ETV Bharat / entertainment

ପରଦାରେ 'ଗେମ ଚେଞ୍ଜର', ଫିଲ୍ମ ହିଟ୍ ନା ଫ୍ଲପ୍ ? ଜାଣନ୍ତୁ ରିଭ୍ୟୁ - GAME CHANGER X REVIEW

ରାମ ଚରଣଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ଗେମ୍ ଚେଞ୍ଜର' ରିଲିଜ ହୋଇଛି । ପ୍ରଥମ ଦିନରେ ଫିଲ୍ମ ଲୋକଙ୍କ ମନ ଜିତିବାରେ ସଫଳ ନା ବିଫଳ ? ଜାଣନ୍ତୁ ରିଭ୍ୟୁ..

GAME CHANGER X REVIEW
GAME CHANGER X REVIEW (film poster)
author img

By ETV Bharat Entertainment Team

Published : 5 hours ago

ହାଇଦ୍ରାବାଦ: ସାଉଥ ଷ୍ଟାର ରାମ ଚରଣ ଏବଂ ଅଭିନେତ୍ରୀ କିଆରା ଆଡଭାନୀଙ୍କ ଅଭିନୀତ ଫିଲ୍ମ 'ଗେମ ଚେଞ୍ଜର' ଆଜି ଜାନୁଆରୀ ୧୦ ତାରିଖରେ ସିନେମା ହଲରେ ମୁକ୍ତିଲାଭ କରିଛି । ଆନ୍ଧ୍ରପ୍ରଦେଶର କିଛି ପ୍ରେକ୍ଷାଳୟରେ 'ଗେମ ଚେଞ୍ଜର'ର ସ୍ୱତନ୍ତ୍ର ଶୋ' ଆରମ୍ଭ ହୋଇଥିଲା, ଯେଉଁଥିରେ ପ୍ରଥମ ଶୋ' ରାତି ୧ଟାରେ ଥିଲା । ପ୍ରଥମ ଦିନର ପ୍ରଥମ ଶୋ’ ଦେଖିବାକୁ ହଲରେ ଭିଡ଼ ଜମିଥିବା ବେଳେ ବର୍ତ୍ତମାନ ଫିଲ୍ମ ଦେଖି ନିଜ ପ୍ରତିକ୍ରିୟା ଦେଇଛନ୍ତି ଦର୍ଶକ, ଫ୍ୟାନ୍ସ ଏବଂ ସମାଲୋଚକ । ସୋସିଆଲ ମିଡିଆରେ ଫିଲ୍ମକୁ ନେଇ ମିଶ୍ରିତ ପ୍ରତିକ୍ରିୟା ମିଳୁଛି । ପ୍ରଥମ ଦିନରେ ଫିଲ୍ମ ଲୋକଙ୍କ ମନ ଜିଣିଲା କି ନାହିଁ ? ଜାଣନ୍ତୁ...

'ଗେମ ଚେଞ୍ଜର' ରିଭ୍ୟୁ

ଟ୍ରେଡ ଆନାଲିଷ୍ଟ ମନୋବାଲା ବିଜୟବାଲନ ଫିଲ୍ମକୁ 4 ରେଟିଂ ଦେବା ସହ ପୋଷ୍ଟରେ ଲେଖିଛନ୍ତି, “ଶଙ୍କର ଏକ ଉଲ୍ଲେଖନୀୟ ଚଳଚ୍ଚିତ୍ର ସହ କମବ୍ୟାକ କରିଛନ୍ତି। ଏହା ଏକ ଚମତ୍କାର ସିନେମାଟିକ୍, ଉତ୍କୃଷ୍ଟ ପ୍ରଦର୍ଶନ ଏବଂ ଶ୍ରେଷ୍ଠ ବୈଷୟିକ ଉପାଦାନଗୁଡ଼ିକର ମିଶ୍ରଣ ଏହି ଫିଲ୍ମ । ରାମ ଚରଣଙ୍କ ଅଭିନୟ ଦମଦାର ରହିଛି। କିଆରା ଆଡଭାନୀ ଏବଂ ଅଞ୍ଜଳି ସେମାନଙ୍କର ଭୂମିକା ବହୁତ ଭଲ ଭାବରେ ନିର୍ବାହ କରିଛନ୍ତି। ବଡ଼ ପରଦାରେ ଗୀତ ଏବଂ ଦୃଶ୍ୟ ଦେଖିବା ଏକ ଆନନ୍ଦଦାୟକ ଅନୁଭବ। ଗେମ୍ ଚେଞ୍ଜରକୁ ଏକ "ପ୍ରଭାବଶାଳୀ ବାଣିଜ୍ୟିକ ମନୋରଞ୍ଜନକାରୀ ।"

