ହାଇଦ୍ରାବାଦ:ଦିନକୁ ଦିନ ଏପରି ଟେକ୍ନୋଲୋଜି ଆସୁଛି ଯାହାକି ମାନବ ଜଗତକୁ ଆଶ୍ଚର୍ଯ୍ୟଚକିତ କରୁଛି । AI ଟେକ୍ନୋଲୋଜିକୁ ଆମେ ଏବେ ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରୁଛି । ହେଲେ ଆମେରିକାର ଜିପିୟୁ ନିର୍ମାତା କମ୍ପାନୀ ଏନଭିଡିଆ (nVIDIA) ଏପରି ଏକ ଏଆଇ ଟୁଲ୍ ଆଣିଛି ଯାହାକି କିଛି ଲେଖା ମାଧ୍ୟମରୁ ଆପଣଙ୍କୁ ନୂଆ ଗୀତ ତିଆରି କରିଦେବ । ଯାହାକୁ ଆପଣ ପୂର୍ବରୁ କେବେ ବି ଶୁଣିନଥିବେ । ଏହି AI ଟୁଲ୍ର ନାମ କମ୍ପାନୀ ଫୁଗାଟୋ ( Fugatto) ରଖିଛି ।
Nvidia ଗବେଷକମାନେ ଫୁଗାଟୋ ନାମକ ଏହି ନୂତନ AI ଅଡିଓ ଜେନେରେଟର ସୃଷ୍ଟି କରିଛନ୍ତି । ଏହା ୟୁଜରମାନଙ୍କୁ ସରଳ ପାଠ୍ୟ ପ୍ରମ୍ପ୍ଟ ସହିତ ଅଡିଓ ଏଡିଟ୍ କିମ୍ବା ଜେନେରେଟ୍ କରିବାକୁ ଅନୁମତି ଦେଇଥାଏ । ସେମିକଣ୍ଡକ୍ଟର ଜାଏଣ୍ଟ ନଭେମ୍ବର 25 ତାରିଖରେ ଏକ ବ୍ଲଗ୍ ପୋଷ୍ଟ ମାଧ୍ୟମରେ ଏହି ନୂଆ ଏଆଇ ଟୁଲ୍ ସମ୍ପର୍କରେ ସୂଚନା ଦେଇଛି ।
କଣ କରିପାରିବ 'Fugatto' ?
- ପାଠ୍ୟ ବର୍ଣ୍ଣନା (Text Description)ରୁ ସାଉଣ୍ଡ ଇଫେକ୍ଟ ଏବଂ ସଙ୍ଗୀତ ସୃଷ୍ଟି କରିପାରିବ ।
- ପୂର୍ବରୁ ଥିବା ଯେକୌଣସି ଅଡିଓକୁ ରୂପାନ୍ତରିତ କରିପାରିବ, ଯେପରିକି ପିଆନୋ ମେଲୋଡିକୁ ମାନବ ଗାୟକ ସ୍ବରରେ ପରିଣତ କରିପାରିବ ।
- ପୂର୍ବରୁ ଥିବା ରେକର୍ଡିଂର ଉଚ୍ଚାରଣ ଏବଂ ଭାବପ୍ରବଣ ସ୍ବରକୁ ମଧ୍ୟ ପରିବର୍ତ୍ତନ କରିପାରିବ । ଅର୍ଥାତ ଆପଣ କିଛି ଲେଖା ଦେଲେ ଏହା ତାହାକୁ ରାଗିବା ଓ ଶାନ୍ତ ସ୍ବରରେ ଏକ ଅଡିଓ ଜେନେରେଟ୍ କରିଦେବ ।
- ଏକ ବିଜ୍ଞାପନ ଏଜେନ୍ସି ଏହାକୁ ଭଏସ୍ ଓଭରରେ ବିଭିନ୍ନ ଉଚ୍ଚାରଣ ଏବଂ ଭାବନା ପ୍ରୟୋଗ କରି ଏକାଧିକ ଭାଷାଭାଷୀ ଅଞ୍ଚଳ ପାଇଁ ବିଜ୍ଞାପନ ପ୍ରସ୍ତୁତ କରିବାରେ ବ୍ୟବହାର କରିପାରିବେ ।
ଏହା ବି ପଢନ୍ତୁ |