ହାଇଦ୍ରାବାଦ: ପୁଣି ଘୁଞ୍ଚିଲା ଘରକୁ ଫେରିବା ତାରିଖ । ଏବେ ଫେବୃଆରୀରେ ନୁହେଁ ମାର୍ଚ୍ଚ ଶେଷ ଆଡ଼କୁ ପୃଥିବୀ ଫେରିପାରନ୍ତି ଭାରତୀୟ ବଂଶୋଦ୍ଭବ ତଥା ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ସହଯୋଗୀ ବଚ୍ ୱିଲମୋର । ଉଭୟ ଗତ ଜୁନ 5 ତାରିଖରେ ବୋଇଙ୍ଗ ଷ୍ଟାରଲାଇନର ସ୍ପେଶକ୍ରାଫ୍ଟରେ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ (ISS) ଯାଇଥିଲେ । ଏହି ଯାତ୍ରା ମାତ୍ର 8ଦିନର ଥିଲା । କିନ୍ତୁ ଷ୍ଟାରଲାଇନର ସ୍ପେଶକ୍ରାଫ୍ଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସୁନୀତା ଓ ୱିଲମୋର ମହାକାଶରେ ଫସିଥିଲେ । ଗତ ସେପ୍ଟେମ୍ବର 7 ତାରିଖରେ ଷ୍ଟାରଲାଇନର ଏକାକୀ ପୃଥିବୀ ଫେରିଥିଲା ।
କାହିଁକି ଫେବୃଆରୀ ବଦଳରେ ମାର୍ଚ୍ଚରେ ଫେରିବେ ସୁନୀତା ?
ମଙ୍ଗଳବାର ଆମେରିକୀୟ ସ୍ପେଶ ଏଜେନ୍ସି ନାସାର କହିବାନୁସାରେ, କ୍ରୁ-10 ମାର୍ଚ୍ଚ 2025ରେ ଲଞ୍ଚ ହୋଇପାରେ । କ୍ରୁ-10 ମିଶନରେ ମହାକାଶଚାରୀ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ ଗଲା ପରେ ହିଁ ଫସି ରହିଥିବା ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ସହଯୋଗୀ ୱିଲମୋର ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିବେ । ଯେହେତୁ କ୍ରୁ-10 ମିଶନକୁ ମାର୍ଚ୍ଚ ପର୍ଯ୍ୟନ୍ତ ଘୁଞ୍ଚାଯାଇଛି, ସେଥିଲାଗି ସୁନୀତା ଓ ୱିଲମୋରଙ୍କ ଫେରିବା ସମୟ ମଧ୍ୟ ବିଳମ୍ବ ହୋଇଛି ।
ଏହା ବି ପଢନ୍ତୁ |