ETV Bharat / technology

ଏବେ ଫେସବୁକ୍‌ ଓ ଇନଷ୍ଟାଗ୍ରାମରେ ସେୟାର କରିପାରିବେ ହ୍ବାଟ୍ସଆପ୍‌ ଷ୍ଟାଟସ; ଆସିଲା ନୂଆ ଫିଚର - WHATSAPP STATUS SHARING ON INSTA FB

ଏଣିକି ଆପଣ ହ୍ବାଟ୍ସଆପ୍‌ ଷ୍ଟାଟସକୁ ମେଟାର ଅନ୍ୟ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଓ ଫେସବୁକ୍‌ରେ ସେୟାର କରିପାରିବେ । କେମିତି କାମ କରିବ ଏହି ନୂଆ ଫିଚର ଜାଣନ୍ତୁ...

WhatsApp New Feature
WhatsApp New Feature (Image Credit- Meta)
author img

By ETV Bharat Odisha Team

Published : Jan 22, 2025, 4:51 PM IST

ହାଇଦ୍ରାବାଦ: ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହ୍ବାଟ୍ସଆପ୍‌ ଆଉ ଏକ ନୂଆ ଫିଚର ଲଞ୍ଚ କରିଛି । ଯାହାକି ୟୁଜରଙ୍କୁ ବେଶ ପସନ୍ଦ ଆସିବାକୁ ଯାଉଛି । ଏହି ନୂଆ ଫିଚର ଆପଣଙ୍କ ହ୍ବାଟ୍ସଆପ୍‌ ଆକାଉଣ୍ଟକୁ ମେଟାର ଆକାଉଣ୍ଟ ସେଣ୍ଟର ସହ ସଂଯୋଗ କରିବାକୁ ଅପସନ ଦେବ । ଏପରି କରିବା ପରେ ଆପଣ ସିଧାସଳଖ ହ୍ବାଟ୍ସଆପ୍‌ ଷ୍ଟାଟସକୁ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍‌ ଓ ଇନଷ୍ଟାଗ୍ରାମରେ ସେୟାର କରିପାରିବେ ।

ଏହାର ଅର୍ଥ ଆପଣ ଗୋଟିଏ ଥର ସାଇନ-ଅନ୍‌ କଲେ ଥରକେ ହ୍ବାଟ୍ସଆପ୍‌ ଷ୍ଟାଟସକୁ ଫେସବୁକ୍‌ ଓ ଇନଷ୍ଟାଗ୍ରାମରେ ମଧ୍ୟ ସେୟାର କରିପାରିବେ । ତେବେ ଏହି ଫିଚରଟି ଅପସନାଲ ଅଛି । ଡିଫଲ୍ଟରେ ମଧ୍ୟ ଏହା ଅଫ୍‌ ଥିବ । ଯଦି ୟୁଜର ନିଜ ହ୍ବାଟ୍ସଆପ୍‌ ଷ୍ଟାଟସକୁ ଅନ୍ୟ ସୋସିଆଲ ମିଡିଆରେ ସେୟାର କରିବାକୁ ଚାହୁଁଛନ୍ତି ତେବେ ଆପଣ ଅପସନକୁ ଅନ୍‌ କରିପାରିବେ ।

ଏହି ଫିଚର କେତେ ଆବଶ୍ୟକ ?

ଯେଉଁମାନେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରୁହନ୍ତି ଏବଂ ଗୋଟିଏ ପରେ ଗୋଟିଏ ମେଟା ପ୍ଲାଟଫର୍ମର ବ୍ୟବହାର କରନ୍ତି ସେହି ୟୁଜରଙ୍କ ଲାଗି ଏହି ଅପସନ ବେଶ ଲାଭଦାୟକ । ଫଳରେ ସେମାନେ ସେମାନଙ୍କ କଣ୍ଟେଣ୍ଟକୁ ଏକାଥରେ ହ୍ବାଟ୍ସଆପ୍‌, ଫେସବୁକ୍‌ ଓ ଇନଷ୍ଟାଗ୍ରାମରେ ସେୟାର କରିପାରିବେ । ଏହାଦ୍ବାରା ୟୁଜରଙ୍କ ସମୟ ବଳିବ ଓ ବାରମ୍ବାର ଅଲଗା ଅଲଗା ପ୍ଲାଟଫର୍ମରେ ଅପଲୋଡ କରିବାକୁ ପଡ଼ିବ ନାହିଁ ।

WHATSAPP STATUS SHARING FEATURE ON INSTA FB
WHATSAPP STATUS SHARING FEATURE ON INSTA FB (Image Credit- Meta)

