ETV Bharat / technology

Android 16 Beta 1 ଇନଷ୍ଟଲ୍‌ କେମିତି କରିବେ ? କଣ ଏହାର ଖାସ ଫିଚର - HOW TO INSTALL ANDROID 16 BETA 1

ଗୁଗଲ୍‌ ଆଣ୍ଡ୍ରଏଡ୍‌ 16 ବିଟା 1 ଭର୍ସନକୁ ଲଞ୍ଚ କରିଛି । ଏହି ବିଟା ଭର୍ସନକୁ କେଉଁ ଫୋନରେ ଇନଷ୍ଟଲ କରାଯାଇପାରିବ ଜାଣନ୍ତୁ...

Android 16 Beta 1 Update
Android 16 Beta 1 Update (Photo- Android Developers)
author img

By ETV Bharat Tech Team

Published : Jan 25, 2025, 4:11 PM IST

ହାଇଦ୍ରାବାଦ: ଗୁଗଲ୍‌ ନୂଆ ଅପରେଟିଂ ସିଷ୍ଟମ Android 16ର ପ୍ରଥମ ବିଟା ଭର୍ସନ ରିଲିଜ କରିଛି । କମ୍ପାନୀ ଏ ସମ୍ପର୍କରେ ଆନୁଷ୍ଠାନିକ ଭାବେ ଏକ ବ୍ଲଗ୍‌ ପୋଷ୍ଟରେ ଘୋଷଣା କରିଛି । ଆଣ୍ଡ୍ରଏଡ 16ର ଲାଟେଷ୍ଟ ବିଟା ଅପଡେଟ୍‌ ଡେଭଲପର୍ସ ଓ ବିଟା ୟୁଜରଙ୍କ ଲାଗି ଲାଇଭ ହୋଇଯାଇଛି । ଗୁଗଲ୍‌ର କହିବାନୁସାରେ ଏହି ଅପଡେଟ୍‌ ଦ୍ବାରା ଆପ୍‌କୁ ବ୍ୟବହାର କରିବା ପ୍ରକ୍ରିୟାରେ ଉନ୍ନତି ଆସିବା ସହ ଅନେକ ଅପଡେଟ୍‌ ସୁବିଧା ମଧ୍ୟ ମିଳିବ ।

