ଓଡିଶା

odisha

ETV Bharat / technology

କମ୍ପନରୁ ବିଦ୍ୟୁତ୍ ଉତ୍ପାଦନ; ଛୋଟ ବଡି ମୁଭମେଣ୍ଟରୁ ଚାର୍ଜ ହୋଇପାରିବ ମୋବାଇଲ - WEARABLE CHARGING TECH

କମାଲ୍‌ କରିବ କ୍ଷୁଦ୍ର ପରିଧାନ ଯୋଗ୍ୟ ଜେନେରେଟର । ଆପଣଙ୍କ ଶରୀରର ଛୋଟ ମୁଭମେଣ୍ଟରୁ ଉତ୍ପାଦନ କରିପାରିବ ବିଦ୍ୟୁତ୍ । ଅଧିକ ପଢନ୍ତୁ

WEARABLE CHARGING TECH
WEARABLE CHARGING TECH (ETV Bharat)

By ETV Bharat Tech Team

Published : Nov 23, 2024, 1:50 PM IST

ହାଇଦ୍ରାବାଦ: କାନାଡାର ୱାଟରଲୁ ବିଶ୍ବବିଦ୍ୟାଳୟର ଅନୁସନ୍ଧାନକାରୀମାନେ ଏକ ନୂତନ ଟେକ୍ନୋଲୋଜି ବିକଶିତ କରିଛନ୍ତି ଯାହାକି କମ୍ପନରୁ ବିଦ୍ୟୁତ୍ ଉତ୍ପାଦନ କରିବ । ଆଜ୍ଞା ହଁ, କ୍ଷୁଦ୍ର ପରିଧାନ ଯୋଗ୍ୟ ଜେନେରେଟର ଆପଣଙ୍କ ଶରୀରର ଛୋଟ ଗତିବିଧିରୁ ବିଦ୍ୟୁତ୍ ଉତ୍ପାଦନ କରିପାରିବ। ଯାହାଦ୍ବାରା ଆପଣ ଘର ବାହାରେ ଥିଲେ ବି କମ ବିଦ୍ୟୁତ ଆବଶ୍ୟକ କରୁଥିବା ଡିଭାଇସଗୁଡ଼ିକୁ ଚାର୍ଜ କରିପାରିବେ ।

ଚଳିତ ମାସ ନେଚର୍‌ କମ୍ୟୁନିକେସନରେ ପ୍ରକାଶିତ ହୋଇଥିବା ପେପର୍‌ 'ବ୍ରେକିଂ ଡାଇଇଲେକ୍ଟ୍ରିକ୍‌ ଡିଲେମା' ଅନୁସାରେ ଏହି ନୂତନ ଜେନେରେଟରରେ ଏପରି ଉପକରଣ ବ୍ୟବହୃତ ହୋଇଛି ଯାହାକି ନମନୀୟ, ଶକ୍ତି-ଦକ୍ଷ ଏବଂ ଅପେକ୍ଷାକୃତ କମ ବ୍ୟୟବହୁଳ । ଅର୍ଥାତ ଏହାକୁ ମଧ୍ୟବିତ୍ତ ବର୍ଗର ଲୋକମାନେ ମଧ୍ୟ କିଣିପାରିବେ ।

ଚାଲିଲେ ହେବ ବିଦ୍ୟୁତ ଉତ୍ପାଦନ:-

ୱାଟରଲୁ ବିଶ୍ବବିଦ୍ୟାଳୟ ପକ୍ଷରୁ ଜାରି ହୋଇଥିବା ପ୍ରେସ ବିବୃତ୍ତି ଅନୁସାରେ, ଏହି ଡିଭାଇସ ଆପଣଙ୍କ ମୋବାଇଲ ଓ ଲ୍ୟାପଟପ୍‌କୁ ମଧ୍ୟ ଚାର୍ଜ କରିପାରିବ । ଆପଣ କି-ବୋର୍ଡ ଟାଇପିଂ କରିବା ସମୟରେ ଏଥିରୁ ଉତ୍ପାଦିତ ବିଦ୍ୟୁତ ଶକ୍ତି ଦ୍ବାରା ଆପଣଙ୍କ ଲ୍ୟାପଟପ୍‌କୁ ଚାର୍ଜ କରିପାରିବେ । ସେହିପରି ପାର୍କରେ ଚାଲିବା ସମୟରେ ଏହି ଟେକ୍ନୋଲୋଜି ଦ୍ବାରା ଉତ୍ପାଦିତ ବିଦ୍ୟୁତରେ ଆପଣ ମୋବାଇଲକୁ ମଧ୍ୟ ଚାର୍ଜ କରିପାରିବେ । ସରଳ ଭାଷାରେ କହିବାକୁ ଗଲେ, ଆପଣ ପାର୍କରେ ଚାଲିବା ସମୟରେ ଏହି ଜେନେରେଟରଙ୍କୁ ପିନ୍ଧନ୍ତୁ ଓ ନିଜ ମୋବାଇଲକୁ ଚାର୍ଜ କରନ୍ତୁ ।

