ଓଡିଶା

odisha

ETV Bharat / technology

ଆଜି ଚନ୍ଦ୍ର ପଛରେ ଲୁଚିବ ଶନି; ୧୮ବର୍ଷ ପରେ ଆଲୌକିକ ମହାଜାଗତିକ ରୋମାଞ୍ଚକର ଲୁଚକାଳି ଖେଳ, ସତର୍କ ରୁହନ୍ତୁ ଏହି ୫ ରାଶି - Shani Chandra Grahan - SHANI CHANDRA GRAHAN

Shani Chandra Grahan 2024: ଭାରତରେ ୧୮ ବର୍ଷ ପରେ ଶନି ଚନ୍ଦ୍ର ଗ୍ରହଣ ଦେଖିବାକୁ ମିଳିବ । ବୈଜ୍ଞାନିକଙ୍କ ଅନୁସାରେ, ରାତିରେ କିଛି ସମୟ ପାଇଁ ଚନ୍ଦ୍ର ପଛରେ ଲୁଚିଯିବ ଶନି । ଯାହାକୁ ଖାଲି ଆଖିରେ ଦେଖିପାରେବେ । ତେବେ କେଉଁ ସମୟରେ ଏବଂ କିପରି ଏହି ଅଦ୍ଭୁତ ଦୃଶ୍ୟ ଦେଖିହେବ ? ଜାଣନ୍ତୁ,

ଆଜି ଚନ୍ଦ୍ର ପଛରେ ଲୁଚିବ ଶନି, ୧୮ବର୍ଷ ପରେ ଏହି ଆଲୌକିକ ଦୃଶ୍ୟ ଦେଖିବ ଦେଶ
ଆଜି ଚନ୍ଦ୍ର ପଛରେ ଲୁଚିବ ଶନି, ୧୮ବର୍ଷ ପରେ ଏହି ଆଲୌକିକ ଦୃଶ୍ୟ ଦେଖିବ ଦେଶ (Getty)

By ETV Bharat Odisha Team

Published : Jul 24, 2024, 1:05 PM IST

Updated : Jul 24, 2024, 1:47 PM IST

ହାଇଦ୍ରାବାଦ:ଆଜି ଆକାଶରେ ଏକ ବିରଳ ଘଟଣା ଘଟିବାକୁ ଯାଉଛି । ଆପଣ ଚନ୍ଦ୍ରଗ୍ରହଣ ବିଷୟରେ ପୂର୍ବରୁ ଜାଣିଛନ୍ତି କିନ୍ତୁ ଶନି ଚନ୍ଦ୍ରଗ୍ରହଣ ବିଷୟରେ ଶୁଣିଛନ୍ତି କି ? ହଁ, ଆଜ୍ଞା ଏହା ସତ । ଆଜି ଏଭଳି କିଛି ବିରଳ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ । ଦୀର୍ଘ ୧୮ ବର୍ଷ ପରେ ଭାରତରେ ଏଭଳି ସୁଯୋଗ ଆସିଛି । ଆଜି ଅର୍ଥାତ୍ ୨୪ ଜୁଲାଇ ୨୦୨୪ର ରାତିରେ ଆମେ ସମସ୍ତେ ଏହି ଘଟଣାର ଦେଖିପାରିବା । ବୈଜ୍ଞାନିକଙ୍କ ଅନୁସାରେ, ରାତିରେ କିଛି ସମୟ ପାଇଁ ଚନ୍ଦ୍ର ପଛରେ ଲୁଚିଯିବ ଶନି ଏବଂ ଚନ୍ଦ୍ରର ପାର୍ଶ୍ୱ ଏକ ବଳୟ ପରି ଦେଖାଯିବ । ଏହି ଶନି ଚନ୍ଦ୍ରଗ୍ରହଣ ପ୍ରଭାବରେ ଅନେକ ରାଶି ମଧ୍ୟ ପ୍ରଭାବିତ ହେବ ।

ଶନି ଚନ୍ଦ୍ର ଗ୍ରହଣ (Getty)

ଶନି ଚନ୍ଦ୍ରଗ୍ରହଣ କେବେ ଦୃଶ୍ୟମାନ ହେବ ?

