ହାଇଦ୍ରାବାଦ: କେବଳ ଭଏସ କଲିଂ ଓ SMS ପାଇଁ ଭାଉଚର ଆଣିବାକୁ ଭାରତୀୟ ଦୂରସଞ୍ଚାର ମନ୍ତ୍ରଣାଳୟର ସଂସ୍ଥା ଟେଲିକମ ରେଗୁଲେଟୋରୀ ଅଥୋରିଟି ଅଫ ଇଣ୍ଡିଆ (TRAI) ନିର୍ଦ୍ଦେଶ ଦେବା ପରେ ଦେଶର ପ୍ରମୁଖ ଟେଲିକମ ଅପରେଟର Airtel, Jio ଓ Vi ନୂଆ ଭାଉଚର ଆଣିଥିଲେ । 'ଇଟିଭି ଭାରତ' ଏୟାରଟେଲର ମହଙ୍ଗା ରିଚାର୍ଜ ପ୍ଲାନକୁ ନେଇ ଏକ ତୁଳନାତ୍ମକ ଖବର ପ୍ରକାଶ କରିଥିଲା । ଏହାପରେ ଗତକାଲି ଟ୍ରାଇ ଏହି ରିଚାର୍ଜ ପ୍ଲାନକୁ ସମୀକ୍ଷା କରିବା ପରେ ଆଜି ରିଚାର୍ଜ ପ୍ଲାନ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଇଥିଲା । ଏହାର କିଛି ସମୟ ପରେ ଏୟାରଟେଲ୍ ନୂଆ କରି ଲଞ୍ଚ କରିଥିବା ଦୁଇଟି ପ୍ଲାନର ଦାମକୁ ହ୍ରାସ କରିଛି ।
Airtelର ସଂଶୋଧିତ ପ୍ଲାନ
- Rs 469 ପ୍ଲାନ: ଟ୍ରାଇର ନିର୍ଦ୍ଦେଶ ପରେ ଏୟାରଟେଲ 469 ଟଙ୍କିଆ ପ୍ଲାନ ଲଞ୍ଚ କରିଛି । ଏହାର ବୈଧତା 84 ଦିନ ବା ପାଖାପାଖି 3ମାସ ରହିଛି । ଏଥିରେ ଅନଲିମିଟେଡ୍ ଭଏସ କଲିଂ, ମାଗଣା ନ୍ୟାସନାଲ ରୋମିଂ ଓ 900 ପର୍ଯ୍ୟନ୍ତ ମାଗଣା SMS ସୁବିଧା ମିଳିବ । ଏହି ସମାନ ସୁବିଧା ସହ ପୁରୁଣ ପ୍ଲାନର ଦାମ 499 ଟଙ୍କା ଥିଲା । ଏହି ପ୍ଲାନରେ ଆପଣ ଡେଟାର ବ୍ୟବହାର କରିପାରିବେ ନାହିଁ । କହିବାକୁ ଗଲେ ଏବେ ସଂଶୋଧିତ କେବଳ ଭଏସ କଲିଂ ଓ SMS ପ୍ଲାନ ପୂର୍ବାପେକ୍ଷା 30 ଟଙ୍କା ଶସ୍ତା ହୋଇଛି ।
- Rs 1849 ପ୍ଲାନ: କେବଳ ଭଏସ କଲିଂ ଓ ଏସଏମଏସ ଲାଗି ଏୟାରଟେଲର ଦ୍ବିତୀୟ ପ୍ଲାନ ହେଉଛି 1849 ଟଙ୍କିଆ ପ୍ଲାନ । ଏହାର ବୈଧତା 365 ଦିନ ବା 1ବର୍ଷ ପର୍ଯ୍ୟନ୍ତ ରହିଛି । ପୂର୍ବରୁ ଏହି ପ୍ଲାନର ଦାମ 1959 ଟଙ୍କା ଥିଲା । ଯାହାକି 110 ଟଙ୍କା ଶସ୍ତା ହୋଇଛି । ପୂର୍ବ ପରି ଏଥିରେ ଅନଲିମିଟେଡ୍ ଭଏସ କଲିଂ, ମାଗଣା ନ୍ୟାସନାଲ ରୋମିଂ, 3600 ପର୍ଯ୍ୟନ୍ତ ମାଗଣା SMS ସୁବିଧା ମିଳିବ ।
ଲାଭବାନ ହେବେ କି ଗ୍ରାହକ ?