Android 16 Beta 1ର ଖାସ ଫିଚର

  • App Adaptivity: ଏଥିରେ ଆପ୍ସଗୁଡ଼ିକ ଅଲଗା ଅଲଗା ପରିସ୍ଥିତିରେ ଅନୁକୂଳ ଭାବେ କାମ କରିବା ଲାଗି ନୂଆ ଟେକ୍ନୋଲୋଜିର ସାମିଲ କରାଯାଇଛି । ଆଣ୍ଡ୍ରଏଡ୍‌ 16 ବିଟା 1ରେ ଡେଭଲପର୍ସଙ୍କ ଲାଗି ସ୍କ୍ରିନ ଓରିଏଣ୍ଟେସେନ ଓ ରିସାଇଜେବିଲିଟି ପ୍ରତିବନ୍ଧକୁ ହଟାଯାଇଛି । ଏହାର ଅର୍ଥ ଡେଭଲପର ନିଜ ଆପ୍‌କୁ ବଡ଼ ସ୍କ୍ରିନଯୁକ୍ତ ଡିଭାଇସ ଓ ଫୋଲ୍ଡେବଲ ଓ ଟାବଲେଟ୍‌ ଲାଗି ସଠିକ ଭାବରେ ଅପ୍ଟିମାଇଜ କରିପାରିବେ ।
  • Live Updates of Apps: ଏହି ଫିଚର ଯୋଗୁଁ ୟୁଜରଙ୍କୁ ରିଅଲ-ଟାଇମ ଅପଡେଟ ମିଳିବ । ଡେଭଲପର ଏଥିଲାଗି OSରେ ଏକ ନୂଆ ସିଷ୍ଟମକୁ ସାମିଲ କରିବାକୁ ଯାଉଛନ୍ତି । ଏହି ଫିଚର iOS ଡିଭାଇସରେ ମିଳିବାକୁ ଥିବା ଲାଇଭ ଆକ୍ଟିଭିଟିଜ୍‌ ନୋଟିଫିକେସନ ବା Dynamic Island ଫିଚର ପରି । ଏହା ୟୁଜରଙ୍କୁ କୌଣସି ଆପ୍‌ରେ ହେବାକୁ ଥିବା ରିଅଲ ଟାଇମ ଉନ୍ନତିର ରିପୋର୍ଟ ଦେବ । ଉଦାହରଣ ସ୍ବରୂପ, ଆପଣ କୌଣସି ଇ-କମର୍ସ ପ୍ଲାଟଫର୍ମରେ କୌଣସି ଜିନିଷ ଅର୍ଡର କରିଛନ୍ତି ଏହା କେଉଁଠି ପହଞ୍ଚିଲା ଆଦି ସମ୍ପର୍କରେ ସଠିକ ସମୟରେ ସୂଚନା ଦେବ ।
  • Advanced Professional Video Format: ଆଣ୍ଡ୍ରଏଡ 16 ଅପଡେଟ୍‌ ସହିତ ଫୋନରେ ଏକ ନୂଆ ଭିଡିଓ ଫର୍ମାଟ (APV) ଆସିବାକୁ ଯାଉଛି । ଏହି ନୂଆ ଅପଡେଟ HDR 10+କୁ ସପୋର୍ଟ କରିବ । ଏହାଦ୍ବାରା ପ୍ରଫେସନାଲ ଭିଡିଓ ସୁଟ୍‌ କରିବା ଓ ଏହାକୁ ସୋସିଆଲ ମିଡିଆରେ ଅପଲୋଡ କରୁଥିବା ୟୁଜରଙ୍କ ଲାଗି ବେଶ ସହାୟକ ହେବ ।

କେଉଁ ଫୋନରେ କାମ କରିବ ବିଟା ଭର୍ସନ ?

ଆଣ୍ଡ୍ରଏଡ 16ର ବିଟା 1 ଭର୍ସନକୁ ୟୁଜର ଗୁଗଲ୍‌ର କିଛି ନିର୍ଦ୍ଦିଷ୍ଟ ପିକ୍ସେଲ ଫୋନରେ ବ୍ୟବହାର କରିବାକୁ ସକ୍ଷମ ହେବେ । ସେହି ଫୋନଗୁଡ଼ିକର ନାଁ ନିମ୍ନରେ ଜାଣନ୍ତୁ:

  • ପିକ୍ସେଲ 6
  • ପିକ୍ସେଲ 6 ପ୍ରୋ
  • ପିକ୍ସେଲ 6ଏ
  • ପିକ୍ସେଲ 7
  • ପିକ୍ସେଲ 7 ପ୍ରୋ
  • ପିକ୍ସେଲ 7ଏ
  • ପିକ୍ସେଲ ଫୋଲ୍ଡ
  • ପିକ୍ସେଲ ଟାବଲେଟ୍‌
  • ପିକ୍ସେଲ 8
  • ପିକ୍ସେଲ 8 ପ୍ରୋ
  • ପିକ୍ସେଲ 8ଏ
  • ପିକ୍ସେଲ 9
  • ପିକ୍ସେଲ 9 ପ୍ରୋ
  • ପିକ୍ସେଲ 9 ପ୍ରୋ ଏକ୍ସଏଲ
  • ପିକ୍ସେଲ 9 ପ୍ରୋ ଫୋଲ୍ଡ

Android 16 Beta 1 ଅପଡେଟକୁ କେମିତି କରିବେ ଇନଷ୍ଟଲ ?