ଏହି ବିରଳ ଘଟଣା ୨୪-୨୫ ଜୁଲାଇ ମଧ୍ୟରାତ୍ରିରେ ଘଟିବାକୁ ଯାଉଛି । ବୈଜ୍ଞାନିକଙ୍କ ଅନୁଯାୟୀ ଏହି ସମୟରେ ରାତିରେ କିଛି ଘଣ୍ଟା ପାଇଁ ଆକାଶରେ ଦୃଶ୍ୟମାନ ହେବ । ଯେତେବେଳେ ଶନି ଚନ୍ଦ୍ର ପଛରେ ଲୁଚିଯିବ ସେତେବେଳେ ଚନ୍ଦ୍ରଗ୍ରହଣ ଘଟିବ। ଚନ୍ଦ୍ର ପଛରେ ଲୁଚି ରହିଥିବାରୁ ଶନି ଚନ୍ଦ୍ର ପାର୍ଶ୍ୱରୁ ଏକ ବଳୟ ପରି ଦେଖାଯିବ । ବୈଜ୍ଞାନିକମାନେ ଏହାକୁ ଶନି ଚନ୍ଦ୍ରଗ୍ରହଣ (Lunar Occultation of Saturn) ବୋଲି ନାମିତ କରିଛନ୍ତି ।

ଶନି ଚନ୍ଦ୍ର ଗ୍ରହଣ (Getty)

କେଉଁ ସମୟରେ ଦେଖାଯିବ ଶନି ଚନ୍ଦ୍ରଗ୍ରହଣ ?

ସୂଚନା ଅନୁଯାୟୀ, ଜୁଲାଇ ୨୪ରେ ମଧ୍ୟରାତ୍ରୀ ୧: ୩୦ମିନିଟରୁ ଏହି ବିରଳ ଦୃଶ୍ୟ ଧୀରେ ଧୀରେ ବୃଦ୍ଧି ପାଇବ ଏବଂ ୧୫ ମିନିଟ ମଧ୍ୟରେ ଚନ୍ଦ୍ର ଶନିକୁ ସମ୍ପୂର୍ଣ୍ଣ ରୂପେ ଲୁଚାଇଦେବ । ପ୍ରାୟ ୪୫ ମିନିଟ ପରେ ଅର୍ଥାତ୍ ରାତି ୨:୨୫ ମିନିଟରେ ଶନି ଚନ୍ଦ୍ର ପଛରୁ ବାହାରୁଥିବା ଦେଖାଯିବ । ଅର୍ଥାତ୍ ଏହି ବିରଳ ଦୃଶ୍ୟ ଆକାଶରେ ଆଜି ମଧ୍ୟରାତ୍ରି 1:30 ରୁ 2:25 ପର୍ଯ୍ୟନ୍ତ ଚାଲିବ ।

ଶନି ଚନ୍ଦ୍ର ଗ୍ରହଣ (Getty)

ଶନି ଚନ୍ଦ୍ରଗ୍ରହଣ କେଉଁଠାରେ ଦେଖାଯିବ ?

