ଓଡିଶା

odisha

ETV Bharat / technology

ଦ୍ବାଦଶ ଶ୍ରେଣୀ ଛାତ୍ରଙ୍କ କମାଲ୍‌; ତିଆରି କଲେ ମଣିଷ ବୁହା ଡ୍ରୋନ୍‌, ଘଣ୍ଟା ପ୍ରତି ବେଗ 60କିମି - HUMAN CARRYING DRONE

ନାମ ମେଧାଂଶ ତ୍ରିବେଦୀ । ଦ୍ବାଦଶ ଶ୍ରେଣୀରେ ପାଠ ପଢୁଛନ୍ତି । ଆଉ କମ ବୟସରେ ଏପରି ଏକ ଟେକ୍ନୋଲୋଜିର ବିକଶିତ କରିଛନ୍ତି ଯାହାକୁ ନେଇ ସବୁଠି ଚର୍ଚ୍ଚା । ଅଧିକ ପଢନ୍ତୁ

Human Carrying Drone
Human Carrying Drone (ETV Bharat)

By ETV Bharat Tech Team

Published : Dec 4, 2024, 3:18 PM IST

ଭୋପାଳ:ମଧ୍ୟପ୍ରଦେଶ ଗ୍ବାଲିଅର ସ୍ଥିତ ସିନ୍ଧିଆ ସ୍କୁଲର ଦ୍ବାଦଶ ଶ୍ରେଣୀ ଛାତ୍ର ମେଧାଂଶ ତ୍ରିବେଦୀଙ୍କ କମାଲ୍‌ । ବିକଶିତ କଲେ ମଣିଷ ବୁହା ଡ୍ରୋନ । ଚାଇନାର ଡ୍ରୋନ୍‌ ଟେକ୍ନୋଲୋଜିରୁ ସେ ପ୍ରେରିତ ହୋଇ ଏହି ମଣିଷ ବୁହା ଡ୍ରୋନ (MLDT 01)କୁ ତିଆରି କରିଥିବା କହିଛନ୍ତି । ଯେଉଁଥିରେ ଜଣେ ବ୍ୟକ୍ତି ବସି ଆକାଶରେ ଉଡ଼ି ଉଡ଼ି ଯାଇପାରିବ । ସାଢେ 3 ଲକ୍ଷ ଟଙ୍କା ଖର୍ଚ୍ଚ କରି ଦେବେନ୍ଦ୍ର ଡ୍ରୋନିଟିକୁ ତିଆରି କରିଥିବା କହିଛନ୍ତି ।

MLDT 01ରେ କଣ ଖାସ ?

ଡ୍ରୋନର ଫିଚର ବିଷୟରେ ସୂଚନା ଦେଇ ମେଧାଂଶ କହିଛନ୍ତି, "ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଡ୍ରୋନଟି 80 କିଗ୍ରା ଓଜନ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ଲଗାତାର 6 ମିନିଟ୍ ପାଇଁ ଆକାଶରେ ଉଡିପାରିବ। ଏହି ଡ୍ରୋନର ପ୍ରାୟ 45 ହର୍ସ ପାୱାର ଶକ୍ତି ଅଛି । ସମ୍ପ୍ରତି ଏହି ଡ୍ରୋନଟି ପ୍ରାୟ 4 କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ଉଡିପାରିବ । ଡ୍ରୋନର ଗତି ଘଣ୍ଟା ପ୍ରତି 60 କିଲୋମିଟର ରହିଛି । ଏହାର ମୋଟେଇ 1.8 ମିଟର ଏବଂ ଲମ୍ବ 1.8 ମିଟର । ନିରାପତ୍ତା କାରଣରୁ ବର୍ତ୍ତମାନ ଆମେ ଏହି ଡ୍ରୋନକୁ କେବଳ 10 ମିଟର ଉଚ୍ଚତାକୁ ଉଡ଼ାଉଛୁ ।" ସିନ୍ଧିଆ ସ୍କୁଲର ପ୍ରତିଷ୍ଠା ଦିବସ ଅବସରରେ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ଇସ୍ରୋ ମୁଖ୍ୟ ଏସ. ସୋମନାଥନ ମେଧାଂଶଙ୍କ ପ୍ରଶଂସା କରିଛନ୍ତି ।