  • ପ୍ରଥମେ ଆପଣଙ୍କୁ Android Beta for Pixel ପୃଷ୍ଠାକୁ ଯାଆନ୍ତୁ ।
  • ଯଦି ଆପଣଙ୍କ ଫୋନରେ ଅପଡେଟ୍‌ ସମ୍ଭବ ତେବେ ତାହା ଏକ ନୀଳ ରଙ୍ଗର '+Opt in' ବଟନ୍‌ ସହ ତାଲିକାରେ ଦିଶିବ ।
  • ଆପଣ Opt-in ବଟନ୍‌ ଉପରେ କ୍ଲିକ୍‌ କରନ୍ତୁ ।
  • ଏବେ Terms and Conditions ପପ୍‌-ଅପ୍‌ ୱିଣ୍ଡୋ ଦିଶିବ ।
  • ଏବେ ଆପଣଙ୍କୁ 'I agree to the terms of the beta program' ପାଖରେ ଥିବା ବକ୍ସକୁ ଯାଞ୍ଚ କରନ୍ତୁ ।
  • ଏହାପରେ 'Confirm and enrol' ବଟନ୍‌କୁ କ୍ଲିକ୍‌ କରନ୍ତୁ ।
  • ଏହାସହିତ ଆପଣଙ୍କ ଫୋନରେ ବିଟା ଭର୍ସନ ରେଜିଷ୍ଟର ହୋଇଯିବ ।

ଅପଡେଟ୍‌ କରିବା ପୂର୍ବରୁ କିଛି ଧ୍ୟାନ ଦେବା କଥା

ପ୍ରଥମେ ଆପଣଙ୍କୁ ଉପରେ କୁହାଯାଇଥିବା ଯୋଗ୍ୟ ଫୋନ କିଣି ଏଥିରେ ଆଣ୍ଡ୍ରଏଡ ବିଟା ପ୍ରୋଗ୍ରାମ ଏନରୋଲ୍‌ କରିବାକୁ ପଡ଼ିବ । ଏଠି ଧ୍ୟାନ ଦେବା କଥା ହେଉଛି ବିଟା ଅପଡେଟ୍ସ ହେଉଛି ଏକ ପ୍ରି-ରିଲିଜ ଭର୍ସନ । ଏଥିରେ ଅନେକ ବଗ୍ସ ରହିବାର ସମ୍ଭାବନା ରହିଛି ଏହି କାରଣରୁ ଫୋନ ସ୍ବାଭାବିକଠାରୁ ଧୀରେ କାମ କରିବ ।

ଆଣ୍ଡ୍ରଏଡ 16 ବିଟା ଏନରୋଲ୍‌ କରିବା ପରେ ଯଦି ଆପଣଙ୍କୁ ବିଟା ଭର୍ସନ ଡିଲିଟ୍‌ କରୁଛନ୍ତି, ତେବେ ଆପଣଙ୍କ ମୋବାଇଲରୁ ସମସ୍ତ ଡେଟା ଉଡ଼ିଯାଇପାରେ । ଏହି ଭର୍ସନ ଅପଡେଟ୍‌ ସମୟରେ ମଧ୍ୟ ଏ ସମ୍ପର୍କରେ ଗୁଗଲ୍‌ ଆପଣଙ୍କୁ ଚେତାବନୀ ଦେବ । ଏଣୁ ଯଦି ଏହି ଭର୍ସନକୁ ଅପଡେଟ୍‌ କରିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ନିଜ ଫୋନରେ ଥିବା ସମସ୍ତ ଡେଟାକୁ ସେଭ୍‌ କରି ରଖନ୍ତୁ ।

ଏହା ବି ପଢନ୍ତୁ
Android 16 ପାଇଁ ହୋଇଯାଆନ୍ତୁ ତୟାର; ବହୁ ପୂର୍ବରୁ ହେବ ଲଞ୍ଚ, କନଫର୍ମ କଲା ଗୁଗଲ୍‌

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.