ଓଡିଶା

odisha

By ETV Bharat Tech Team

Published : 5 hours ago

ETV Bharat / technology

ଅକ୍ଟୋବର 2ରେ ଲାଗିବ 2024ବର୍ଷର ଶେଷ ସୂର୍ଯ୍ୟ ପରାଗ; କଣ ଭାରତରେ ଦିଶିବ 'Ring Of Fire' - Last solar eclipse of 2024

Last Solar Eclipse of 2024: ବର୍ଷ 2024ର ଶେଷ ତଥା ଦ୍ବିତୀୟ ସୂର୍ଯ୍ୟ ପରାଗ ଆସନ୍ତା ଅକ୍ଟୋବର 2 ତାରିଖରେ ହେବାକୁ ଯାଉଛି । ଏଥର ବିରଳ ସୂର୍ଯ୍ୟ ପରାଗ ରିଙ୍ଗ ଅଫ ଫାୟାର ଭଳି ଦେଖାଯିବ । ଆସନ୍ତୁ ଜାଣିବା ଚଳିତ ବର୍ଷର ଶେଷ ସୂର୍ଯ୍ୟ ଗ୍ରହଣ କିପରି ହେବ ଓ କେଉଁଠି ଏହା ଦୃଶ୍ୟମାନ ହେବ...

Last Solar Eclipse of 2024
Last Solar Eclipse of 2024 (ETV Bharat)

ହାଇଦ୍ରାବାଦ: ଆସନ୍ତା ଅକ୍ଟୋବର 2 ତାରିଖରେ ବର୍ଷ 2024ର ଶେଷ ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେବାକୁ ଯାଉଛି । ତେବେ ଏହି ସୂର୍ଯ୍ୟ ପରାଗଟି ବିରଳ ହେବ । କାରଣ ପରାଗ ସମୟରେ ସୂର୍ଯ୍ୟ 'ରିଙ୍ଗ ଅଫ ଫାୟାର' ଭଳି ଦିଶିବେ । ଚଳିତ ବର୍ଷ 2ଟି ଚନ୍ଦ୍ର ଗ୍ରହଣ ଓ 2ଟି ସୂର୍ଯ୍ୟ ପରାଗ ଲାଗିଛି । ଚଳିତ ବର୍ଷରେ ଶେଷ ଚନ୍ଦ୍ର ଗ୍ରହଣ ସେପ୍ଟେମ୍ବର 18ରେ ଲାଗିଥିଲା । ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଏପ୍ରିଲ 8ତାରିଖରେ ଲାଗିଥିଲା । ବର୍ଷର ଏହି ସୂର୍ଯ୍ୟ ପରାଗ ପୂର୍ଣ୍ଣ ସୂର୍ଯ୍ୟ ପରାଗ ଥିବା ବେଳେ ଏହାର ଶେଷ ପରାଗ ରିଙ୍ଗ ଅଫ ଫାୟାର ଭଳି ହେବ ।

କେତେବେଳେ ଲାଗିବ ସୂର୍ଯ୍ୟ ପରାଗ ?

ଚଳିତ ବର୍ଷର ଦ୍ବିତୀୟ ସୂର୍ଯ୍ୟ ପରାଗ ଅକ୍ଟୋବର 2 ତାରିଖରେ ଲାଗିବ । ଏହା ଏକ ବାର୍ଷିକ ସୂର୍ଯ୍ୟ ପରାଗ (Annual Solar Eclipse) ହେବ । ଏହି ଗ୍ରହଣ ସମୟରେ ଆକାଶରେ ଅଦ୍ଭୂତ ନଜାରା ଦେଖିବାକୁ ମିଳିବ । ସୂର୍ଯ୍ୟଙ୍କ ଚାରିପାଖରେ ଏକ ନିଆଁ ପିଣ୍ଡୁଳାର ରିଙ୍ଗ ଭଳି ଦିଶିବ, ଯାହାକୁ ରିଙ୍ଗ ଅଫ ଫାୟାର ବୋଲି କୁହାଯାଏ । NASAର ସୂଚନା ଅନୁସାରେ ଏହି ବାର୍ଷିକ ସୂର୍ଯ୍ୟ ପରାଗ ଅକ୍ଟୋବର 2 ତାରିଖ ଭାରତୀୟ ସମୟ ରାତି 9ଟା 13ମିନିଟରେ ଆରମ୍ଭ ହେବ । ଯାହାକି ଅକ୍ଟୋବର 3 ତାରିଖ ଭୋର 3ଟା 17ମିନିଟ ପର୍ଯ୍ୟନ୍ତ ଚାଲିବ । କହିବାକୁ ଗଲେ ମୋଟ 6 ଘଣ୍ଟା 4 ମିନିଟ ପର୍ଯ୍ୟନ୍ତ ସୂର୍ଯ୍ୟ ପରାଗ ହେବ । କିନ୍ତୁ ରାତି ସମୟ ଯୋଗୁଁ ଭାରତରେ ଏହି ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେବ ନାହିଁ । ଭାରତବାସୀ ଅନଲାଇନରେ ଏହି ସୂର୍ଯ୍ୟ ପରାଗ ଦେଖିପାରିବେ ।

Also Read:ଆଜି ଚଳିତବର୍ଷର ପ୍ରଥମ ସୂର୍ଯ୍ୟପରାଗ, ଓଡ଼ିଶାରେ ହେବ କି ଦୃଶ୍ୟମାନ ? - Solar Eclipse

କେଉଁଠି ଦିଶିବ 'ରିଙ୍ଗ ଅଫ ଫାୟାର' ?

