ଓଡିଶା

odisha

ETV Bharat / technology

ଭାରତରେ ଲଞ୍ଚ ହେଲା ଆପଲ୍‌ iPad Mini, କେତେ ଦାମ ଓ କଣ ମିଳିବ ଫିଚର୍‌

New Apple iPad Mini: ଆପଲ୍‌ ଭାରତ ବଜାରରେ ଆଇପ୍ୟାଡ୍‌ ମିନି ଲଞ୍ଚ କରିଛି । ଏଥିରେ ଆପଲ ଇଣ୍ଟେଲିଜେନ୍ସ ଫିଚର ରହିଛି । ତେବେ ଏହାର ଦାମ କେତେ ଜାଣନ୍ତୁ...

By ETV Bharat Tech Team

Published : 5 hours ago

New Apple iPad Mini
New Apple iPad Mini (Photo- Apple India)

ହାଇଦ୍ରାବାଦ:ଆମେରିକୀୟ କମ୍ପାନୀ ଆପଲ୍‌ ଭାରତରେ iPad ମିନି ଲଞ୍ଚ କରିଛି । ଆପଲ୍‌ର ସବୁଠୁ ଛୋଟ ଏହି ଆଇପ୍ୟାଡ୍‌ iPad A17 Pro ସଞ୍ଚାଳିତ । ଯାହାର ଅର୍ଥ ହେଉଛି ୟୁଜର ଏଥିରେ ଆପଲ୍‌ ଇଣ୍ଟେଲିଜେନ୍ସ ଫିଚର ପାଇବାରେ ସକ୍ଷମ ହେବେ । ଏହାର ଡିଜାଇନ ବେଶ ଆକର୍ଷଣୀୟ ରହିଥିବା ବେଳେ ଏହା ଆପଲ୍‌ ଲଭରଙ୍କୁ ଆକୃଷ୍ଟ କରୁଛି ।

Apple iPad Miniର ଦାମ:-ନୂଆ iPad Miniର ମୂଲ୍ୟ Wi-Fi ମଡେଲ ଲାଗି 49,900 ଟଙ୍କା ରଖାଯାଇଛି । କିନ୍ତୁ Wi-Fi + ସେଲ୍ୟୁଲାର ମଡେଲ ଲାଗି 64,900 ଟଙ୍କା ପ୍ରାରମ୍ଭିକ ମୂଲ୍ୟ ରହିଛି ।

  • iPad mini 128GB Wi-Fi: Rs. 49,900
  • iPad mini 128GB Wi-Fi + Cellular: Rs. 64,900
  • iPad mini 256GB Wi-Fi: Rs. 59,900
  • iPad mini 256GB Wi-Fi + Cellular: Rs. 74,900
  • iPad mini 512GB Wi-Fi: Rs.79,900
  • iPad mini 512GB Wi-Fi + Cellular: Rs. Rs. 94,900
  • Apple Pencil Pro: Rs. 11,900
  • Apple Pencil (USB-C): Rs. 7,900
Also Read: ଜୀବନ ବଞ୍ଚାଇବ Apple Watch Series 10; ରହିଛି ଅନେକ ହେଲଥ୍‌ ଫିଚର, ଏତିକି ଦାମ
New Apple iPad Mini (Photo- Apple India)

କଲର ଅପସନ ଓ କେଉଁଠୁ କିଣିବେ ?

  • ଏହି ଡିଭାଇସ ପିଙ୍କ୍‌, ପର୍ପଲ୍‌, ଷ୍ଟାରଲାଇଟ ଓ ସ୍ପେଶ ଗ୍ରେ ରଙ୍ଗରେ ଉପଲବ୍ଧ ।
  • ନୂଆ iPad ମିନିରେ 128GB ଷ୍ଟୋରେଜ ମିଳିବ ଯାହାକି ପୁରୁଣା ମଡେଲଠାରୁ ଦ୍ବିଗୁଣ ରହିଛି ।
  • ଏହା 256GB ଓ 512GB ଷ୍ଟୋରେଜରେ ଉପଲବ୍ଧ ।
  • ଗ୍ରାହକ ଅକ୍ଟୋବର 23 ତାରିଖରୁ ଏହାର ପ୍ରିଅର୍ଡର କରିପାରିବେ ।

କଣ ରହିଛି ଅନ୍ୟ ଫିଚର ?

  • iPad Miniରେ 8.3 ଇଞ୍ଚ ଲିକ୍ବିଡ ରେଟିନା ଡିସପ୍ଲେ ରହିଛି ।
  • କମ୍ପାନୀର କହିବାନୁସାରେ, A17 Pro ପ୍ରୋସେସର ସବୁଠୁ ଅଧିକ ଡିମାଣ୍ଡିଂ ଟାସ୍କ ଲାଗି ଭଲ କାମ କରିବ ।
  • 6-କୋର ପ୍ରୋସେସର, 5-କୋର GPU ଓ 16-କୋର ନ୍ୟୁରାଲ ଇଞ୍ଜିନ ରହିଛି । ୟାହାକି ପୂର୍ବ ମଡେଲ ତୁଳନାରେ 2 ଗୁଣା ଦ୍ରୁତ ଭାବରେ କାମ କରିବ ।
  • ଏହା Apple Pencil Proକୁ ବି ସପୋର୍ଟ କରେ ।
  • 12MP ୱାଇଡ ବ୍ୟାକ୍‌ କ୍ୟାମେରା, ଯାହାକି ସ୍ମାର୍ଟ HDR 4କୁ ସମର୍ଥନ କରେ ।
  • ନୂତନ ଆଇପ୍ୟାଡ୍ ମିନି ସ୍ବୟଂଚାଳିତ ଭାବରେ କୃତ୍ରିମ ବୁଦ୍ଧିମତା (AI) ବ୍ୟବହାର କରି କ୍ୟାମେରା ଆପରେ ଡକ୍ୟୁମେଣ୍ଟଗୁଡ଼ିକୁ ଚିହ୍ନଟ କରିଥାଏ ଏବଂ ଡକ୍ୟୁମେଣ୍ଟରୁ ଛାଇ ହଟାଇବା ପାଇଁ ନୂତନ ଟ୍ରୁ ଟୋନ୍ ଫ୍ଲାସ୍ ବ୍ୟବହାର କରିପାରିବ ।
  • କମ୍ପାନୀର କହିବାନୁସାରେ, ପୁରା ଦିନ ଚାଲିବା ଭଳି ଏଥିରେ ବ୍ୟାଟେରୀ କ୍ଷମତା ରହିଛି ।
  • ନୂତନ iPadରେ Wi-Fi 6E ସପୋର୍ଟ ମିଳିବ ।
Also Read: Appleର ସବୁଠୁ ଶସ୍ତା ଆଇଫୋନ ତଥ୍ୟ ଲିକ୍‌; ଜାଣନ୍ତୁ କେବେ ହେବ ଲଞ୍ଚ

ABOUT THE AUTHOR

...view details