ଓଡିଶା

odisha

ETV Bharat / technology

Siri ଡାଟା ଲିକ୍‌ କେସ୍‌; ଆପଲ୍‌ କହିଲା 'କାହାକୁ ବିକ୍ରି ହୋଇନି ବ୍ୟକ୍ତିଗତ ତଥ୍ୟ' - SIRI DATA LEAK CASE

Siri ବିରୋଧରେ ୟୁଜରଙ୍କ କଥାବାର୍ତ୍ତା ଶୁଣିବା ଓ ବ୍ୟକ୍ତିଗତ ତଥ୍ୟ ସେୟାର କରିବା ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛି ଆପଲ୍‌ । ଏହାକୁ ଖଣ୍ଡନ କରିବା ସହ ଏପରି ହୋଇନାହିଁ ବୋଲି କହିଛି ।

Apple denies allegations of selling Siri data
Apple denies allegations of selling Siri data (Photo Credit- Apple)

By ETV Bharat Tech Team

Published : 18 hours ago

ହାଇଦ୍ରାବାଦ:ଟେକ୍‌ ଜାଏଣ୍ଟ ଆପଲ୍‌ ସିରି ଡାଟା ଲିକ୍‌ ମାମଲା ନେଇ ଗୁରୁବାର ଏକ ବୟାନ ଜାରି କରିଛି । ମାର୍କେଟିଂ ପ୍ରୋଫାଇଲ ପାଇଁ ସିରି ଡାଟାର ବ୍ୟବହାର କରିବା କିମ୍ବା କୌଣସି ବ୍ୟକ୍ତିଗତ ଉଦ୍ଦେଶ୍ୟରେ ସିରି ଡାଟା ଅନ୍ୟ କାହାକୁ ବିକ୍ରି କରିନାହିଁ ବୋଲି ସ୍ପଷ୍ଟ କରିଛି । ଏହି ପ୍ରତିକ୍ରିୟା ସେତେବେଳେ ଆସିଛି ଯେତେବେଳେ ଆପଲ୍‌ ଏକ ସାମୂହିକ ମକଦ୍ଦମାରୁ ରକ୍ଷା ପାଇବା ଲାଗି 95 ମିଲିୟନ ଡଲାରର (ପ୍ରାୟ 800କୋଟିରୁ ଊର୍ଦ୍ଧ୍ବ ଟଙ୍କା) ବୁଝାମଣା କରିଛି । ଅଭିଯୋଗ ଥିଲା Siri ୟୁଜରଙ୍କ ବ୍ୟକ୍ତିଗତ କଥାବାର୍ତ୍ତାକୁ ରେକର୍ଡ କରୁଛି ।

ଆପଲ୍‌ Siri ସହିତ କମ୍ପାନୀର 'ଦୀର୍ଘକାଳୀନ ଗୋପନୀୟତା ପ୍ରତିବଦ୍ଧତା'ର ବିବରଣୀ ଦେଇ କହିଛି ଯେ 'ଆମେ Siriକୁ ଆହୁରି ସୁରକ୍ଷିତ କରିବା ଲାଗି ନିରନ୍ତର ଭାବେ ପ୍ରଯୁକ୍ତିବିଦ୍ୟାର ବିକାଶ କରୁଛି ଏବଂ ଏହାକୁ ଆଗକୁ ମଧ୍ୟ ଜାରି ରଖିବୁ ।' ଆଇଫୋନ ନିର୍ମାତା କମ୍ପାନୀ ଆହୁରି କହିଛି ଯେ Siri ସେତେ ପର୍ଯ୍ୟନ୍ତ ଅଡିଓ ରେକର୍ଡିଂ କରେନାହିଁ, ଯେତେବେଳ ପର୍ଯ୍ୟନ୍ତ ୟୁଜର ଅପ୍ଟ-ଇନ (ସିରି ସହ ପ୍ରତ୍ୟକ୍ଷ ଭାବେ ବାର୍ତ୍ତାଳାପ କରିବା) କରନ୍ତି ନାହିଁ । ଅପ୍ଟ-ଇନ ହେବା ପରେ କେବଳ ସେହି ସମୟ ଅଡିଓ ରେକର୍ଡିଂ ହୋଇଥାଏ ।

