ସାନ ଫ୍ରାନ୍ସିକୋ: ନଭେମ୍ବର 5 ତାରିଖରେ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ଥିବା ଏକ୍ସ (ପୂର୍ବରୁ ଟ୍ବିଟର) ସିଇଓ ଏଲନ ମସ୍କ ପୁଣି ଛଟେଇ ଆରମ୍ଭ କରିଛନ୍ତି । ଏକ୍ସ ସୋସିଆଲ ମିଡିଆ ପ୍ଲାଟଫର୍ମର ଅନେକ କର୍ମଚାରୀଙ୍କୁ ଚାକିରିରୁ ବିଦା କରାଯାଇଛି ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି । ହେଲେ ଏଯାବତ କେତେ କର୍ମଚାରୀଙ୍କୁ ଛଟେଇ କରାଯାଇଛି ସେ ସମ୍ପର୍କରେ ସଠିକ ସଂଖ୍ୟା ମିଳିପାରିନାହିଁ ।
ରିପୋର୍ଟରେ କଣ କୁହାଯାଇଛି ?
ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ଏହି ଛଟେଇ ପ୍ରକ୍ରିୟାରେ ଅନେକ କର୍ମଚାରୀ ପ୍ରଭାବିତ ହୋଇଛନ୍ତି । କିନ୍ତୁ କେତେ ଜଣ ଛଟେଇ ହୋଇଛନ୍ତି ସେ ସମ୍ପର୍କରେ ଜଣାପଡ଼ିନାହିଁ । କର୍ମଚାରୀଙ୍କୁ ଏହି ଛଟେଇର ଠିକ 2ମାସ ପୂର୍ବରୁ କୁହାଯାଇଥିଲା ଯେ ସେମାନେ କମ୍ପାନୀ ପ୍ରତି ନିଜ ଯୋଗଦାନକୁ ନେଇ ଏକ ସମରି କମ୍ପାନୀ ମୁଖ୍ୟଙ୍କ ନିକଟରେ ଦାଖଲ କରିବେ । ଏଲନ ମସ୍କ ଓ X ପକ୍ଷରୁ ଏହି ଛଟେଇ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । କୁହାଯାଉଛି ଏଥର ଇଞ୍ଜିନିୟରିଂ ବିଭାଗରୁ ଅନେକ କର୍ମଚାରୀଙ୍କୁ ଛଟେଇ ହୋଇଛି ।