Human Carrying Drone (ETV Bharat)

ଘଣ୍ଟା ପ୍ରତି 6କିମି ବେଗରେ ଉଡ଼ିବ ଡ୍ରୋନ:-

ମେଧାଂଶ କହିଛନ୍ତି, "ଡ୍ରୋନରେ କେହି ନ ବସିଲେ ଏହା 4କିମି ପର୍ଯ୍ୟନ୍ତ ଉଡ଼ିପାରିବ । ଏହି ଡ୍ରୋନରେ କୃଷି ସମ୍ବନ୍ଧୀୟ ଡ୍ରୋନ ପରି 4ଟି ମୋଟର ଲଗାଯାଇଛି । ଭବିଷ୍ୟତରେ ଲୋକଙ୍କ କାମରେ ଆସିପାରୁଥିବା ଡ୍ରୋନ ତିଆରି କରିବ । ଯାହାକି ଜିନିଷ ନେବା ଆଣିବାରେ ସାହାଯ୍ୟ କରିବ ।"

ଏହା ବି ପଢନ୍ତୁ
  1. ଛାତ୍ରଙ୍କ କମାଲ: ତିଆରି କଲେ AI ରୋବଟ, ଚାଲିବ ନନଷ୍ଟପ ପାଠପଢା
  2. ନବମ ଶ୍ରେଣୀ ଛାତ୍ରଙ୍କ କମାଲ, ସାଇକେଲକୁ ବନାଇ ଦେଲେ ଇ-ସାଇକେଲ
  3. ଯାଜପୁର ଛାତ୍ରଙ୍କ କମାଲ, ଉଦ୍ଭାବନ କଲେ ଓ୍ବାଇଫାଇର ବିକଳ୍ପ ଲାଇଫାଇ
12 Madhya Pradesh Student Medhansh Trivedi (ETV Bharat)

ଚାଇନା ଡ୍ରେନ୍‌ ଟେକ୍ନୋଲୋଜିରୁ ପ୍ରେରିତ:-

ଏହି ଡ୍ରୋନଟିକୁ ତିଆରି କରିବା ଲାଗି ମେଧାଂଶକୁ 3ମାସ ସମୟ ଲାଗିଥିଲା । ଏଥିରେ 3.5 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଏ ନେଇ ମେଧାଂଶ କହିଛନ୍ତି, "ମୋତେ ଚାଇନା ଡ୍ରୋନ ଦେଖିବା ପରେ ଏହି ଡ୍ରୋନ ତିଆରି କରିବାକୁ ପ୍ରେରିତ ହେଲି । ଏହି କାର୍ଯ୍ୟରେ ମୋ ଶିକ୍ଷକ ମନୋଜ ମିଶ୍ରା ମୋତେ ସାହାଯ୍ୟ କରିଛନ୍ତି । "

ମେଧାଂଶଙ୍କ ଗର୍ବିତ ଶିକ୍ଷକ:-

କୃତି ଛାତ୍ର ମେଧାଂଶ ତ୍ରିବେଦୀଙ୍କ ଶିକ୍ଷକ ମନୋଜ ମିଶ୍ର ଏହି ନିଆରା ଚିନ୍ତାଧାରା ଲାଗି ମେଧାଂଶଙ୍କୁ ବେଶ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, "କିଛି ନିଆରା କରିବା ଉଦ୍ଦେଶ୍ୟରେ ସେ ସବୁବେଳେ ନୂଆ ନୂଆ ଟେକ୍ନୋଲୋଜି ସମ୍ପର୍କରେ ଜ୍ଞାନ ଆହରଣ କରନ୍ତି ଓ ତଥ୍ୟ ସଂଗ୍ରହ କରନ୍ତି । ମୁଁ ବି କିଛି ମଡେଲ ବିକଶିତ କରେ । ମୋର ମଡେଲକୁ ଦେଖି ଓ ଚୀନର ମାନବ ଡ୍ରୋନକୁ ଦେଖି ସେ ଏପରି ଡ୍ରୋନ ତିଆରି କରିବାକୁ ମନସ୍ଥ କରିଥିଲା ।"

ABOUT THE AUTHOR

...view details