ETV Bharat / state

ଚଢାଉବେଳେ ଅବକାରୀ କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ, 10ରୁ ଉର୍ଦ୍ଧ୍ବ ଅଟକ - ATTACK ON EXCISE OFFICIALS

ଆଦିବାସୀଙ୍କ ମେରିଆ ପୂଜା ଚାଳିଥିବାବେଳେ ଗାଁରେ ଅବକାରୀ ବିଭାଗର ଚଢାଉ । ବିରୋଧ କରି ଅବକାରୀ ବିଭାଗ କର୍ମଚାରୀଙ୍କୁ ଗ୍ରମବାସୀଙ୍କ ଆକ୍ରମଣ। ଥାନାରେ 10ରୁ ଉର୍ଦ୍ଧ୍ବ ଅଟକ ।

ATTACK ON EXCISE OFFICIALS
ATTACK ON EXCISE OFFICIALS (ETV Bharat Odisha)
author img

By ETV Bharat Odisha Team

Published : 6 hours ago

ଭବାନୀପାଟଣା: ବେଆଇନ ମଦ କାରବାର ଉପରେ ଚଢାଉ ବେଳେ ଆକ୍ରମଣର ଶିକାର ପୋଲିସ । ଆଦିବାସୀଙ୍କ ମେରିଆ ପୂଜା ଚାଲିଥିବାବେଳେ ଗାଁରେ ଅବକାରୀ ବିଭାଗର ଚଢାଉକୁ ବିରୋଧ ହୋଇଛି । ଚଢାଉ ପାଇଁ ଯାଇଥିବା ଅବକାରୀ କର୍ମଚାରୀଙ୍କୁ ନିର୍ଦ୍ଧୁମ ଛେଚିବା ସହ ଗ୍ରାମବାସୀମାନେ ପୋଲିସ ଗାଡିକୁ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି କଳାହାଣ୍ଡି ଜିଲ୍ଲାରୁ।

ATTACK ON EXCISE OFFICIALS (ETV Bharat Odisha)

କ'ଣ ଥିଲା ସମ୍ପୂର୍ଣ୍ଣ ଘଟଣା ?

ଏନେଇ କଳାହାଣ୍ଡି ଜିଲ୍ଲା ଅବକାରୀ ସୁପରିଟେଣ୍ଡ ସୂଚନା ଦେଇଛନ୍ତି । "ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଭଟାଙ୍ଗପଦର ପଞ୍ଚାୟତ କନର୍ଲା ଗାଁରେ ବିପୁଳ ବେଆଇନ ମଦ କାରବାର ହେଉଥିବା ନେଇ ଅବକାରୀ ବିଭାଗ ଖବର ପାଇବା ପରେ ସେହି ଗାଁରେ ଚଢାଉ କରିଥିଲା । ହେଲେ ଏହି ସମୟରେ ଗାଁର ଇଷ୍ଟଦେବୀଙ୍କ ନିକଟରେ ମେରିଆ ପୂଜା କରୁଥିଲେ ଗ୍ରାମବାସୀ । ତେବେ ଏହି ଚଢାଉକୁ ଘୋର ବିରୋଧ କରି ଗ୍ରାମବାସୀ ଅବକାରୀ ବିଭାଗକୁ ଗାଁରୁ ଚାଲିଯିବାକୁ କହିବା ସହିତ ଆକ୍ରମଣ କରିଥିଲେ । ଫଳର ଦୁଇଜଣ ଅବକାରୀ କନେଷ୍ଟବଳ ଆହତ ହୋଇଥିବାବେଳେ ଗାଡ଼ିକୁ ମଧ୍ୟ ଭାଙ୍ଗି ଦେଇଛନ୍ତି ଲୋକେ। ଏ ସଂକ୍ରାନ୍ତରେ ଭବାନୀପାଟଣା ସଦର ଥାନାରେ ବିଭାଗ ପକ୍ଷରୁ ଏତଲା ଦିଆଯାଇଛି । "

ATTACK ON EXCISE OFFICIALS
ATTACK ON EXCISE OFFICIALS (ETV Bharat Odisha)

୧୦ରୁ ଉର୍ଦ୍ଧ୍ବ ଅଟକ, ଥାନା ଘେରିଲେ ଗ୍ରାମବାସୀ :

କନର୍ଲା ଗ୍ରାମରେ ଆଦିବାସୀ ସମେତ ବିଭିନ୍ନ ବର୍ଗର ଲୋକ ବସବାସ କରୁଥିବାରୁ କନର୍ଲା ଗ୍ରାମରେ ପରମ୍ପରା ଅନୁଯାୟୀ ମେରିଆ ପୂଜା ଥିଲା । ପୂଜା ସମୟରେ ମଦ ବ୍ୟବହାର ହୋଇଥାଏ । ସେଥିପାଇଁ ମଦ ଥିଲା କିନ୍ତୁ ଅବକାରୀ ବିଭାଗ ବେଆଇନ ମଦ କାରବାର ହେଉଛି ବୋଲି ମିଥ୍ୟା ଭାବେ ଚଢାଉ କରିଥିଲେ ବୋଲି ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ସେପଟେ ଅବକାରୀ ବିଭାଗର ଅଭିଯୋଗ ପରେ ପୋଲିସ ୧୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ଉଠାଇ ଆଣିବାକୁ ବିରୋଧ କରି ଭବାନୀପାଟଣା ସଦର ଥାନାକୁ ଘେରାଉ କରିଥିଲେ ଗ୍ରାମବାସୀ ।

ଏମିତି କହିଲେ ଗ୍ରାମବାସୀ...