ଗୋପନୀୟତାକୁ ଗୁରୁତ୍ବ

ମେଟାର କହିବାନୁସାରେ, ହ୍ବାଟ୍ସଆପ୍‌ ଆକାଉଣ୍ଟ ଫେସବୁକ୍‌ ଓ ଇନଷ୍ଟାଗ୍ରାମ ସହିତ ଲିଙ୍କ୍‌ ହେବା ପରେ ମଧ୍ୟ ହ୍ବାଟ୍ସଆପ୍‌ର ଗୋପନୀୟତା ବଜାୟ ରହିବ । ସବୁରି ପରେ ହ୍ବାଟ୍ସଆପ୍‌ ୟୁଜରଙ୍କ ଗୋପନୀୟତାକୁ ବଜାୟ ରଖିବାକୁ ପ୍ରାଧାନ୍ୟ ଦେବ ବୋଲି କହିଛି । ଏହାର ଅର୍ଥ ୟୁଜରଙ୍କ ବ୍ୟକ୍ତିଗତ ମେସେଜ ଓ କଲ୍‌ ସୁରକ୍ଷିତ ରହିବ ।

ମେଟା ଆକାଉଣ୍ଟ ସେଣ୍ଟରରେ କିପରି ଲିଙ୍କ୍‌ କରିବେ ହ୍ବାଟ୍ସଆପ୍‌ ଆକାଉଣ୍ଟ ?

  • ଆପ୍‌କୁ ଅପଡେଟ କରନ୍ତୁ: ଆପଣ ହ୍ବାଟ୍ସଆପ୍‌ର ଲାଟେଷ୍ଟ ଭର୍ସନକୁ ବ୍ୟବହାର କରୁଛନ୍ତି ବୋଲି ନିଶ୍ଚିତ କରନ୍ତୁ ।
  • ଆକ୍ସେସ ସେଟିଙ୍ଗ: ହ୍ବାଟ୍ସଆପ୍‌ ଖୋଲନ୍ତୁ ଓ Settings ମେନ୍ୟୁକୁ ଯାଆନ୍ତୁ ।
  • ଅପସନ ଖୋଜନ୍ତୁ: ଏହାପରେ ଆକାଉଣ୍ଟ ସେଣ୍ଟରରେ 'add your account' ଅପସନ ଖୋଜନ୍ତୁ । ଯଦି ଆପଣ ଏହି ଅପସନ ପାଉ ନାହାନ୍ତି, ଏହାର ଅର୍ଥ ଆପଣଙ୍କ ଅଞ୍ଚଳରେ ଏହି ଅପସନ୍‌ ରୋଲଆଉଟ୍‌ ହୋଇନାହିଁ ।
  • ଲିଙ୍କ ଆକାଉଣ୍ଟ: ସଙ୍କେତକୁ ଅନୁସରଣ କରନ୍ତୁ ଏବଂ ମେଟା ଆକାଉଣ୍ଟକୁ ଲଗ୍‌ ଇନ୍‌ କରନ୍ତୁ ।
  • ପ୍ରାଥମିକତା ସେଟ୍‌ କରନ୍ତୁ: ଆପଣ ଷ୍ଟାଟସ ଅପଡେଟକୁ ସେୟାର କରିବାକୁ ଚାହୁଁଛନ୍ତି କି ନାହିଁ ତାହା ଚୟନ କରନ୍ତୁ ।
  • ଆବଶ୍ୟକ ଥିଲେ ସୁବିଧା ହଟାନ୍ତୁ: ଯଦି ଆପଣ ଷ୍ଟାଟସକୁ ଇନଷ୍ଟାଗ୍ରାମ ଓ ଫେସବୁକରେ ସେୟାର କରିବାକୁ ଚାହୁଁନାହାନ୍ତି ତେବେ ଆକାଉଣ୍ଟକୁ ଅନଲକିଂ କରନ୍ତୁ । Settingsକୁ ଆଉ ଥରେ ଯାଆନ୍ତୁ ଓ ଆକାଉଣ୍ଟ ସେଣ୍ଟରରୁ ହ୍ବାଟ୍ସଆପ୍‌କୁ ହଟାନ୍ତୁ ।
ଏହା ବି ପଢନ୍ତୁ
  1. ଏବେ ମ୍ୟୁଜିକ୍‌ ସହ ଲଗାଇପାରିବେ WhatsApp ଷ୍ଟାଟସ୍‌; କେମିତି ଜାଣନ୍ତୁ
  2. ଷ୍ଟିକରରେ ପରିଣତ ହେବ ସେଲ୍ଫି; ହ୍ବାଟ୍ସଆପ୍‌ ଆଣିଲା ଦମଦାର ଫିଚର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.