Siriର ବ୍ୟକ୍ତିଗତ ସମ୍ବନ୍ଧୀୟ ଫିଚର

  • ଆପଲ୍‌ ଏହାର ଭର୍ଚ୍ଚୁଆଲ ଆସିଷ୍ଟାଣ୍ଟ Siriର ବ୍ୟକ୍ତିଗତ ସମ୍ବନ୍ଧୀୟ ଫିଚର ସମ୍ପର୍କରେ ସୂଚନା ଦେଇଛି । ଏ ନେଇ କମ୍ପାନୀ କହିଛି, "ୟୁଜରଙ୍କ ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷିତ ରଖିବା ଲାଗି Siriକୁ ଏପରି ଡିଜାଇନ କରାଯାଇଛି, ଯେପରିକି ୟୁଜରଙ୍କ ଡିଭାଇସରେ ଯେତିକି କରିବାକୁ ଅନୁମତି ଥିବ ସିରି ସେତିକି କରିବ । ଫଳରେ ଆପଲ୍‌ ସର୍ଭରରେ ବ୍ୟକ୍ତିଗତ ତଥ୍ୟ ସ୍ଥାନାନ୍ତରିତ କରିବା ବିନା କାର୍ଯ୍ୟ କରିବାକୁ ଅନୁମତି ମିଳିଥାଏ ।"
  • ଆପଲ୍‌ ଆହୁରି ସ୍ପଷ୍ଟ କରିଛି ଯେ Siri ଯେତେବେଳେ ଅପଠିତ ମେସେଜକୁ ପଢେ କିମ୍ବା Widgets ଓ Siri Search ମାଧ୍ୟମରେ ପରାମର୍ଶ ଦିଏ, ଏହି ସମସ୍ତ ପ୍ରକ୍ରିୟା ୟୁଜରଙ୍କ ଡିଭାଇସରେ ହିଁ ହୋଇଥାଏ । ମେସେଜଗୁଡ଼ିକୁ ଆପଲ୍‌ ସର୍ଭରକୁ ପଠାଯାଏ ନାହିଁ । କମ୍ପାନୀ ଏହାର ସ୍ବୀକାର କରିଛି ଯେ କିଛି ଫିଚର ପାଇଁ ଆପଲ୍‌ ସର୍ଭର ରିଅଲ-ଟାଇମ ଇନପୁଟ୍‌ର ଆବଶ୍ୟକତା ପଡିଥାଏ । ସେତେବେଳେ Siri ସଠିକ ଫଳାଫଳ ଲାଗି ଯଥାସମ୍ଭବ କମ୍‌ ଡାଟାର ବ୍ୟବହାର କରେ ।
  • ଆପଲ୍ ଏହା ମଧ୍ୟ କହିଛି ଯେ, ଯେକୌଣସି ଯୁଜରଙ୍କ ଆପଲ୍ ଆକାଉଣ୍ଟ୍ କିମ୍ବା ଫୋନ୍ ନମ୍ବର ସହିତ ଲିଙ୍କ୍ କରିବା ପରିବର୍ତ୍ତେ Siri Search ଏବଂ ରିକ୍ବେଷ୍ଟଗୁଡ଼ିକୁ ଟ୍ରାକ୍ କରିବା ପାଇଁ ଏକ Random Identifier (ଅକ୍ଷର ଏବଂ ନମ୍ବରର ଏକ ଲମ୍ବା ଷ୍ଟ୍ରିଙ୍ଗ୍) ବ୍ୟବହାର କରେ । ଏହି ପଦ୍ଧତି ୟୁଜରଙ୍କର ପରିଚୟକୁ ବ୍ୟକ୍ତିଗତ ରଖିବାରେ ସାହାଯ୍ୟ କରେ ।

95 ମିଲିୟନ ଡଲାର ବୁଝାମଣା କଣ ?