ଏନେଇ କନର୍ଲା ଗ୍ରାମବାସୀ ଶାନ୍ତି ମାଝୀ କହିଛନ୍ତି ,"ଆମେ ପରବ ପାଳୁଥିଲୁ। କିନ୍ତୁ ପୋଲିସ ଆସି ଆମର କିଛି ଳୋକଙ୍କୁ ଧରି ଆଣିଛନ୍ତି । ସେଥିପାଇଁ ଆମେ ଥାନାକୁ ଆସିଛୁ । ଆମେ ମଦ ବିକ୍ରି କରୁନଥିଲୁ । ଆମେ ଆମର ପରମ୍ପରା ଅନୁଯାୟୀ ମେରିଆ ପୂଜା ପାଇଁ ମଦ ରଖିଥିଲୁ । ହେଲେ ସେମାନେ ସବୁ ମଦକୁ ଫିଙ୍ଗିଦେଲେ । ସେଥିପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ।"

ଆମେ ମଦ ବିକ୍ରି କରୁନଥିଲୁ...

ସେହିପରି ଅନ୍ୟ ଜଣେ ଗ୍ରାମବାସୀ ପ୍ରକାଶ ମାଝୀ କହିଛନ୍ତି," ଆମେ କନ୍ଧ ଆଦିବାସୀ ଲୋକ। ଆମେ ଅମର ମାରିଆ ପୂଜା ଓ ନୂଆଁ ଶିମ୍ବ ପୂଜା କରୁଥିଲୁ । ହେଲେ ସେମାନେ ଜାଣିବା କଥା ଯେ ପରମ୍ପରା ଅନୁଯାୟୀ ମଦ ନହେଲେ ଆମର ପୂଜା ପାଠ ହୋଇ ପାରିବ ନାହିଁ । କିନ୍ତୁ ସେମାନେ ପୂଜା ପାଇଁ ରଖିଥିବା ମଦକୁ ଫିଙ୍ଗିବା ସହିତ ଜୋତା ପିନ୍ଧି ପୂଜା ସ୍ଥାନକୁ ପଶିଲେ । ତେଣୁ ଏଭଳି କାଣ୍ଡ ଘଟିଲା ।"

ଏହା ମଧ୍ୟ ପଢନ୍ତୁ...ପୋଲିସକୁ ଦେଖିଲେ ଡରୁଛନ୍ତି ନବ ଦାସଙ୍କ ପୁଅ ବିଶାଲ ! IGଙ୍କୁ ମାଗିଲେ ସୁରକ୍ଷା - VISHAL DAS SEEK PROTECTION

ଏହା ମଧ୍ୟ ପଢନ୍ତୁ...ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ, 2 ଗିରଫ - ATTACK ON JOURNALIST

ଏହା ମଧ୍ୟ ପଢନ୍ତୁ...ପୋଲିସ ମିତ୍ର ହତ୍ୟାକାଣ୍ଡ: ମାଷ୍ଟରମାଇଣ୍ଡ ସହ ୫ ଗିରଫ, କାରଣ ପୂର୍ବ ଶତ୍ରୁତା - POLICE MIRTA MURDER CASE

ଏମିତି କହିଲେ ଜିଲ୍ଲା ଅବକାରୀ ଆରକ୍ଷୀ ଅଧୀକ୍ଷକ:

ଘଟଣାକୁ ନେଇ କଳାହାଣ୍ଡି ଜିଲ୍ଲା ଅବକାରୀ ବିଭାଗ ଆରକ୍ଷୀ ଅଧିକ୍ଷକ ରଞ୍ଜନ ନାଏକ କହିଛନ୍ତି,"ସଦର ଅବକାରୀ ଟିମ କନର୍ଲା ଗାଁକୁ ଯାଇଥିଲେ । ଖବର ଥିଲା ଯେ ସେଠାରେ ବେଆଇନ ଭାବରେ ମଦ ବିକ୍ରି ହୁଏ ବୋଲି । ଅବକାରୀ ବିଭାଗ ମଧ୍ୟ ନିଶ୍ଚିତ ହୋଇଥିଲା ସେଠାରେ ବେଆଇନ ମଦ ବିକ୍ରି ହେଉଛି ବୋଲି କିନ୍ତୁ ଗ୍ରାମବାସୀ ଉତ୍ୟକ୍ତ ହୋଇ ଦୁଇ ଜଣ କନେଷ୍ଟବଳକୁ ଆକ୍ରମଣ କରିଥିଲେ । ଗ୍ରାମବାସୀ ସେମାନଙ୍କ କହିବା ଅନୁଯାୟୀ ଗାଁରେ ଗୋଟେ ପର୍ବ ଚାଲିଥିଲା । ଏନେଇ ଆମେ ସଦର ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛୁ।"

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.