ଓଡିଶା

odisha

ETV Bharat / technology

ମହିନ୍ଦ୍ରା SUVର ଜଲୱା; 3ଟି କାରକୁ ମିଳିଲା 5-ଷ୍ଟାର ସେଫ୍ଟି ରେଟିଂ - 5 STARS SAFETY RATING

ମହିନ୍ଦ୍ରାର 3ଟି କାରକୁ 5 ଷ୍ଟାର ସୁରକ୍ଷା ମୂଲ୍ୟାୟନ ମିଳିଛି । ଅର୍ଥାତ ଏହି କାରରେ ଯାତ୍ରା ବେଳେ ଦୁର୍ଘଟଣା ହେଲେ ବିଶେଷ କ୍ଷୟକ୍ଷତି ଘଟିବ ନାହିଁ । ଅଧିକ ପଢନ୍ତୁ

Mahindra Thar Roxx XUV 3xo XUV 400
Mahindra Thar Roxx XUV 3xo XUV 400 (ETV Bharat)

By ETV Bharat Tech Team

Published : Nov 14, 2024, 6:52 PM IST

ହାଇଦ୍ରାବାଦ: ସ୍ବଦେଶୀ ଏସୟୁଭି ନିର୍ମାତା କମ୍ପାନୀ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା (Mahindra & Mahindra) ସୁରକ୍ଷିତ କାର ନିର୍ମାତା ତାଲିକାରେ ଆସିଥାଏ । ପୁଣି ଥରେ ନୂତନ କାର ମୂଲ୍ୟାଙ୍କନ କାର୍ଯ୍ୟକ୍ରମ Bharat NCAPର କ୍ରାସ ଟେଷ୍ଟରେ ମହିନ୍ଦ୍ରା କାର ଜଲୱା ଦେଖାଇଛି । ଏହି ବ୍ରାଣ୍ଡର ତିନୋଟି SUVକୁ 5-ଷ୍ଟାର ରେଟିଂ ପ୍ରଦାନ କରାଯାଇଛି । ଏହି 3 ଏସୟୁଭି ମଧ୍ୟରେ ମହିନ୍ଦ୍ରା Thar Roxx, XUV400 EV ଓ ମହିନ୍ଦ୍ରା 3XO ସାମିଲ ।

ମହିନ୍ଦ୍ରା Thar Roxxର ସେଫ୍ଟି ରେଟିଂ

ଭରତ ଏନସିଏପି ଦ୍ବାରା ପରିଚାଳିତ କ୍ରାସ୍ ପରୀକ୍ଷଣରେ କମ୍ପାନୀର ଲୋକପ୍ରିୟ ମହିନ୍ଦ୍ରା ଥର୍‌ ରକ୍ସକୁ 5 ଷ୍ଟାର ସୁରକ୍ଷା ମୂଲ୍ୟାୟନ ମିଳିଛି । ଏହି ମୂଲ୍ୟାୟନ SUVର ସମସ୍ତ ପ୍ରକାର ପାଇଁ ପ୍ରଯୁଜ୍ୟ । ଖାସ କଥା ହେଉଛି କ୍ରାସ୍ ପରୀକ୍ଷଣରେ 5 ଷ୍ଟାର ପାଇଥିବା ଏହା ପ୍ରଥମ ବଡି-ଅନ୍-ଫ୍ରେମ୍ ଯାତ୍ରୀବାହୀ ଯାନ ହୋଇପାରିଛି । ମହିନ୍ଦ୍ରା ଥର ରକ୍ସ ବୟସ୍କ ବ୍ୟକ୍ତିଙ୍କ ପାଇଁ ସର୍ବାଧିକ ସ୍କୋର ହାସଲ କରିବାରେ ଅଳ୍ପକେ ବର୍ତ୍ତି ଯାଇଛି, ଯାହାକି ଏବେ ଟାଟା ପୁଞ୍ଚ (Tata Punch) ନାଁରେ ରହିଛି ।