ଭାରତରେ ଏହି ବାର୍ଷିକ ସୂର୍ଯ୍ୟ ପରାଗ ନ ଦିଶିଲେ ମଧ୍ୟ, ଦୁନିଆର ଅନ୍ୟ ଭାଗରେ ଲୋକେ ଏହାକୁ ଦେଖିପାରିବେ । ଦକ୍ଷିଣ ପ୍ରଶାନ୍ତ ମହାସାଗର, ଦକ୍ଷିଣ ଆମେରିକାର ଦକ୍ଷିଣ ଭାଗ ଓ ଦକ୍ଷିଣ ଆଣ୍ଟଲାଟିକ୍‌ ମହାସାଗରରେ ଦିଶିବ ଏହି ଗ୍ରହଣ । କେବଳ ଦକ୍ଷିଣ ଆମେରିକାର ଚିଲି ଓ ଆର୍ଜେଣ୍ଟିନାରେ ରିଙ୍ଗ ଅଫ ଫାୟାର ଦୃଶ୍ୟମାନ ହେବ । ଏହାବାଦ ପ୍ରଶାନ୍ତ ମହାସାଗରର ଚିଲି ତଟରୁ 3700କିମି ଦୂର ଇଷ୍ଟର ଆଇଲ୍ୟାଣ୍ଡରେ ବି ପରାଗ ଦିଶିବ । ଏହି ଦ୍ବୀପରେ ଏବେ 8000ରୁ ବି କମ ଲୋକ ବାସ କରୁଛନ୍ତି ।

Types of Solar Eclipse (NASA)

କେତେ ପ୍ରକାରର ହୋଇଥାଏ ସୂର୍ଯ୍ୟ ପରାଗ ?

  • ପୂର୍ଣ୍ଣ ସୂର୍ଯ୍ୟ ପରାଗ:- ଆକାଶରେ ପୂର୍ଣ୍ଣ ସୂର୍ଯ୍ୟଗ୍ରହଣ ସେତେବେଳେ ହୋଇଥାଏ ଯେତେବେଳେ ପୃଥିବୀ ଓ ସୂର୍ଯ୍ୟ ବହୁ ନିକଟକୁ ଚାଲି ଆସନ୍ତି । ଏହି ସମୟରେ ଚନ୍ଦ୍ରର ଛାଇ ପୃଥିବୀ ଉପରେ ପଡ଼ିଥାଏ । ଏହି ସମୟରେ ସୂର୍ଯ୍ୟଙ୍କ କିରଣ ପୃଥିବୀ ନିକଟକୁ ପହଞ୍ଚିପାରେ ନାହିଁ । ଫଳରେ ପୃଥିବୀରେ ଅନ୍ଧାର ଛାଇଯାଏ । ଏହି ସମୟରେ ପୃଥିବୀରେ ସୂର୍ଯ୍ୟ ଦୃଶ୍ୟମାନ ହୁଅନ୍ତି ନାହିଁ । ଏହାକୁ ପୂର୍ଣ୍ଣ ସୂର୍ଯ୍ୟ ପରାଗ ବୋଲି କୁହନ୍ତି ।
  • ଆଂଶିକ ସୂର୍ଯ୍ୟ ପରାଗ:- ଏହି ପ୍ରକାର ସୂର୍ଯ୍ୟ ପରାଗରେ ଚନ୍ଦ୍ର ସୂର୍ଯ୍ୟ ଏବଂ ପୃଥିବୀ ମଝିରେ ଏମିତି ସ୍ଥାନରେ ରହେ ଯେ, ସୂର୍ଯ୍ୟଙ୍କ କିଛି ଭାଗ ପୃଥିବୀକୁ ଦିଶେ ନାହିଁ । ଅର୍ଥାତ ଜହ୍ନର ଛାଇ ସୂର୍ଯ୍ୟଙ୍କ କିଛି ଭାଗ ଉପରେ ପଡ଼େ । ଏହି ସମୟରେ ପୃଥିବୀରେ ଆଂଶିକ ସୂର୍ଯ୍ୟ ପରାଗ ଲାଗିଥାଏ ।
  • ବାର୍ଷିକ ସୂର୍ଯ୍ୟ ପରାଗ:-ବାର୍ଷିକ ସୂର୍ଯ୍ୟ ପରାଗରେ ଚନ୍ଦ୍ର ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ବହୁ ଦୂରରେ ରହି ମଝିକୁ ଆସିଯାଏ । ଅର୍ଥାତ ଚନ୍ଦ୍ର ସୂର୍ଯ୍ୟଙ୍କର କେବଳ ମଝି ଭାଗକୁ ହିଁ ନିଜ ଛାଇରେ ଆଚ୍ଛାଦିତ କରେ । ପୃଥିବୀରୁ ଦେଖିଲେ ଚନ୍ଦ୍ର ସମ୍ପୂର୍ଣ୍ଣ ଭାବରେ ସୂର୍ଯ୍ୟଙ୍କୁ ନିଜ ଛାଇରେ ଆଚ୍ଛାଦିତ କରେ ନାହିଁ, ବରଂ ସୂର୍ଯ୍ୟଙ୍କ ବାହାର ପାର୍ଶ୍ବ ଉଜ୍ଜ୍ବଳ ଦିଶେ । ଫଳରେ ଏହା ଏକ ବୃତ୍ତାକାର ଭଳି ଦିଶେ । ଏଥିଲାଗି ଏହାକୁ ରିଙ୍ଗ ଅଫ ଫାୟାର ବୋଲି କୁହାଯାଏ ।
Also Read: Ring of Fire: ଆସନ୍ତା 14 ତାରିଖରେ ବିରଳ ସୂର୍ଯ୍ୟପରାଗ, ଦେଖାଯିବ ରିଙ୍ଗ ଅଫ୍‌ ଫାୟାର

ABOUT THE AUTHOR

...view details