ବେଜିଂ:ଜଣେ ମହିଳା ଶୋଇବା ବେଳେ ଚାର୍ଜରେ ବସାଇଥିଲେ ଆଇଫୋନ । ଆଉ ହଠାତ ବିସ୍ଫୋରଣ ଘଟିବା ପରେ ୟୁଜର ଜଣକ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣା ସକାଳ ପ୍ରାୟ ସାଢେ 6ଟା ବେଳେ ପଡ଼ୋଶୀ ଦେଶ ଚୀନର ଶାନକ୍ସି (Shanxi)ଠାରେ ଘଟିଛି । ଚୀନରେ ଅନେକ ଗଣମାଧ୍ୟମ ଦ୍ବାରା ଏହି ଖବର ପ୍ରକାଶ ପାଇବା ପରେ ଆପଲ୍ ଉଦବେଗ ପ୍ରକାଶ କରିଛି । ବିସ୍ଫୋରଣର ସଠିକ କାରଣ ଜାଣିବା ଲାଗି ଉକ୍ତ ଆଇଫୋନକୁ ମଗାଇଛି ନିକଟସ୍ଥ ଆପଲ୍ କଷ୍ଟମର କେୟାର ।
କେମିତି ଘଟିଲା ଅଘଟଣ ?
- ରିପୋର୍ଟ ଅନୁଯାୟୀ ମହିଳା ଜଣକ ଶୋଇବା ଅବସ୍ଥାରେ ହଠାତ ଆଇଫୋନ୍ 14 ପ୍ରୋ ମ୍ୟାକ୍ସରେ ହାତ ରଖିବା ପରେ ଆହତ ହୋଇଛନ୍ତି ।
- ଏହାପରେ ମହିଳା ନିଦରୁ ଉଠି ଧୂଆଁ ଏବଂ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ଆଇଫୋନଟି ସମ୍ପୂର୍ଣ୍ଣ ଜଳିଯାଇଥିବା ଜଣାପଡ଼ିଛି ।
- ଏହି ଘଟଣା ପରେ ବହୁ କ୍ଷୟକ୍ଷତି ଘଟିଛି । ଆପାର୍ଟମେଣ୍ଟର କାନ୍ଥଗୁଡ଼ିକ ଧୂଆଁ ଦ୍ବାରା ସମ୍ପୂର୍ଣ୍ଣ କଳା ପଡ଼ିଯାଇଥିବା ବେଳେ ଖଟ ମଧ୍ୟ ପୋଡି ଯାଇଛି।
- ଏହି ଆଇଫୋନ 14 ପ୍ରୋ ମ୍ୟାକ୍ସ 2022 ମସିହାରେ କିଣାଯାଇଥିବା ବେଳେ ଏହାର ୱାରେଣ୍ଟି ମଧ୍ୟ ସରିଯାଇଛି ।
- ପ୍ରାଥମିକ ରିପୋର୍ଟ ଅନୁସାରେ ବ୍ୟାଟେରୀରେ ତ୍ରୁଟି ଯୋଗୁଁ ଏପରି ଅଘଟଣ ଘଟିପାରେ ।
- ମହିଳା ଜଣକ ଏହି ଅଘଟଣର କାରଣ ଜାଣିବାକୁ ଚାହିଁଥିବା ବେଳେ ସେ ରହୁଥିବା ଭଡ଼ା ଘର କ୍ଷୟକ୍ଷତି ଯୋଗୁଁ ଭରଣପୋଷଣ ଦାବି କରିଛନ୍ତି ।
ଏହା ବି ପଢନ୍ତୁ |
କଣ କହିଲା ଆପଲ୍ ?