ଓଡିଶା

odisha

ETV Bharat / technology

ଏପ୍ରିଲରେ ଲଞ୍ଚ ହେବ 2025 Skoda Kodiaq; ଡିଜାଇନ ଓ ଫିଚରରେ ବଡ଼ ପରିବର୍ତ୍ତନ - SKODA KODIAQ LAUNCH TIMELINE

Skoda Auto ଏହାର 2025 ସ୍କୋଡା କୋଡିଆକ୍‌କୁ ଏପ୍ରିଲରେ ଲଞ୍ଚ କରିବାକୁ ଯାଉଛି । କମ୍ପାନୀ ଏହାକୁ 2ଟି ଟ୍ରିମରେ ଲଞ୍ଚ କରିବ । ଅଧିକ ପଢନ୍ତୁ

2025 Skoda Kodiaq
2025 Auto Expoରେ ପ୍ରଦର୍ଶିତ ହୋଇଥିବା 2025 Skoda Kodiaq (ETV Bharat)

By ETV Bharat Tech Team

Published : Feb 24, 2025, 3:24 PM IST

ହାଇଦ୍ରାବାଦ: ଦ୍ବିତୀୟ ଜେନେରେସନର Skoda Kodiaq ଗତ 3ମାସ ପୂର୍ବରୁ ଭାରତୀୟ ବଜାରରେ ଲଞ୍ଚ ହୋଇଥିବାବେଳେ ଏବେ ଏହା 7-ସିଟ୍‌ ସହ ସମ୍ପୂର୍ଣ୍ଣ ଭାବେ ଫୁଲ୍‌-ସାଇଜ୍‌ SUV ଭାବେ ଲଞ୍ଚ ହେବ । ଏହାକୁ ଦୁଇଟି ଟ୍ରିମ୍‌ରେ ଉପଲବ୍ଧ କରାଯିବ ଓ ଏହାର ଦାମ ସମ୍ପର୍କରେ ଏପ୍ରିଲରେ ଘୋଷଣା ହେବ ବୋଲି ସ୍କୋଡା ଅଟୋ ଇଣ୍ଡିଆର ବ୍ରାଣ୍ଡ ନିର୍ଦ୍ଦେଶକ ପେଟ୍ର ଜେନେବା କହିଛନ୍ତି ।

2025 Skoda Kodiaq: ଭାରିଏଣ୍ଟ ଓ ଡିଜାଇନ

ସ୍କୋଡା ଅଟୋ ଇଣ୍ଡିଆ ନୂଆ 2025 ସ୍କୋଡା କୋଡିଆକ୍‌କୁ ଦୁଇଟି ଟ୍ରିମ୍‌ Sportline ଓ Laurin & Klement (L&K)ରେ ଲଞ୍ଚ କରିବ । ଏହାର ବାହାର ଓ ଭିତର ଡିଜାଇନ ଉଭୟରେ ବଡ଼ ପରିବର୍ତ୍ତନ କରାଯିବ । ଚଳିତ ବର୍ଷ ଜାନୁଆରୀରେ ଆୟୋଜିତ ଅଟୋ ଏକ୍ସପୋ 2025ରେ ନୂଆ Skoda Kodiaq L&Kକୁ କମ୍ପାନୀ ପ୍ରଦର୍ଶିତ କରିଥିଲା, ଯେଉଁଥିରେ କ୍ରୋମ୍‌ର ଭରପୂର ବ୍ୟବହାର ଦେଖିବାକୁ ମିଳିଥିଲା । ଏଥିଲାଗି Sportline ଟ୍ରିମରେ ବ୍ଲାକ୍‌ ଆଉଟ ଏଲିମେଣ୍ଟସ୍‌ର ବ୍ୟବହାର ହେବ ।

