ହାଇଦ୍ରାବାଦ:ବର୍ତ୍ତମାନ ରୋଷେଇ ପାଇଁ ପ୍ରାୟ ସମସ୍ତଙ୍କ ଘରେ ଏଲପିଜି ଗ୍ୟାସ ସିଲିଣ୍ଡରର ବ୍ୟବହାର ହେଉଛି । ଏହା ବ୍ୟବହାରଯୋଗ୍ୟ ହେଲେ ମଧ୍ୟ ବିପଦପୂର୍ଣ୍ଣ । ଆପଣ ଗ୍ୟାସ ବ୍ୟବହାର କରୁଥିଲେ ଏ ସମ୍ପର୍କରେ ଜ୍ଞାନ ରଖିବା ମଧ୍ୟ ଆବଶ୍ୟକ । ନଚେତ ଆପଣ ମଧ୍ୟ ଦୁର୍ଭାଗ୍ୟବଶତଃ କୌଣସି ବଡ଼ ଅଘଟଣର ଶିକାର ହୋଇପାରନ୍ତି । ଏଣୁ ସିଲିଣ୍ଡର ବ୍ୟବହାର କରୁଥିଲେ କଣ ସବୁ ସତର୍କତା ଅବଲମ୍ବନ କରିବା ଉଚିତ ସେ ସମ୍ପର୍କରେ ନିମ୍ନରେ ଜାଣନ୍ତୁ ।
କେମିତି ରହିବେ ସତର୍କ ?
- କେବଳ ISI ମାର୍କ ହୋଇଥିବା LPG ଗ୍ୟାସ ବ୍ୟବହାର କରନ୍ତୁ ।
- ଯେତେବେଳେ ଆପଣଙ୍କ ଘରେ ଗ୍ୟାସ ସିଲିଣ୍ଡର ଡେଲିଭର ହେଉଛି, ଏହାପରେ ସିଲିଣ୍ଡର ଭଲ ଭାବେ ସିଲ୍ ହୋଇଛି କି ନାହିଁ ତାହାକୁ ଯାଞ୍ଚ କରନ୍ତୁ ।
- ସର୍ବଦା ସିଲିଣ୍ଡରକୁ ଭେଣ୍ଟିଲେଟେଡ ସ୍ଥାନରେ ରଖନ୍ତୁ ।
- ଯଦି ଆପଣ ସିଲିଣ୍ଡରକୁ ଭଲ ଭାବେ ଫିଟ୍ କରିପାରୁନାହାନ୍ତି, ତେବେ ଏଥିଲାଗି ସର୍ଭିସ ମ୍ୟାନ ବା ଡେଲିଭରି ମ୍ୟାନଙ୍କ ସାହାଯ୍ୟ ନିଅନ୍ତୁ ।
- ଏହା ନିଶ୍ଚିତ କରନ୍ତୁ ଯେପରି ସିଲିଣ୍ଡର ନିକଟରେ କିରୋସିନ, ପେଟ୍ରୋଲ ଆଦି ନଥିବ ।
- ଗ୍ୟାସ ସିଲିଣ୍ଡର ରଖାଯାଇଥିବା ସ୍ଥାନରେ ଗ୍ୟାସ ଡିଟେକ୍ଟର ରଖନ୍ତୁ । ଯଦି ଗ୍ୟାସ ଲିକ୍ ହୁଏ ତେବେ ଏହା ଆପଣଙ୍କୁ ସତର୍କ କରାଇଦେବ ।
- ରୋଷେଇ ପରେ ତୁରନ୍ତ ଗ୍ୟାସ ସିଲିଣ୍ଡରକୁ ଅଫ୍ କରନ୍ତୁ । ଏହାସହିତ ରାତିରେ ଶୋଇବାକୁ ଯିବା ପୂର୍ବରୁ କିମ୍ବା ଘର ବାହାରକୁ ଗଲେ ଗ୍ୟାସ ସିଲିଣ୍ଡର ଅଫ୍ ଅଛି କି ନାହିଁ ତାହା ଯାଞ୍ଚ କରନ୍ତୁ ।
- ଗ୍ୟାସ ଲିକେଜ ଭଳି ସମସ୍ୟାକୁ ଏଡ଼ାଇବା ଲାଗି ପ୍ରତିଦିନ ଏଲପିଜି କନେକ୍ସନକୁ ଯାଞ୍ଚ କରନ୍ତୁ ।
- ରୋଷେଇ ଘର ଓ ଏଲପିଜି ଗ୍ୟାସ ସିଲିଣ୍ଡରଠାରୁ ଛୋଟ ପିଲାଙ୍କୁ ଦୂରେଇ ରଖନ୍ତୁ ।
- ଯଦି ଗ୍ୟାସ ଲିକ୍ ହେଉଥିବା ଆପଣ ଜାଣିବାକୁ ପାଇଲେ ତେବେ ତୁରନ୍ତ ଘରର କବାଟ ଓ ଝରକା ଖୋଲି ଦିଅନ୍ତୁ । ଯାହାଦ୍ବାରା ଗ୍ୟାସଗୁଡ଼ିକ ବାହାରକୁ ଚାଲିଯିବ ।