ଓଡିଶା

odisha

ETV Bharat / technology

ନଭେମ୍ବର 21ରେ ଲଞ୍ଚ ହେବ Oppo Find X8 ସିରିଜ; କଣ ଖାସ ଜାଣନ୍ତୁ - OPPO FIND X8 SERIES LAUNCH

ଓପୋ ଫାଇଣ୍ଡ X8 ସିରିଜ ଭାରତରେ ଚଳିତ ମାସ 21 ତାରିଖରେ ଲଞ୍ଚ ହେବାକୁ ଯାଉଛି । ଏହି ନୂଆ ଫୋନରେ କଣ ଖାସ ଓ ଦାମ କେତେ ରହିବ ଜାଣନ୍ତୁ...

OPPO Find X8 Series India Launch
OPPO Find X8 Series India Launch (Credit- OPPO India)

By ETV Bharat Tech Team

Published : Nov 11, 2024, 5:36 PM IST

ହାଇଦ୍ରାବାଦ:ଓପୋ ଫାଇଣ୍ଡ ଏକ୍ସ8 ସିରିଜ (Oppo Find X8) ଅକ୍ଟୋବର 24ର ଚୀନରେ ଲଞ୍ଚ ହେବା ପରେ ଏବେ ଭାରତ ସମେତ ସାରା ବିଶ୍ବରେ ଲଞ୍ଚ ହେବାକୁ ଯାଉଛି । ଏହି ସିରିଜରେ 2ଟି ଭାରିଏଣ୍ଟ ଉପଲବ୍ଧ ହେବାକୁ ଥିବା ବେଳେ ଏହାର ଫିଚର ଓ ଡିଜାଇନ ସମ୍ପର୍କରେ କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହି ହ୍ୟାଣ୍ଡସେଟ୍‌ର ଇଣ୍ଡିଆନ ଭାରିଏଣ୍ଟ ଚାଇନିଜ ଭର୍ସନ ସହିତ ସମାନ ରହିବ । ଓପୋ Find X8 ସିରିଜ ସହିତ Oppo ବିଶ୍ବ ବଜାର ପାଇଁ ଆଣ୍ଡ୍ରଏଡ୍ 15 ଆଧାରିତ କଲରଓଏସ୍ 15 (ColorOS 15)କୁ ମଧ୍ୟ ଲଞ୍ଚ କରିବ ।

Oppo Find X8 ସିରିଜ ଭାରତ ଲଞ୍ଚ:-

ଓପୋର ଏହି ନୂଆ ସିରିଜରେ ବେସ୍‌ ସହିତ ପ୍ରୋ ଭାରିଏଣ୍ଟ ମିଳିବ । ନଭେମ୍ବର 21 ତାରିଖ ଭାରତୀୟ ସମୟ ସକାଳ ସାଢେ 10ଟାରେ ଇଣ୍ଡୋନେସିଆର ବାଲି ସହରରେ କମ୍ପାନୀ ପକ୍ଷରୁ ଏକ ବଡ଼ ଇଭେଣ୍ଟର ଆୟୋଜନ କରାଯାଇଛି । ଏହି ଇଭେଣ୍ଟରେ କମ୍ପାନୀର ନୂଆ ସିରିଜ ଲଞ୍ଚ ହେବ । ଓପୋ ଇଣ୍ଡିଆ ୱେବସାଇଟରେ ମଧ୍ୟ ଏହି ଇଭେଣ୍ଟ ନେଇ ଏକ ବ୍ୟାନର ଦେଖିବାକୁ ମିଳିଛି । ଯାହାକି ସମାନ ଦିନ ଭାରତରେ ଏହି ସିରିଜ ଲଞ୍ଚ ହେବ ବୋଲି ସୂଚନା ପ୍ରଦାନ କରିଛି ।

ଏହା ବି ପଢନ୍ତୁ
  1. Oppo Find X8 ସ୍ମାର୍ଟଫୋନ ସହ ଫଟୋଗ୍ରାଫି ହେବ ଦମଦାର; ମିଳିବ ଡୁଆଲ ପେରିସ୍କୋପ କ୍ୟାମେରା ସେଟଅପ୍‌
  2. OPPO A3x 4G ଫୋନ ଲଞ୍ଚ; ଦେଉଛି ଆଇଫୋନ ଲୁକ୍‌, ଦାମ 10ହଜାରରୁ କମ୍‌
  3. ମାର୍କେଟକୁ ଆସିଲା Oppoର ମନୀଷ ମଲହୋତ୍ରା ଏଡିସନ ସ୍ମାର୍ଟଫୋନ; କଣ ଖାସ ଜାଣନ୍ତୁ

ଲଞ୍ଚ ପରେ ଏହା ଦେଶର ପ୍ରମୁଖ ଇ-କମର୍ସ ସାଇଟରେ ବିକ୍ରି ପାଇଁ ଉପଲବ୍ଧ ହେବାକୁ ଥିବା ବେଳେ ଏହାର ଦେଶରେ ଏହାର ପ୍ରି-ବୁକିଂ ଆରମ୍ଭ ହୋଇସାରିଛି । ସେପଟେ ଓପୋର ଆଣ୍ଡ୍ରଏଡ 15 ଆଧାରିତ ColorOS 15 ଓ ଏଆଇ ଫିଚରକୁ ମଧ୍ୟ ନଭେମ୍ବର 21ରେ ଉକ୍ତ ଇଭେଣ୍ଟରେ ବିଶ୍ବ ବଜାର ପାଇଁ ଲଞ୍ଚ କରାଯିବ । ଭାରତରେ ମଧ୍ୟ ଏହି ନୂଆ ଫିଚରର ଲାଭ ଉଠାଇପାରିବେ ଗ୍ରାହକ । ଏହି ପ୍ରମୁଖ OS ଅପଗ୍ରେଡ୍ ଅଧିକ ଅପ୍ଟିମାଇଜ୍ କାର୍ଯ୍ୟଦକ୍ଷତା ଏବଂ ଅତିରିକ୍ତ ସୁରକ୍ଷା ଫିଚର ସହିତ ଏକ ବର୍ଦ୍ଧିତ ୟୁଜର ଅଭିଜ୍ଞତାକୁ ପ୍ରଦାନ କରିବ ।