ଶନି ଚନ୍ଦ୍ରଗ୍ରହଣର ଦୃଶ୍ୟ କେବଳ ଭାରତରେ ନୁହେଁ ଅନ୍ୟ ପଡୋଶୀ ଦେଶରେ ମଧ୍ୟ ଦେଖାଯିବ । ତେବେ ବିଭିନ୍ନ ଦେଶ ଅନୁଯାୟୀ ସମୟ ମଧ୍ୟରେ କିଛି ପାର୍ଥକ୍ୟ ରହିବ । ଶନି ଚନ୍ଦ୍ରଗ୍ରହଣର ଘଟଣା ଶ୍ରୀଲଙ୍କା, ମିଆଁମାର, ଚୀନ୍ ଏବଂ ଜାପାନ ଭଳି ଦେଶରେ ମଧ୍ୟ ଦେଖିବାକୁ ମିଳିବ । ଆପଣ ଖୋଲା ଆଖିରେ ମଧ୍ୟ ଏହି ଘଟଣା ଦେଖିପାରିବେ । ତଥାପି, ଶନିଙ୍କ ବଳୟ ଦେଖିବା ପାଇଁ ଆପଣଙ୍କୁ ଟେଲିସ୍କୋପ ଆବଶ୍ୟକ ହୋଇପାରେ ।

ଅକ୍ଟୋବରରେ ଶନି ଚନ୍ଦ୍ରଗ୍ରହଣ ପୁନର୍ବାର ଘଟିବ

ତିନିମାସ ପରେ, ଶନି ଚନ୍ଦ୍ରଗ୍ରହଣର ଘଟଣା ୧୪ ଅକ୍ଟୋବର ୨୦୨୪ ରେ ପୁଣି ଥରେ ଆକାଶରେ ଦେଖାଯିବ । ମେଘୁଆ ଆକାଶ କିମ୍ବା 24-25 ଜୁଲାଇ 2024 ର ମଧ୍ୟରାତ୍ରିରେ ଯଦି ଆପଣ ଏହି ଘଟଣା ଦେଖିବାକୁ ସକ୍ଷମ ନୁହଁନ୍ତି, ତେବେ ଆପଣଙ୍କୁ ନିରାଶ ହେବାର ଆବଶ୍ୟକତା ନାହିଁ । ଅକ୍ଟୋବରରେ ଆପଣ ଏହାକୁ ପୁଣି ଦେଖିପାରିବେ ।

ଏହା ମଧ୍ୟ ପଢନ୍ତୁ: ଚନ୍ଦ୍ରଗ୍ରହଣର କାରଣ ଓ ନିୟମ କଣ ରହିଛି, ଜାଣନ୍ତୁ

ଶନି ଚନ୍ଦ୍ର ଗ୍ରହଣ ଯୋଗୁଁ ଏହି ୫ ରାଶି ଉପରେ ରହିବ ପ୍ରଭାବ (Getty)

ଶନି ଚନ୍ଦ୍ରଗ୍ରହଣ ଯୋଗୁଁ କେଉଁ ରାଶି ଉପରେ ପଡିବ ପ୍ରଭାବ ?

ଶନି ଚନ୍ଦ୍ର ଗ୍ରହଣ ଯୋଗୁଁ ୫ ରାଶିଙ୍କ ଉପରେ ପ୍ରଭାବ ପଡିପାରେ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନି ଚନ୍ଦ୍ର ଗ୍ରହଣ ଯୋଗୁଁ କୁମ୍ଭ ରାଶି ସହ ମକର ରାଶି, ମୀନ ରାଶି, କର୍କଟ ଏବଂ ବୃଷ ରାଶି ପ୍ରଭାବିତ ହେବେ । ଏହି ସମୟରେ, ଶନି ଚନ୍ଦ୍ରଙ୍କ ସହ ରହିବେ, ଯାହାକି ବିଶ୍ୱ ଯୋଗର ମିଶ୍ରଣ ସୃଷ୍ଟି କରିବ । ଏହି କାରଣରୁ, ଏହି ରାଶିର ଲୋକମାନେ ଆର୍ଥିକ ଦୃଷ୍ଟିରୁ ଯତ୍ନବାନ ହେବା ଆବଶ୍ୟକ । ଭ୍ରମଣରେ ଅସୁବିଧା ହେବ । ସଫଳତା ହାସଲ କରିବାରେ ଅସୁବିଧା ହୋଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 24, 2024, 1:47 PM IST

ABOUT THE AUTHOR

...view details