ଏହା ବି ପଢନ୍ତୁ
  1. ମଙ୍ଗଳରେ ଅଛି ପାଣି; 742ଲକ୍ଷ ପୁରାତନ ପଥର ଖଣ୍ଡରୁ ଖୁଲାସା
  2. ପୃଥିବୀ ଆଡକୁ ମାଡି ଆସୁଛି 170ଫୁଟର ବିରାଟ ଆଷ୍ଟେରଏଡ; କାଲି ନିକଟତର ହେବ

କିପରି କାମ କରେ ଏହି କ୍ଷୁଦ୍ର ଜେନେରେଟର ?

ଏହି ଡିଭାଇସ ପିଜୋଇଲେକ୍ଟ୍ରିକ୍ ଇଫେକ୍ଟ (Piezoelectric effect)କୁ ବ୍ୟବହାର କରିଥାଏ । ପାଇଜୋଲେକ୍ଟ୍ରିକ୍ ଇଫେକ୍ଟ ହେଉଛି ଏକ ପ୍ରୟୋଗ ଯାହାକି ଯାନ୍ତ୍ରିକ ଚାପର ପ୍ରତିକ୍ରିୟାରେ ବୈଦ୍ୟୁତିକ ଚାର୍ଜ ସୃଷ୍ଟି କରିଥାଏ । ଆମେ ଆମର ଦୈନନ୍ଦିନ ଜୀବନରେ ପିଜୋଲେକ୍ଟ୍ରିକ୍ ସାମଗ୍ରୀର ଅନେକ କ୍ଷେତ୍ରରେ ବ୍ୟବହାର କରିଥାଉ, ଯେପରିକି ମାଇକ୍ରୋଫୋନ୍, ସ୍ପିକର ଏବଂ ହେଡଫୋନ । ଏହା ବୈଦ୍ୟୁତିକ ତରଙ୍ଗକୁ କମ୍ପନ ଏବଂ ପରେ ଧ୍ବନିରେ ପରିଣତ କରେ ।

ଏହି ପ୍ରୋଜେକ୍ଟର ମୁଖ୍ୟ ଡକ୍ଟର ଆସିଫ ଖାନ କହିଛନ୍ତି ଯେ ଏହି କ୍ଷୁଦ୍ର ପରିଧାନ ଯୋଗ୍ୟ ଜେନେରେଟର ଦ୍ବାରା ଆମେ କମ ଖର୍ଚ୍ଚରେ ବିଦ୍ୟୁତ ଉତ୍ପାଦନ କରିପାରିବା । ସେହିପରି ୱାଟରଲୁ ଇନଷ୍ଟିଚ୍ୟୁଟ୍ ଫର ନାନୋଟେକ୍ନୋଲୋଜିର ପ୍ରଫେସର ତଥା ଅନୁସନ୍ଧାନକାରୀ ଡଃ ଡାୟନ୍ ବେନ୍ କହିଛନ୍ତି, "ପୁରାତନ ସାମଗ୍ରୀ ମହଙ୍ଗା ଏବଂ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ଲାଗି ସୀମିତ । ହେଲେ ଏଭଳି ଜେନେରେଟରରେ ବ୍ୟବହୃତ ନୂତନ ସାମଗ୍ରୀଗୁଡ଼ିକ ନମନୀୟ, ଅଧିକ ଶକ୍ତି-ଦକ୍ଷତା ଏବଂ ଏହାର ମୂଲ୍ୟ ମଧ୍ୟ କମ ।"

ABOUT THE AUTHOR

...view details