ହାଇଦ୍ରାବାଦ:ଦକ୍ଷିଣ କୋରିଆର ଗେମିଂ ସଂସ୍ଥା କ୍ରାଫ୍ଟନ (Krafton) ଭାରତରେ ଖେଳ ଶିଳ୍ପ ବିସ୍ତାର କରିବା ଉଦ୍ଦେଶ୍ୟରେ ଆଉ ଏକ ଗେମ୍ ଲଞ୍ଚ କରିବାକୁ ଯାଉଛି । ଏହାର ନାମ ରହିଛି 'CookieRun India' । ଆସନ୍ତା ଡିସେମ୍ବର 11 ତାରିଖରେ ଏହା ଲଞ୍ଚ ହେବା ପୂର୍ବରୁ କମ୍ପାନୀ ପକ୍ଷରୁ ପ୍ରି-ରିଜେଷ୍ଟ୍ରେସନ ଆରମ୍ଭ ହୋଇଯାଇଛି । ଏଯାବତ ପ୍ରାୟ 10ଲକ୍ଷ ୟୁଜର ରେଜିଷ୍ଟ୍ରେସନ କରିସାରିଛନ୍ତି । ଏହି ଗେମ୍ଟି ଉଭୟ ଆଣ୍ଡ୍ରଏଡ୍ ଓ iOSରେ ଉପଲବ୍ଧ ହେବ ।
PUBG, BGMI ଭଳି ଲୋକପ୍ରିୟ ଭିଡିଓ ଗେମ୍ ଆଣି କ୍ରାଫ୍ଟନ ବେଶ ଲୋକପ୍ରିୟତା ଅର୍ଜନ କରିଛି । ଭାରତରେ ମଧ୍ୟ ଅନେକ ଯୁବପିଢି ଅନଲାଇନ ଭିଡିଓ ଗେମ୍ ଖେଳିବାକୁ ପସନ୍ଦ କରିଥାନ୍ତି । ଭାରତରେ ନିଜର ଗେମ୍ ପୋର୍ଟଫୋଲିଓକୁ ବିସ୍ତାର କରିବା ଲାଗି କ୍ରାଫ୍ଟନ ଏହି ନୂଆ ଗେମ୍କୁ ଲଞ୍ଚ କରିବାକୁ ଯାଉଛି । ପୂର୍ବରୁ CookieRun ଅନେକ ଦେଶରେ ଲଞ୍ଚ ହୋଇସାରିଛି । BGMI ପରି ଭାରତରେ ଏହାକୁ ଲୋକପ୍ରିୟ କରିବା ଲାଗି କମ୍ପାନୀ ଲକ୍ଷ୍ୟ ରଖିଛି ।
2025ରେ ଲଞ୍ଚ କରିବ 3-4 ଗେମ୍:-
ଦକ୍ଷିଣ କୋରିଆର ଏହି କମ୍ପାନୀ ଭାରତରେ ଆଗାମୀ ବର୍ଷରେ 3ରୁ 4ଟି ଗେମ୍ ଲଞ୍ଚ କରିବାକୁ ଲକ୍ଷ୍ୟ ରଖିଛି । ନୂଆଦିଲ୍ଲୀରେ କୁକିଇଣ୍ଡିଆର ରିଲିଜ ଇଭେଣ୍ଟରେ ଏ ନେଇ ସୂଚନା ଦେଇଛନ୍ତି କ୍ରାଫ୍ଟନର ପବ୍ଲିଶିଂ ହେଡ୍ ମିନୁ ଲି । ଏଥିଲାଗି କମ୍ପାନୀ ପ୍ରାୟ 140 ମିଲିୟନ ଡଲାର ଖର୍ଚ୍ଚ କରିବ । ଏହି ଗେମ୍ରେ ଦକ୍ଷିଣ କୋରିଆ ଓ ଗ୍ଲୋବାଲ ଗେମିଂ ଷ୍ଟୁଡିଓ ରହିଛି । କିନ୍ତୁ ଭାରତୀୟ ଷ୍ଟୁଡିଓ ଅର୍ଥାତ ଭାରତୀୟ ଅନୁଭବ ଦେଉଥିବା ଗ୍ରାଫିକ୍ସ ତିଆରି କରିବ । ଯାହାକି ଭାରତୀୟ ଗେମିଂ ଲଭରଙ୍କୁ ସ୍ବଦେଶୀ ଅନୁଭବ ଦେବ ।