ସେହିପରି ଫିଲ୍ମର ସବୁଠାରୁ ଚର୍ଚ୍ଚିତ ମୁଖ୍ୟ ଘଟଣାଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ରାମ ଚରଣଙ୍କ ଦମଦାର ପରିଚୟ ଦେଉଥିବା ସିନ । ରାମ ଚରଣ ତାଙ୍କର ଦମଦାର ସ୍କ୍ରିନ ଉପସ୍ଥିତି ସହ ବଡ଼ ପରଦାରେ ରାଜ୍ କରୁଥିବାରୁ ଫ୍ୟାନ୍ସ ଏହାକୁ ପ୍ରଶଂସା କରିଛନ୍ତି। ଜଣେ ଫ୍ୟାନ୍ସ ଟ୍ୱିଟ୍ କରିଛନ୍ତି, 'ପ୍ରଥମ ଅର୍ଦ୍ଧ ୪.୫/୫ । ଏପର୍ଯ୍ୟନ୍ତ, ମଜା, ମସଲା, ମନୋରଞ୍ଜନକାରୀ ଥିଲା । ବହୁତ ଭଲ। ଆମ ପାଇଁ ଏ ହିଁ ଶଙ୍କର ।

ଆଉ ଜଣେ ଲେଖିଛନ୍ତି, ଏହି ମାସ୍ ଲେବେଲ ଫିଲ୍ମଟି ମଜାଦାର ଏବଂ ପୂର୍ଣ୍ଣ ମସଲା ମନୋରଞ୍ଜନ। ଏହା ଏକ ମହାନ ଫିଲ୍ମ, ଏହା ଏସ୍ ଶଙ୍କରଙ୍କ ଶକ୍ତି, ଟେକ୍ନାକାଲି ଭାବରେ ଏହି ଫିଲ୍ମଟି ବହୁତ ଭଲ। ଆଉ ଜଣେ ଜୁନିଅର ଏନଟିଆରଙ୍କ ଫିଲ୍ମ ଦେବରା ସହ ତୁଳନା କରି କହିଛନ୍ତି, ଗେମ ଚେଞ୍ଜର ରିଭ୍ୟୁ ୪.୫/୫ । ସାନଦାର ଟେକନିକ୍ ସହିତ ମଜା, ବହୁଳ ମନୋରଞ୍ଜନ। ଶଙ୍କର ଏକ ଚମତ୍କାର କଲେ। ଗେମ୍ ଚେଞ୍ଜର୍ ନିଶ୍ଚିତ ଭାବରେ ରୋମାଞ୍ଚ ଏବଂ ମନୋରଞ୍ଜନ ମୂଲ୍ୟ ଦୃଷ୍ଟିରୁ 'ଦେବରା'କୁ ପଛରେ ପକାଇ ଦେଇଛି । ଆଉ ଜଣେ ୟୁଜର ଲେଖିଛନ୍ତି, "ଫିଲ୍ମର ପ୍ରଥମାର୍ଦ୍ଧ ବହୁତ ମନୋରଞ୍ଜନକାରୀ । ଚିତ୍ରନାଟ୍ୟ ବହୁତ ଭଲ, ଶଙ୍କର ସାର୍ ବହୁତ ଭଲ ନିର୍ଦ୍ଦେଶନା ଦେଇଛନ୍ତି । ରାମ ଚରଣଙ୍କ ଅଭିନୟ ବହୁତ ଉତ୍କୃଷ୍ଟ । ସଙ୍ଗୀତ ବହୁତ ଭଲ, ବିଶେଷକରି ଧୂପ । ଗୀତଟି ହଲିଉଡ୍ ସ୍ତରର ।

ଏହା ମଧ୍ୟ ପଢନ୍ତୁ: 'ଗେମ ଚେଞ୍ଜର' ପ୍ରି-ରିଲିଜ ଇଭେଣ୍ଟରେ 2 ଫ୍ୟାନ୍ସ ମୃତ, ଆର୍ଥିକ ସହାୟତା ଦେଲେ ରାମ ଚରଣ-ପୱନ କଲ୍ୟାଣ

'ଗେମ ଚେଞ୍ଜର' ବିଷୟରେ କହିବାକୁ ଗଲେ, ଶ୍ରୀ ଭେଙ୍କଟେଶ୍ୱର କ୍ରିଏସନ୍ ଦ୍ୱାରା ନିର୍ମିତ କରିଥିବା ବେଳେ ଏଥିରେ ରାମ ଚରଣଙ୍କ ବ୍ୟତୀତ କିଆରା ଆଡଭାନୀ, ଅଞ୍ଜଲି, ଏସ.ଜେ ସୂର୍ଯ୍ୟ, ଶ୍ରୀକାନ୍ତ, ଜୟରାମ, ସୁନୀଲ, ସାମୁଥିରକାନି ଏବଂ ନାସରଙ୍କୁ ପ୍ରମୁଖ କଳାକାର ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ରାମ ଚରଣଙ୍କ 'ଗେମ୍ ଚେଞ୍ଜର'ର ରନ୍ ସମୟ ହେଉଛି 2 ଘଣ୍ଟା 45 ମିନିଟ୍ । ନିର୍ଦ୍ଦେଶକ ଶଙ୍କର ଏହାର ନିର୍ଦ୍ଦେଶନା ଦେଇଛନ୍ତି । ଯିଏ ପୂର୍ବରୁ 'ହିନ୍ଦୁସ୍ତାନୀ', 'ଇଣ୍ଡିଆନ୍ ୨', 'ଅପରିଚିତ', 'ରୋବଟ୍' ଭଳି ହିଟ୍ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.