  • ବୟସ୍କଙ୍କ ଲାଗି Thar Roxx ରେଟିଂ:- ବୟସ୍କ ବ୍ୟକ୍ତିଙ୍କ ଅଧିକାର ପାଇଁ ମହିନ୍ଦ୍ରା ଥର ରକ୍ସ 32ରୁ 31.09 ପଏଣ୍ଟ ହାସଲ କରିଛି । ଫ୍ରଣ୍ଟାଲ୍ ଅଫସେଟ୍ କ୍ରାସ୍ ପରୀକ୍ଷଣରେ ଡ୍ରାଇଭର ଏବଂ ଆଗ ଯାତ୍ରୀଙ୍କୁ ଦିଆଯାଇଥିବା ମୁଣ୍ଡ ଏବଂ ବେକ ସୁରକ୍ଷା ଭଲ ଥିବାବେଳେ ଡ୍ରାଇଭରଙ୍କ ଛାତି ସୁରକ୍ଷା ମଧ୍ୟ ଯଥେଷ୍ଟ ଥିଲା । ଆଗ ଯାତ୍ରୀଙ୍କ ଛାତି ସୁରକ୍ଷା ଭଲ ଥିଲା । ଉଭୟ ଡ୍ରାଇଭର ଏବଂ ଯାତ୍ରୀଙ୍କ ପାଇଁ ଆଣ୍ଠୁ ସୁରକ୍ଷା ଭଲ ଥିଲା ।
  • ଛୋଟ ପିଲାଙ୍କ ସୁରକ୍ଷା ଲାଗି Thar Roxx ରେଟିଂ:-ଶିଶୁ ସୁରକ୍ଷା ଦୃଷ୍ଟିରୁ ଥର ରକ୍ସ 49 ପଏଣ୍ଟରୁ 45 ସ୍କୋର କରିଥିଲା । ଏହି କାରଣରୁ ଏହି ଏସୟୁଭିକୁ 5 ତାରକା ମୂଲ୍ୟାୟନ ଦିଆଯାଇଥିଲା । ସେହିପରି କ୍ରାସ୍ ପରୀକ୍ଷଣରେ 3 ବର୍ଷ ବୟସ୍କା ଡମି ପାଇଁ ଶିଶୁ ସିଟ୍ ଯାହାକୁ ISOFIX ଆଙ୍କୋରେଜ୍ ବ୍ୟବହାର କରି ପଛରେ ରଖାଯାଇଥିଲା । ଫ୍ରଣ୍ଟାଲ୍ ଇଫେକ୍ଟ ପରୀକ୍ଷଣରେ ଅତ୍ୟଧିକ ଫରୱାର୍ଡ ରୋଲ୍ ରୋକିବାରେ ଏହା ସଫଳ ହୋଇଥିଲା ଏବଂ ପାର୍ଶ୍ବ ପ୍ରଭାବ ପରୀକ୍ଷଣରେ ଭଲ ସୁରକ୍ଷା ପ୍ରଦାନ କରିଥିବା ଦେଖିବାକୁ ମିଳିଛି ।
ଏହା ବି ପଢନ୍ତୁ
  1. ମାରୁତି ସୁଜୁକିର ଏହି କାରକୁ 5-ଷ୍ଟାର ସେଫ୍ଟି ରେଟିଂ ଦେଲା Global NCAP; ଦେଖନ୍ତୁ ଭିଡିଓ
  2. ବନ୍ୟା ଅଞ୍ଚଳ ପାଇଁ ବରଦାନ; ପାଣି ଭର୍ତ୍ତି ରାସ୍ତାରେ ବି ସହଜରେ ଗଡ଼ିବ ଏହି କାର
  3. ବ୍ଲାକ ଥିମରେ ବଜାର ପ୍ରବେଶ କଲା ମହିନ୍ଦ୍ରା ସ୍କର୍ପିଓ କ୍ଲାସିକ ବସ୍‌ ଏଡିସନ; ଏତିକି ଦାମ

Mahindra 3XO ସେଫ୍ଟିଂ ରେଟିଂ

ମହିନ୍ଦ୍ରା XUV 3XOର ସୁରକ୍ଷା ରେଟିଂ ସମ୍ପର୍କରେ କହିବାକୁ ଗଲେ , ଏହି କମ୍ପାକ୍ଟ ଏସୟୁଭି ଉଭୟ ବୟସ୍କ ଓ ଶିଶୁଙ୍କ ସୁରକ୍ଷା ଲାଗି 5-ଷ୍ଟାର ମୂଲ୍ୟାୟନ ହାତେଇଛି । ଏହା ଫ୍ରଣ୍ଟଲ ଅଫସେଟ୍‌ ଡିଫର୍ମେବଲ୍‌ ବ୍ୟାରିଅର କ୍ୟାସ ଟେଷ୍ଟରେ ବୟସ୍କ ଯାତ୍ରୀ ସୁରକ୍ଷା ଲାଗି 32ରୁ 29.36 ସ୍କୋର ହାତେଇଥିଲା । ସେହିପରି ଫ୍ରଣ୍ଟ ଅଫସେଟ୍‌ ବ୍ୟାରିଅର କ୍ରାସ ଟେଷ୍ଟରେ ଆଗରେ ବସିଥିବା ଯାତ୍ରୀଙ୍କୁ ସବୁ ପ୍ରକାରର ଭଲ ସୁରକ୍ଷା ଦେଇଥିଲା ।

