ନ୍ୟୁୟର୍କ: କୃତ୍ରିମ ବୁଦ୍ଧିମତା (AI) ଆଜିକାଲି ଗୋଟିଏ ପରେ ଗୋଟିଏ ଚମତ୍କାରିତା କରୁଛି । ଆମେରିକାର ନ୍ୟୁୟର୍କରେ ହ୍ୟୁମାନଏଡ ରୋବୋଟ୍ Ai-Da ଏପରି ପେଣ୍ଟିଂ କରିଛି ଯାହାକୁ ନେଇ ସାରା ଦୁନିଆରେ ଚର୍ଚ୍ଚା ହେଉଛି । ଏହି ହ୍ୟୁମାନଏଡ ରୋବୋଟ୍ AIର ବ୍ୟବହାର କରି କମ୍ପ୍ୟୁଟର ବିଜ୍ଞାନର ଜନକ ତଥା ଗଣିତଜ୍ଞ ଆଲନ୍ ଟ୍ୟୁରିଙ୍ଗଙ୍କ ପେଣ୍ଟିଂ କରିଛି । ସବୁଠୁ ଖାସ କଥା ହେଉଛି ଏହି ପେଣ୍ଟିଂ ଲାଗି କୋଟି କୋଟି ଟଙ୍କାର ବୋଲି ଲାଗିଥିବା ବେଳେ ଏହାକୁ 11କୋଟି ଟଙ୍କାରେ ନିଲାମ କରାଯାଇଥିବା ଜଣାପଡ଼ିଛି ।
11କୋଟି ଟଙ୍କାରେ ନିଲାମ:-
Ai-Da ଦ୍ବାରା ପ୍ରସ୍ତୁତ ଏହି ପେଣ୍ଟିଂକୁ ପ୍ରାୟ 11.13 କୋଟି ଟଙ୍କାରେ ନିଲାମ କରାଯାଇଛି । ଏହି ଚିତ୍ରର ବିକ୍ରି ପାଇଁ 'ସଦବିଜ' ନାମକ ଏକ ସଂସ୍ଥା ନିଲାମୀ କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ରୋବୋଟ୍ ଦ୍ବାରା ପ୍ରସ୍ତୁତ ଏହି ପେଣ୍ଟିଂଟି 27ଟି ବିଡ୍ ଗ୍ରହଣ କରିଥିଲା, ଯାହାକୁ ଆମେରିକାର ଜଣେ ବ୍ୟକ୍ତି କିଣିଛି । ଦି ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁଯାୟୀ ବ୍ରିଟିଶ ଗଣିତଜ୍ଞଙ୍କ ଏହି ଚିତ୍ରକୁ Ai.God ନାମରେ ପ୍ରଦର୍ଶିତ କରାଯାଇଥିଲା । ଏହି ପେଣ୍ଟିଂର ଉଚ୍ଚତା 2.2 ମିଟର । ଏଥିପାଇଁ 1 ମିଲିୟନ ଡଲାରରୁ ଅଧିକ ବିଡ୍ ବା ବୋଲି ଲଗାଯାଇଥିଲା । ପେଣ୍ଟିଂ ପାଇଁ ପ୍ରାରମ୍ଭିକ ବିଡ୍ 1.8 ଲକ୍ଷ ଡଲାରର ବା ପ୍ରାୟ 1.5 କୋଟି ଟଙ୍କା ରଖାଯାଇଥିଲା ବୋଲି ରିପୋର୍ଟରୁ ଜଣାପଡ଼ିଛି ।