Oppo Find X8 ସିରିଜ ସ୍ପେଶିଫିକେସନ:-

  • 6.59-ଇଞ୍ଚ ଡିସପ୍ଲେ
  • ପ୍ରୋ ଭାରିଏଣ୍ଟରେ ମିଳିବ 6.78-ଇଞ୍ଚ ସ୍କ୍ରିନ
  • 7.85ମିମି ମୋଟେଇ ଓ ଓଜନ 193ଗ୍ରାମ
  • କଲର ଅପସନ:- ବେସ ଭାରିଏଣ୍ଟ ପାଇଁ ଷ୍ଟାର ଗ୍ରେ ଓ ସ୍ପେଶ ବ୍ଲାକ୍‌, ପ୍ରୋ ଭାରିଏଣ୍ଟ ପାଇଁ ପର୍ଲ ହ୍ବାଇଟ ଓ ସ୍ପେଶ ବ୍ଲାକ୍‌
  • ବ୍ୟାଟେରୀ: Oppo Find X8 ଓ Oppo Find X8 ପ୍ରୋ ପାଇଁ ଯଥାକ୍ରମେ 5630mAh ଓ 5,910mAh
  • ପ୍ରୋସେସେର: MediaTek Dimensity 9400
  • ହାସେଲବ୍ଲାଡ୍‌ ବ୍ୟାକ୍‌ କ୍ୟାମେରା ୟୁନିଟ୍‌
  • RAM: ଉଭୟ ଭାରିଏଣ୍ଟ ପାଇଁ 12GB ରାମ୍‌ ଓ ଷ୍ଟୋରେଜ 256GB
  • ଚାର୍ଜିଂ: 80W ୱେୟାର୍ଡ, 50W ୱେୟାରଲେସ୍‌

କ୍ୟାମେରା:Oppo Find X8 ପାଇଁ 50MP Sony LTY-700 ପ୍ରାଇମେରି ସେନ୍ସର, 50MP ଅଲଟ୍ରା ୱାଇଡ କ୍ୟାମେରା ଓ 50MP Sony LYT-600 ପେରିସ୍କୋପ ଟେଲିଫଟୋ କ୍ୟାମେରା ମିଳିବ । ଏହାସହ 32MP ସେଲଫି କ୍ୟାମେରା ଦିଆଯାଇଛି । ସେପଟେ ପ୍ରୋ ଭାରିଏଣ୍ଟ ଲାଗି ଅଲଟ୍ରା ୱାଇଡ ସୁଟର୍‌ ଓ Sony LYT-600 ସେନ୍ସର । 50MP LYT-808 ମେନ୍‌ ସେନ୍ସର, 50MP Sony IMX858 ପେରିସ୍କୋପ ଟେଲିଫଟୋ କ୍ୟାମେରା ସହିତ 6x ପର୍ଯ୍ୟନ୍ତ ଅପଟିକାଲ୍‌ ଜୁମ୍‌ ।

ଦାମ କେତେ ରହିବ ?

ଚୀନରେ Find X8 ଷ୍ଟାରଫିଲ୍ଡ ବ୍ଲାକ୍, ଫ୍ଲୋଟିଙ୍ଗ୍ ଲାଇଟ୍ ହ୍ବାଇଟ୍, ଚେସିଙ୍ଗ୍ ୱିଣ୍ଡ୍ ବ୍ଲୁ ଏବଂ ବବଲ୍ ପିଙ୍କ ଭଳି ରଙ୍ଗରେ ଉପଲବ୍ଧ । ଏହାର ମୂଲ୍ୟ CNY 4,199 (ପ୍ରାୟ 49,551 ଟଙ୍କା) ରହିଛି । ସେହିପରି Find X8 Pro ଭାରିଏଣ୍ଟ ହୋସିନୋ ବ୍ଲାକ୍, କ୍ଲାଉଡ୍ ହ୍ବାଇଟ୍ ଏବଂ ସ୍କାଏ ବ୍ଲୁରେ ଉପଲବ୍ଧ ଥିବା ବେଳେ ଏହାର ମୂଲ୍ୟ CNY 5,299 (ପ୍ରାୟ 62,536 ଟଙ୍କା)ରୁ ଆରମ୍ଭ ହୋଇଛି ।

ଭାରତରେ 12GB RAM + 256GB ଷ୍ଟୋରେଜ୍ ଭାରିଏଣ୍ଟ ପାଇଁ Find X8 ପ୍ରାୟ 50,000 ଟଙ୍କା ଆସିପାରେ । ସେହିପରି Find X8 Pro 60,000ରୁ 65,000 ଟଙ୍କା ପର୍ଯ୍ୟନ୍ତ ହୋଇପାରେ ବୋଲି ଆଶା କରାଯାଉଛି । ନଭେମ୍ବର 21 ଲଞ୍ଚ ଇଭେଣ୍ଟରେ ଏହାର ଦାମ ସ୍ପଷ୍ଟ କରାଯିବ ।

ABOUT THE AUTHOR

...view details