  • ବୟସ୍କଙ୍କ ଲାଗି 3XOର ରେଟିଂ:-ଡ୍ରାଇଭରର ଛାତି, ଗୋଡ଼ ଲାଗି କମ ସୁରକ୍ଷା ରେଟିଂ ପ୍ରଦାନ କରାଯାଇଛି । ଏହାବ୍ୟତୀତ ଚାଳଙ୍କ ମୁଣ୍ଡ, ବେକ ଓ ଜଙ୍ଘ ପାଇଁ ଭଲ ସୁରକ୍ଷା ବ୍ୟବସ୍ଥା ରହିଛି । ସେହିପରି ଏହି SUVର ସାଇଡ୍‌ ବ୍ୟାରିଅର ଓ ପୋଲ୍‌ ଇମ୍ପାକ୍ଟ ଟେଷ୍ଟ ଲାଗି 16ରୁ 16 ପଏଣ୍ଟ ପ୍ରଦାନ କରାଯାଇଛି । ଯାହାଦ୍ବାରା ଆଗରେ ବସୁଥିବା ଯାତ୍ରୀଙ୍କୁ ଭଲ ସୁରକ୍ଷା ମିଳିବ ।
  • ଛୋଟ ପିଲାଙ୍କ ସୁରକ୍ଷା ଲାଗି ରେଟିଂ:-ଅନ୍ୟପଟେ ଶିଶୁଙ୍କ ସୁରକ୍ଷା ଲାଗି ମହିନ୍ଦ୍ରା ଏକ୍ସୟୁଭି 3XOରେ 49ରୁ 43 ପଏଣ୍ଟ ପ୍ରଦାନ କରାଯାଇଛି । ବାହନ ମୂଲ୍ୟାଙ୍କନ ସ୍କୋରରେ SUVର ପଏଣ୍ଟ କମିଛି । ଡାଇନାମିକ କ୍ରାସ ଟେଷ୍ଟ ଓ ଚାଇଲ୍ଡ ରିଷ୍ଟ୍ରେଣ୍ଟ ସିଷ୍ଟମ ଟେଷ୍ଟିଂରେ ଏହି କାରକୁ ପୁରା ପଏଣ୍ଟ ଦିଆଯାଇଛି ।

Mahindra XUV400 EVର ସୁରକ୍ଷା ରେଟିଂ

ଭାରତ NCAP ଦ୍ବାରା ବୟସ୍କ ଓ ଶିଶୁଙ୍କ ସୁରକ୍ଷା ଲାଗି ମହିନ୍ଦ୍ରା XUV400 EVକୁ ବି 5-ଷ୍ଟାର ମୂଲ୍ୟାୟନ ମିଳିଛି । ଏହି ରେଟିଂ ମହିନ୍ଦ୍ରା XUV400 EVର ସବୁ ଭାରିଏଣ୍ଟ ଉପରେ ଲାଗୁ ହେଉଛି । କହି ରଖୁଛୁ କି, ମହିନ୍ଦ୍ରାର ଲାଇନଅପ୍‌ରେ ଏହା ଏଯାବତ ଏକମାତ୍ର ଅଲ୍‌-ଇଲେକ୍ଟ୍ରିକ୍‌ କାର, ଯାହାକୁ ଭାରତରେ ପ୍ରାୟ 2ବର୍ଷ ପୂର୍ବରୁ ଲଞ୍ଚ କରାଯାଇଥିଲା ।

  • ବୟସ୍କଙ୍କ ଲାଗି Thar Roxx ରେଟିଂ:-କ୍ରାସ୍‌ ଟେଷ୍ଟରେ XUV400କୁ ବୟସ୍କ ଯାତ୍ରୀଙ୍କ ସୁରକ୍ଷା ପାଇଁ 32ରୁ 30.38 ପଏଣ୍ଟ ପ୍ରଦାନ କରାଯାଇଛି । ଏହାବାଦ୍‌ ଫ୍ରଣ୍ଟଲ ଅଫସେଟ୍‌ ଡିଫର୍ମେବଲ୍‌ ବ୍ୟାରିଅର ଟେଷ୍ଟ ଲାଗି ଏହି କାରକୁ 16ରୁ 14.38 ପଏଣ୍ଟ ହାସଲ କରିଛି । ସେହିପରି ସାଇଡ ମୁଭେବଲ୍‌ ଡିଫର୍ମେବଲ୍‌ ବ୍ୟାରିଅର ଟେଷ୍ଟ ଲାଗି ଏହି କାର 16ରୁ 16 ପଏଣ୍ଟ ହାସଲ କରିଛି ।
  • ଛୋଟ ପିଲାଙ୍କ ସୁରକ୍ଷା ଲାଗି ରେଟିଂ:- ତେବେ ଛୋଟ ଶିଶୁଙ୍କ ସୁରକ୍ଷା ରେଟିଂ ଉପରେ ନଜର ପକାଇଲେ ଏହି କାର 49ରୁ 43 ପଏଣ୍ଟ ହାସଲ କରିଛି । ଶିଶୁ ସୁକ୍ଷା ଲାଗି ଡାଇନାମିକ୍‌ ସ୍କୋର 24ରୁ 24 ପଏଣ୍ଟ ହାସଲ କରିଛି । ସେହିପରି ଚାଇଲ୍ଡ ରିଷ୍ଟ୍ରେଣ୍ଟ ଇନଷ୍ଟଲେସନ ପାଇଁ 12ରୁ 12 ପଏଣ୍ଟ ହାତେଇଛି । କିନ୍ତୁ ଏହି କାରର ମୂଲ୍ୟାୟନ 13ରୁ 7 ପଏଣ୍ଟ ରହିଛି ।

ABOUT THE AUTHOR

...view details