ଗତ ସପ୍ତାହରେ ଆପଲ୍‌ର Siri ବିରୋଧରେ ୟୁଜରଙ୍କ କଥାବାର୍ତ୍ତାକୁ ଶୁଣିବା ଓ ରେକର୍ଡିଂ କରିବା ଅଭିଯୋଗ ହୋଇଥିଲା । ଏହି କେସ୍‌ରୁ ମୁକୁଳିବା ଲାଗି ଆପଲ୍‌ ପ୍ରାୟ 95 ମିଲିୟନ କୋଟି ଯାହାକି 814କୋଟିରୁ ଅଧିକ ଟଙ୍କାର ବୁଝାମଣା କରିଛି । 2019 ମସିହାରେ The Guardian ଖବରକାଗଜରେ ଏକ ଲେଖା ପ୍ରକାଶ ପାଇବା ପରେ ଏହି ମାମଲା କମ୍ପାନୀ ବିରୋଧରେ ରୁଜୁ ହୋଇଥିଲା ।

ଏହି କେସ୍‌ରେ ଅଭିଯୋଗକାରୀ ଏହା ମଧ୍ୟ ଅଭିଯୋଗ ଆଣିଥିଲେ ଯେ Apple ଏହି ରେକର୍ଡିଂକୁ ବିଜ୍ଞାପନଦାତାଙ୍କ ସହିତ ସେୟାର କରୁଛି । ନ୍ୟୁଜ ଏଜେନ୍ସିର APର ଏକ ରିପୋର୍ଟ ଅନୁସାରେ, ଯଦି ଏହି ଅଭିଯୋଗ ସତ ତେବେ ଆପଲ୍‌ ଫେଡେରାଲ ୱେୟାରଟାପିଂ ଆଇନ ଓ ବ୍ୟକ୍ତିଗତ ଆଇନର ଉଲ୍ଲଙ୍ଘନ କରିବ । କିନ୍ତୁ କମ୍ପାନୀ ଏହାକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଥିବା ବେଳେ ଟ୍ରାଏଲକୁ ଗଲେ କମ୍ପାନୀ ନିର୍ଦ୍ଦୋଷ ଭାବେ ପ୍ରମାଣିତ ହେବ ବୋଲି ମଧ୍ୟ କହିଛି ।

ଏଠାରେ କହି ରଖୁଛୁ କି, ସାଧାରଣତଃ ପ୍ରମୁଖ କମ୍ପାନୀଗୁଡିକ କୌଣସି ଆଇନଗତ ଖର୍ଚ୍ଚ ଏବଂ ସମ୍ଭାବ୍ୟ ଖରାପ ପ୍ରଚାର ପରିବର୍ତ୍ତେ ଏପରି ଆପୋଷ ବୁଝାମଣାରେ ସମସ୍ୟାର ସମାଧାନ କରିବାକୁ ଅଧିକ ପ୍ରାଧାନ୍ୟ ଦିଅନ୍ତି ।

ଏହା ବି ପଢନ୍ତୁ
  1. Siri ଆପଣଙ୍କ ଗୁଇନ୍ଦାଗିରି କରୁନି ତ ? Apple କଲା 95ମିଲିୟନ ଡଲାରର ବୁଝାମଣା
  2. iPhone SE 4ର ନାମ ପରିବର୍ତ୍ତନ କରିପାରେ ଆପଲ୍‌; ଲଞ୍ଚ ପୂର୍ବରୁ ଲିକ୍‌ ହେଲା ତଥ୍ୟ

ABOUT THE AUTHOR

...view details