ଏହି ଟ୍ରିମ୍‌ରେ ଗ୍ରିଲ୍‌ ନିକଟରେ ORVMs, D-ପିଲର୍ସ ଓ ବ୍ଲାକ୍‌-ଆଉଟ୍‌ ଏଲିମେଣ୍ଟ୍ସ ମିଳିବ । ଏହାସହିତ ଆଲଏ ହ୍ବିଲ୍‌ର ଏକ ଅଲଗା ସିଟ୍‌ ମିଳିପାରେ । Skoda Kodiaq Sportlineର ଭିତର ଡିଜାଇନ ବି ବାହାର ଡିଜାଇନ ପରି ହୋଇପାରେ । ଉଭୟ ଟ୍ରିମ ମଧ୍ୟରେ ଫିଚରରେ ବି ଅନ୍ତର ରହିବାର ସମ୍ଭାବନା ରହିଛି ।

2025 Skoda Kodiaq: ପାୱାରଟ୍ରେନ୍‌

ଦ୍ବିତୀୟ ଜେନେରେସନର ସ୍କୋଡା କୋଡିଆକ୍‌ରେ 2.0 ଲିଟର, ଟର୍ବୋ-ପେଟ୍ରୋଲ ଇଞ୍ଜିନର ବ୍ୟବହାର କରାଯାଇଛି ଯାହାକୁ ପୂର୍ବ ମଡେଲରେ ବ୍ୟବହାର କରାୟାଇଛି । ଏହି ଇଞ୍ଜିନ 190ବିଏଚପି ଓ 320ଏନଏମରୁ ଅଧିକ ଟର୍କ ପ୍ରଦାନ କରିଥାଏ । ଏହି ଇଞ୍ଜିନକୁ 7-ସ୍ପିଡ୍‌ ଡୁଆଲ-କ୍ଲଚ୍‌ ଅଟୋମେଟିକ୍‌ ଗିଅରବକ୍ସ ସହିତ ଯୋଡ଼ାଯାଇଛି, ଯାହାକି ଏହି କାରର 4 ହ୍ବିଲ୍‌କୁ ପାୱାର ପ୍ରଦାନ କରିବ ।

2025 Skoda Kodiaq: ଫିଚର

ଏଥିରେ 13.5 ଇଞ୍ଚ ଟଚସ୍କ୍ରିନ୍‌ ଇନଫୋଟେନମେଣ୍ଟ ସିଷ୍ଟମ, ଆପଲ୍‌ କାର ପ୍ଲେ, ଆଣ୍ଡ୍ରଏଡ ଅଟୋ, 10 ଇଞ୍ଚ ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର, 15W ୱେୟାରଲେସ ସ୍ମାର୍ଟଫୋନ ଚାର୍ଜିଂ, ଆମ୍ବିଏଣ୍ଟ ଲାଇଟିଂ, ଫ୍ରଣ୍ଡ ଡୋରରେ ସ୍କୋଡାର ସିଗ୍ନେଚର ଅମ୍ବ୍ରେଲା କମ୍ପାର୍ଟମେଣ୍ଟ ରହିଛି । ସୁରକ୍ଷା ଫିଚର ଭାବେ ଏଥିରେ 9ଟି ଏୟାରବ୍ୟାଗ୍‌, ABS ସହିତ EBD, ଇଲେକ୍ଟ୍ରୋନିକ୍‌ ଷ୍ଟାବିଲିଟି କଣ୍ଟ୍ରୋଲ, 360 ଡିଗ୍ରୀ କ୍ୟାମେରା, ଫ୍ରଣ୍ଟ ଓ ରିଅର ପାର୍କିଂ ସେନ୍ସର ରହିଛି । ଏହି ଏସୟୁଭି ADAS ସହିତ ମଧ୍ୟ ଆସିଛି । ତେବେ ଏହାର ଦାମ ସମ୍ପର୍କରେ ଏଯାବତ ଖୁଲାସା ହୋଇନାହିଁ ।

ଏହା ବି ପଢନ୍ତୁ
  1. ମାତ୍ର 10ମିନିଟରେ ଟେଷ୍ଟ ଡ୍ରାଇଭ ପାଇଁ ଘରେ ପହଞ୍ଚିବ Kylaq SUV; ଜେପ୍ଟୋ ଯୋଗାଉଛି ସେବା
  2. ଭାରତ NCAP କ୍ରାସ୍‌ ଟେଷ୍ଟ; Skoda Kylaqକୁ ମିଳିଲା 5-ଷ୍ଟାର ରେଟିଂ

ABOUT THE AUTHOR

...view details