଟ୍‌ ସହିତ ବଡ଼ ଡିସପ୍ଲେ 6.8-inch FHD+ AMOLED ସହ ଆସିପାରେ । ଯାହାଦ୍ବାରା ଭିଜୁଆଲ୍‌ ଓ ଗେମ୍‌ ଖେଳିବା ସମୟରେ ଅଭିଜ୍ଞତା ଅଧିକ ଉନ୍ନତ ହୋଇପାରିବ ।
  • କ୍ୟାମେରା: ଟିପଷ୍ଟର ଅଭିଷେକ ଯାଦବଙ୍କ ଏକ X ପୋଷ୍ଟ ଅନୁସାରେ, ଏହା ଟ୍ରିପଲ କ୍ୟାମେରା ସେଟଅପ୍‌ ସହ ଆସିପାରେ । ଏଥିରେ 50MP ପ୍ରାଇମେରି ସେନ୍ସର, 50MP ଟେଲିଫଟୋ ଲେନ୍ସ (2x ଅପ୍ଟିକାଲ ଜୁମ୍‌) ଓ 8MP ଅଲଟ୍ରା-ୱାଇଡ କ୍ୟାମେରା ସହ ଆସିପାରେ । ସେଲ୍ଫି ଓ ଭିଡିଓ ଲାଗି ଏଥିରେ 32MP ଫ୍ରଣ୍ଟ କ୍ୟାମେରା ରହିଛି ।
  • ବ୍ୟାଟେରୀ ଓ ଚାର୍ଜିଂ: ଏହା 5000mAh ବ୍ୟାଟେରୀ ସହ ଆସିପାରେ ଯାହାକି 45W ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିବ ।
  • ଫୋନର ରିଅରରେ ଏକ Glyph ଇଣ୍ଟରଫେସ୍‌ LED ଲାଇଟିଂ ସିଷ୍ଟମ ରହିବ ।

Nothing Phone 3a: ଫ୍ଲିପକାର୍ଟ ଏକ୍ସକ୍ଲୁସିଭ୍‌ ସେଲ୍‌

ନଥିଙ୍ଗ ଏହାର ଫୋନ 3a ସିରିଜ ଲଞ୍ଚ କରିବା ଲାଗି ଦେଶର ପ୍ରମୁଖ ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟକୁ ଚୟନ କରିଛି । ଏହି ଫୋନ ମାର୍ଚ୍ଚ 4 ତାରିଖରେ ଭାରତୀୟ ବଜାରରେ ଲଞ୍ଚ ହେବା ପରେ ଗ୍ରାହକ ସଙ୍ଗେ ସଙ୍ଗେ ଫ୍ଲିପକାର୍ଟରୁ ଏହାକୁ କିଣିପାରିବେ । ଏ ନେଇ ଫ୍ଲିପକାର୍ଟରେ ଏକ ମାଇକ୍ରୋସାଇଟ୍‌ ଜାରି କରାଯାଇଛି ।

Phone 3a ଓ Pro ମଡେଲ ଭିତରେ ପ୍ରଭେଦ

ଏହି ଦୁଇଟି ମଡେଲ ମଧ୍ୟରେ ପ୍ରଭେଦ କଣ ରହିବ ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନି । କିନ୍ତୁ ଆଶା କରାଯାଉଛି Pro ଭାରିଏଣ୍ଟରେ ବେସ୍‌ ମଡେଲ ଅପେକ୍ଷା ଅତିରିକ୍ତ କ୍ୟାମେରା ଫିଚର, ଉନ୍ନତ ଡିସପ୍ଲେ କ୍ବାଲିଟି ରହିପାରେ । ନଥିଙ୍ଗ କମ୍ପାନୀ ଏହାର ଡିଜାଇନ ଓ ୟୁଜର ଅଭିଜ୍ଞତା ଲାଗି ଜଣାଶୁଣା । ଏଥର କମ୍ପାନୀ ଆକର୍ଷଣୀୟ ଲୁକ୍‌ ସାଙ୍ଗକୁ ଅତ୍ୟାଧୁନିକ ଫିଚର ସହ ନୂଆ ଫୋନ ଆଣିବ ବୋଲି ଆଶା କରାଯାଉଛି ।

Nothing Phone 3a
Nothing Phone 3a (Image Credit: Times Bull)

ଦାମ କେତେ ରହିବ ?

କହି ରଖୁଛୁ କି ଭାରତରେ ଏହାର ପୂର୍ବ ମଡେଲ Phone 2aର ମୂଲ୍ୟ 24 ହଜାର ଟଙ୍କା ଥିବାବେଳେ Phone 2a Plusର ଦାମ 28ହଜାର ଟଙ୍କା ତଳେ ରହିଛି । ନୂଆ Phone 3aର ଦାମ 30ହଜାର ଟଙ୍କା ଉପରେ ରହିପାରେ । ଫୋନଆରେନାର ଏକ ରିପୋର୍ଟ ଅନୁସାରେ, ନଥିଙ୍ଗ ଫୋନର ବେସ ଭାରିଏଣ୍ଟର ଦାମ 500 ଡଲାର (ପାଖାପାଖି 43ହଜାର ଟଙ୍କା) ଓ Pro ମଡେଲର ଦାମ 600 ଡଲାର (ପାଖାପାଖି 52ହଜାର ଟଙ୍କା) ରହିପାରେ ।

ଏହା ବି ପଢନ୍ତୁ
  1. ମାର୍ଚ୍ଚ 2025 ସୁଦ୍ଧା ଲଞ୍ଚ ହେବ Nothing Phone (3), ମିଳିବ ଅନେକ AI ଫିଚର
  2. ଦମଦାର ଡିଜାଇନ ସହ ଲଞ୍ଚ ହେଲା Nothing Phone (2a) ପ୍ଲସ; ଅନ୍ଧାରରେ କରିବ ଗ୍ଲୋ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.