ଓଡିଶା

odisha

By ETV Bharat Tech Team

Published : 4 hours ago

ETV Bharat / technology

ଭେହିକଲ ଲଭରଙ୍କ ଲାଗି ଖୁସି ଖବର; ନବରାତ୍ରିରୁ ଆରମ୍ଭ 5ଡୋର ବିଶିଷ୍ଟ 'Thar Roxx'ର ବୁକିଂ - Mahindra Thar Roxx Bookings

Mahindra Thar Roxx Booking: ଫେଷ୍ଟିଭ ସିଜନରେ ଯିଏ କାରଟିଏ କିଣିବାକୁ ଚାହୁଁଛନ୍ତି ତାଙ୍କ ପାଇଁ ଏବେ ସୁବର୍ଣ୍ଣ ସୁଯୋଗ । ଆଉ କିଛି ଦିନ ମଧ୍ୟରେ ମହିନ୍ଦ୍ରା ଥର ରକ୍ସର ବୁକିଂ ଆରମ୍ଭ ହେବାକୁ ଯାଉଛି । ସବୁଠୁ ଖାସ କଥା ହେଉଛି ଏହି କାରରେ ଗ୍ରାହକଙ୍କୁ 5ଟି ଡୋର୍‌ ମିଳିବ । ତେବେ ଆସନ୍ତୁ ଜାଣିବା ଏହି କାରର ଦାମ, ଫିଚର, ବୁକିଂ ଓ ଡେଲିଭରି ଡିଟେଲ୍ସ....

Mahindra Thar Roxx
Mahindra Thar Roxx (Mahindra Thar)

ହାଇଦ୍ରାବାଦ: ଦଶହରାରେ ଆପଣ ନୂଆ କାର କିଣିବାକୁ ଚାହୁଁଛନ୍ତି କି ? ତେବେ ଆଉ ମାତ୍ର କିଛି ଦିନ । ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି କ୍ଲାସି ମହିନ୍ଦ୍ରା ଥର ରକ୍ସର ବୁକିଂ । ଗତ ଅଗଷ୍ଟ 15 ତାରିଖରେ ମହିନ୍ଦ୍ରା ଏହି କାରକୁ ଭାରତୀୟ ମାର୍କେଟରେ ଲଞ୍ଚ କରିଥିଲା । ଆସନ୍ତା ଅକ୍ଟୋବର 3 ତାରିଖରୁ ଏହି 5-ଡୋର ବିଶିଷ୍ଟ କାରର ବୁକିଂ ଆରମ୍ଭ ହେବ । ନବରାତ୍ରିର ପ୍ରଥମ ଦିନରୁ ଏହାର ବୁକିଂ ଆରମ୍ଭ ହେବାକୁ ଯାଉଛି ।

ଡେଲଭରି କେବେଠୁ ଆରମ୍ଭ ? : ମହିନ୍ଦ୍ରାର ଏହି ନୂଆ କାରର ବୁକିଂ ନବରାତ୍ରିର ପ୍ରଥମ ଦିନରୁ ଆରମ୍ଭ ହେବାକୁ ଥିବା ବେଳେ ଏହାର ଡେଲିଭରି ଏହାର କିଛି ଦିନ ଅର୍ଥାତ ଅକ୍ଟୋବର 12 ତାରିଖଠାରୁ ଆରମ୍ଭ ହେବାକୁ ଯାଉଛି ।

Mahindra Thar Roxx (Mahindra Group)

ଇଞ୍ଜିନ ପାୱାର:-

  • ମହିନ୍ଦ୍ରା ଥର ରକ୍ସ ଉଭୟ ପେଟ୍ରୋଲ ଓ ଡିଜେଲ ଇଞ୍ଜିନ ଅପସନ ସହିତ ଉପଲବ୍ଧ ।
  • ଏହାର 2.0ଲିଟର ପେଟ୍ରୋଲ ଇଞ୍ଜିନ 160 bhp ପାୱାର ଓ 330 Nm ଟର୍କ ସହିତ ଆସିଛି ।
  • 2.2 liter mHawk ଡିଜେଲ ଇଞ୍ଜିନ 150 bhp ପାୱାର ଓ 330 mm ଟର୍କ ସହ ଆସିଛି ।
  • ଉଭୟ ଇଞ୍ଜିନ 6-ସ୍ପିଡ ମ୍ୟାନୁଆଲ ଓ ଅଟୋମେଟିକ ଗିଅରବକ୍ସ ସୁବିଧା ପ୍ରଦାନ କରୁଛି ।
Mahindra Thar Roxx (Mahindra Group)
Also Read: ଚଳିତ ମାସର ଶେଷରେ ଲଞ୍ଚ ହେବାକୁ ଯାଉଛି 2ଟି ଦମଦାର କାର, ଜାଣନ୍ତୁ ଫିଚର୍ସ - Upcoming cars in September
Mahindra Thar Roxx (Mahindra Group)

Mahindra Thar Roxxରେ କଣ ଖାସ ?

  • କମ୍ପାନୀର କହିବାନୁସାରେ ଏହି କାରରେ ସବୁଠୁ ଅଧିକ ସୁରକ୍ଷା ସମ୍ବନ୍ଧୀୟ ଫିଚର ରହିଛି ।
  • ଏଥିରେ 6ଟି ଏୟାରବ୍ୟାଗ ଓ ଇଲେକ୍ଟ୍ରୋନିକ ଷ୍ଟାବିଲିଟି କଣ୍ଟ୍ରୋଲ ଫିଚର ରହିଛି ।
  • ଆଡଭାନ୍ସଡ ଡ୍ରାଇଭର ଆସିଷ୍ଟାଣ୍ଟ ସିଷ୍ଟମ
  • LED ପ୍ରୋଜେକ୍ଟର ହେଡଲ୍ୟାମ୍ପ
  • ରିଅର C ଆକାରର LED ଟେଲ୍‌ ଲାଇଟ୍ସ
  • 10.25 ଇଞ୍ଚ ଟଚସ୍କ୍ରିନ ଇନଫୋଟେନମେଣ୍ଟ ସିଷ୍ଟମ
  • Apple CarPlay ଓ Android Autoକୁ ସପୋର୍ଟ କରେ ।
  • 360 ଡିଗ୍ରୀ କାର ପାର୍କିଂ କ୍ୟାମେରା
  • 2ଟି ସନରୁଫ୍‌ ଅପସନ
Mahindra Thar Roxx (Mahindra Group)

ଦାମ କେତେ ?

  • ପେଟ୍ରୋଲ ଭାରିଏଣ୍ଟର ପ୍ରାରମ୍ଭିକ ମୂଲ୍ୟ: Rs.12.99 lakh (ଏକ୍ସ-ଶୋରୁମ)
  • ଡିଜେଲ ଭାରିଏଣ୍ଟର ପ୍ରାରମ୍ଭିକ ମୂଲ୍ୟ: Rs.13.99 lakh (ଏକ୍ସ-ଶୋରୁମ)
Also Read: ଟାଟା ମୋଟର୍ସକୁ ଶକ୍ତ ଧକ୍କା; କାର ଗ୍ରାହକଙ୍କୁ ଫେରାଇବ 16.95ଲକ୍ଷ ଟଙ୍କା - Hyderabad Nexon EV fire case
Mahindra Thar Roxx (Mahindra Group)

ABOUT THE AUTHOR

...view details