ହାଇଦ୍ରାବାଦ: ଜାପାନିଜ କାର ନିର୍ମାତା କମ୍ପାନୀ ହୋଣ୍ଡା ଭାରତରେ ଏହାର ନୂଆ Honda Amaze କାରକୁ ଲଞ୍ଚ କରିଛି । ଏଥିରେ ଗ୍ରାହକ ରିଫ୍ରେସ ଡିଜାଇନ ପାଇବେ । ଏଥିରେ ଅନେକ ଅତ୍ୟାଧୁନିକ ଫିଚର ଦିଆଯାଇଥିବାରୁ ଅନ୍ୟ ସେଗମେଣ୍ଟକୁ ଏହା କଡା ଟକ୍କର ଦେବ । ନୂଆ ମଡେଲରେ କମ୍ପାନୀ କଣ ଫିଚର ଦେଇଛି, ଡିଜାଇନ କିପରି ରହିଛି, ଏହାର ଇଞ୍ଜିନ ପୂର୍ବ ମଡେଲଠାରୁ କେତେ ଭଲ ଓ ଏହାର ଦାମ କେତେ ନିମ୍ନରେ ଜାଣନ୍ତୁ । ନୂଆ ହୋଣ୍ଡା ଆମେଜ ଭାରତୀୟ ବଜାରରେ 3ଟି ଟ୍ରିମରେ ଉପଲବ୍ଧ ହେବ । ସେଗୁଡ଼ିକର ନାମ ହେଉଛି V, VX ଓ ZX । ଏହାର ପ୍ରାରମ୍ଭିକ ମୂଲ୍ୟ 7,99,900 (ଏକ୍ସ-ଶୋ'ରୁମ) ରହିଛି ।
2024 Honda Amaze: ଡିଜାଇନ
- ଫ୍ରଣ୍ଟ ଡିଜାଇନ:-ନୂଆ ହୋଣ୍ଡା ଆମେଜର ଡିଜାଇନ ନିକଟରେ ଲଞ୍ଚ ହୋଇଥିବା ହୋଣ୍ଡାର SUV ଏଲିଭେଟ୍ ସହିତ ପ୍ରାୟତଃ ସମାନ । କାରର ଫ୍ରଣ୍ଟ ବମ୍ଫର ବୋଲ୍ଡ ଓ ଏଥିରେ ଫଗ୍ ଲ୍ୟାମ୍ପ ଲାଗି LED ପ୍ରୋଜେକ୍ଟର ଲାଗିଛି । ହେଡଲ୍ୟାମ୍ପରେ Elevate ପରି ମଝିରେ କ୍ରୋମ ଗାର୍ନିସ ଓ ଏଲଇଡି ବାଇ-ପ୍ରୋଜେକ୍ଟର ଦିଆଯାଇଛି । ନୂଆ ଡିଜାଇନ କରାଯାଇଥିବା ଗ୍ରୀଲରେ ହେକ୍ସାଗୋନାଲ ଆକାର ସହିତ ମଝିରେ ହୋଣ୍ଡା ଲୋଗୋ ରହିଛି ।
- ରିଅର ଡିଜାଇନ:କାରର ପଛ ଭାଗ ସମ୍ପର୍କରେ ଆଲୋଚନା କଲେ, ଏହି କମ୍ପାକ୍ଟ ସେଡାନରେ LED ଟେଲ୍ ଲ୍ୟାମ୍ପ ରହିଛି ଯାହାକି ନୂଆ Honda Cityଠାରୁ ପ୍ରେରିତ । ଏହି ଟେଲଲ୍ୟାମ୍ପରେ ଡିଟେଲିଂ ଅଲଗା ରହିଛି । ନୂଆ ଆମେଜରେ 4ଟି ସେନ୍ସର ସହିତ ନୂଆ ରିଅର ବମ୍ପର ଅଛି । ଆମେଜର ବୁଟ୍ ସାଇଜ 416 ଲିଟର ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଏଥିରେ 15 ଇଞ୍ଚର ଆଲଏ ହ୍ବିଲ ଓ 172ମିମିର ଗ୍ରାଉଣ୍ଡ କ୍ଲିୟରାନ୍ସ ରହିଛି ।
2024 Honda Amaze: ଫିଚର ଓ ସେଫ୍ଟି
ଏହାର ଫିଚର ସମ୍ପର୍କରେ କହିଲେ ନୂଆ Amazeରେ 8 ଇଞ୍ଚର ଟଚସ୍କ୍ରିନ୍ ଇନଫୋଟେନମେଣ୍ଟ ସିଷ୍ଟମ, ୱେୟାରଲେସ ଆପଲ୍ CarPlay, ଆଣ୍ଡ୍ରଏଡ୍ ଅଟୋ ରହିଛି । ହୋଣ୍ଡା ସିଟି ଓ ଏଲିଭେଟ ପରି ଏଥିରେ ମଧ୍ୟ ADAS ଫିଚର ରହିଛି । 2024 ଆମେଜ ପ୍ରଥମ କମ୍ପାକ୍ଟ ସେଡାନ ଭାବରେ କ୍ରୁଜ୍ କଣ୍ଟ୍ରୋଲ, ସ୍ବୟଂଚାଲିତ ଜରୁରୀକାଳୀନ ବ୍ରେକିଂ ଆଦି ଫିଚର ପ୍ରଦାନ କରୁଛି ।