ଯଦି ଆମେ ଏହାର ଅରିଜିନାଲ ଟାରିଫ୍ ଦେଖିବା ପୂର୍ବରୁ ଏହି ସମାନ ସୁବିଧା ଡେଟା ସହ 509 ଟଙ୍କାରେ 84ଦିନ ବୈଧତା ସହ ଆସୁଥିଲା । କିନ୍ତୁ ଦୁଇ ଥର ଏହାର ଦାମ କମାଇ ମଧ୍ୟ ଏହା ଗ୍ରାହକଙ୍କ ଲାଗି ସେତେଟା ସୁଲଭ ହୋଇନାହିଁ । କାରଣ ପୂର୍ବରୁ ଏହା Rs 509 ଓ ଏବେ Rs 469 ରହିବା ପରେ ମଧ୍ୟ 40ଟଙ୍କା କମିଛି । ପୂର୍ବରୁ Rs 509 ସହ ଡେଟା ମିଳୁଥିଲା କିନ୍ତୁ ଏବେ ଡେଟା ସୁବିଧା ମିଳୁନାହିଁ । ଏହା କେବଳ ଭଏସ କଲିଂ ଓ SMS ସୁବିଧା ଦେଉଛି ।
Jioର ଭଏସ ଓ SMS ପ୍ଲାନ
ଟ୍ରାଇର ଗାଇଡଲାଇନ ଅନୁସାରେ ରିଲାଏନ୍ସ ଜିଓ କେବଳ ଭଏସ କଲିଂ ଓ SMS ପ୍ଲାନ ଲାଗି ଦୁଇଟି ପ୍ଲାନ ଲଞ୍ଚ କରିଛି ।
1. 84 ଦିନିଆ ପ୍ଲାନ
ଦାମ: 458 ଟଙ୍କା
ସୁବିଧା: ଅନଲିମିଟେଡ ଭଏସ କଲିଂ ଓ SMS, 1000 ମାଗଣା SMS
2. 365 ଦିନିଆ ପ୍ଲାନ
ଦାମ: 1,958 ଟଙ୍କା
ସୁବିଧା: ଅନଲିମିଟେଡ ଭଏସ କଲିଂ ଓ SMS, 3600 ମାଗଣା SMS
Vodafone-ideaର ଭଏସ ଓ SMS ପ୍ଲାନ
ଭୋଡାଫୋନ ଆଇଡିଆ କେବଳ ଭଏସ କଲିଂ ଓ ଏସଏମଏସ ଲାଗି ମାତ୍ର ଗୋଟିଏ ପ୍ଲାନ ଲଞ୍ଚ କରିଛି । ଏହି ପ୍ଲାନର ଦାମ 1460 ଟଙ୍କା ରହିଛି । ଯେଉଁଥିରେ ୟୁଜରଙ୍କୁ ଅନଲିମିଟେଡ ଭଏସ କଲିଂ ଓ 100 SMS ସୁବିଧା ମିଳିବ । ଏହି ପ୍ଲାନର ବୈଧତା 270 ଦିନ ରହିଛି । ଏହାର ଅର୍ଥ ପୁରା ବର୍ଷରେ 95 ଦିନ ବା ପ୍ରାୟ 3 ମାସ କମ ଭ୍ୟାଲିଡିଟି ରହିବ ।
Jio ଓ Viକୁ ବି ପ୍ଲାନର ଦାମ ହ୍ରାସ କରିବାକୁ ନିର୍ଦ୍ଦେଶ
ଟ୍ରାଇ ଜିଓ ଏବଂ ଭୋଡାଫୋନ ଆଇଡିଆ ଟେଲିକମ ଅପରେଟରଙ୍କୁ ମଧ୍ୟ ନୂଆ କରି ଲଞ୍ଚ କରିଥିବା କେବଳ ଭଏସ କଲିଂ ଓ ଏସଏମଏସ ଭାଉଚରର ଦାମ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଇଛି । ଏବେ ଏୟାରଟେଲ ପ୍ରଥମେ ନୂଆ ପ୍ଲାନକୁ ସଂଶୋଧିତ କରିବା ପରେ ଏହି ଦୁଇ ଟେଲିକମ ଅପରେଟର ମଧ୍ୟ ପ୍ଲାନରେ ସଂଶୋଧିତ କରିପାରନ୍ତି ।