ଓଡିଶା

odisha

ETV Bharat / technology

ଲଞ୍ଚ୍‌ ହେଲା ଶସ୍ତା 5ଜି ସ୍ମାର୍ଟଫୋନ Redmi A4; ଦାମ 10ହଜାରରୁ କମ୍‌ - REDMI A4 5G SMARTPHONE

ରେଡମି ଇଣ୍ଡିଆ ଏହାର ନୂଆ 5ଜି ସ୍ମାର୍ଟଫୋନ ଆଜି ଲଞ୍ଚ କରିଛି । ସବୁଠୁ ଖାସ କଥା ହେଉଛି 10ହଜାର ଟଙ୍କା ତଳେ ମିଳୁଛି ଏହି 5ଜି ଫୋନ । ଅଧିକ ପଢନ୍ତୁ

Redmi A4 5G smartphone launch
Redmi A4 5G smartphone launch (Credit- Redmi India)

By ETV Bharat Tech Team

Published : Nov 20, 2024, 3:30 PM IST

ହାଇଦ୍ରାବାଦ: ଚାଇନିଜ ମୋବାଇଲ ନିର୍ମାତା କମ୍ପାନୀ ସାଓମି ଏହାର ପ୍ରଥମ 5ଜି ସ୍ମାର୍ଟଫୋନ ଆଜି (ନଭେମ୍ବର 20) ଭାରତରେ ଲଞ୍ଚ କରିଛି । ସାଓମିର ଲାଟେଷ୍ଟ ବଜେଟ 5ଜି ସ୍ମାର୍ଟଫୋନ ହେଉଛି ଗତବର୍ଷ ବଜାରକୁ ଆସିଥିବା ରେଡମି ଏ3 (Redmi A3)ର ଅପଡେଟେଡ୍‌ ଫୋନ । ଏଥିରେ ଗ୍ରାହକଙ୍କୁ 6.88 ଇଞ୍ଚ HD+ ଡିସପ୍ଲେ ସହିତ 120Hz ରିଫ୍ରେସ ରେଟ୍‌ ମିଳିବ । ଏହାସହିତ ଫୋନର କ୍ୟାମେରା କ୍ବାଲିଟି ମଧ୍ୟ ଭଲ ରହିଛି । ଖାସ କଥା ହେଉଛି କମ୍ପାନୀ ନିଜର ପ୍ରଥମ 5ଜି ସ୍ମାର୍ଟଫୋନକୁ 10ହଜାର ଟଙ୍କା ତଳେ ଲଞ୍ଚ କରିଛି ।

2 ବର୍ଷର ସଫ୍ଟୱେର୍ ଅପଡେଟ୍:-

ରେଡମି ଏ4 ସ୍ମାର୍ଟଫୋନରେ ଗ୍ରାହକଙ୍କୁ 4GB RAM ସହିତ ଅତିରିକ୍ତ 4GB RAM ମିଳିବ । ଫୋନ 2 ବର୍ଷର ସଫ୍ଟୱେର୍ ଅପଡେଟ୍ ଏବଂ 4 ବର୍ଷର ସୁରକ୍ଷା ଅପଡେଟ୍ ସହିତ ଆସିଛି । ରେଡମି A4 5G ଏକ ପ୍ରିମିୟମ୍ ଦେଖାଯାଉଥିବା ହାଲୋ ଗ୍ଲାସ୍ ବ୍ୟାକ୍ ଡିଜାଇନ୍ ସହିତ ଆସିଛି । ଫୋନରେ 50MP ମୁଖ୍ୟ କ୍ୟାମେରା ରହିଛି । ଏହାବାଦ ଏଥିରେ ସାଇଡ ମାଉଣ୍ଟେଡ ଫିଙ୍ଗର ପ୍ରିଣ୍ଟ ସ୍କାନର୍ ମିଳିବ । ଆପଣ 18W ଫାଷ୍ଟ ଚାର୍ଜିଂ ଏବଂ 5160mAh ବ୍ୟାଟେରୀ ସହିତ ଏକ 33W ଚାର୍ଜର ପାଇବେ ।

Redmi A4 Specifications (Credit- Redmi India)
ଏହା ବି ପଢନ୍ତୁ
  1. 10ହଜାର ତଳେ ମିଳିବ 5G ସ୍ମାର୍ଟଫୋନ; 20ରେ ଲଞ୍ଚ କରିବ Redmi
  2. ଲଞ୍ଚ ହେଲା ରେଡମି ନୋଟ 13 5ଜି ସିରିଜ, ଏହା ରହିଛି ସୁବିଧା
Redmi A4 Unique Design (Credit- Redmi India)

ଆଉ କଣ ମିଳିବ ଫିଚର ?

  • ରେଡମି A4 5G ସ୍ମାର୍ଟଫୋନ ସ୍ନାପଡ୍ରାଗନ୍ 4s ଜେନ 2 SoC ଦ୍ବାରା ଚାଳିତ । ଏହି ଚିପସେଟ୍‌ ସହିତ ଏହା ଦୁନିଆର ପ୍ରଥମ ଫୋନ୍ ବୋଲି କୁହାଯାଉଛି ।
  • ଏଥିରେ 6.66 ଇଞ୍ଚର ଡିସପ୍ଲେ ସହିତ 120Hz ରିଫ୍ରେସ ରେଟ୍‌ ମିଳିବ । ଯାହାକି ବିଶେଷ କରି କଲିଂ, ବ୍ରାଉଜିଂ ଓ ଗେମିଂ ପାଇଁ ଲାଭଦାୟକ ।
  • ଏହାର ଡିଜାଇନ ମଧ୍ୟ ବେଶ ପ୍ରିମିୟମ ରହିଛି । ଫୋନର ପଛ ଭାଗରେ ବୃତ୍ତାକାର କ୍ୟାମେରା ମଡ୍ୟୁଲ୍ ପ୍ୟାନେଲର ମିଳିବ । ଏହା ଡୁଆଲ୍-ଟୋନ୍ ଫିନିସ୍‌ ସହିତ ଆସିବ, ଯାହାକୁ 'ସାଣ୍ଡୱିଚ୍ ଡିଜାଇନ୍' ବୋଲି କମ୍ପାନୀ ପରିଚିତ କରିଛି ।
  • କ୍ୟାମେରା କଥା କହିଲେ 50MP ପ୍ରାଇମେରି କ୍ୟାମେରା, 8MP ସେଲଫି କ୍ୟାମେରା ରହିଛି ।
  • ଦ୍ରୁତ ଚାର୍ଜିଂ ପାଇଁ ସମର୍ଥନ ସହିତ 5,160mAh ବ୍ୟାଟେରୀ ପ୍ୟାକ୍ ସହିତ ଆସିଛି । ଏହି ହ୍ୟାଣ୍ଡସେଟ୍ 18W ୱେୟାର୍ଡ ଚାର୍ଜିଂକୁ ସମର୍ଥନ କରିବ ।

ଦାମ କେତେ ?

କମ୍ପାନୀ ଏହାର ପ୍ରଥମ 5ଜି ସ୍ମାର୍ଟଫୋନର ଦାମ ମାତ୍ର 8ହଜାର 499ଟଙ୍କା ରଖିଛି । ଏହି ସ୍ମାର୍ଟଫୋନଟି 10ହଜାର ଟଙ୍କା ତଳେ ମିଳିବ ବୋଲି ପୂର୍ବରୁ ମଧ୍ୟ ଚର୍ଚ୍ଚା ହେଉଥିଲା । ଯାହାକି ସତ ପ୍ରମାଣିତ ହୋଇଛି ।

ABOUT THE AUTHOR

...view details