ହାଇଦ୍ରାବାଦ:ଭାରତୀୟ ରେଳ ମନ୍ତ୍ରଣାଳୟ ଶେଷରେ ବହୁ ପ୍ରତିକ୍ଷିତ ସୁପରଆପ୍ SwaRailକୁ ଲଞ୍ଚ କରିଛି । ଏହି ଆପ୍ରେ ଅନଲାଇନ ଟିକେଟ ବୁକିଂ, ଫୁଡ୍ ଅର୍ଡର ଓ PNR ଚେକ୍ ସହିତ ଅନ୍ୟ କାମ ମଧ୍ୟ କରିହେବ । ଏଯାବତ ଏହି ସମସ୍ତ ସୁବିଧା ଲାଗି ଭିନ୍ନ ଭିନ୍ନ ଆପ୍ ଓ ପୋର୍ଟାଲର ଆବଶ୍ୟକ ପଡୁଥିଲା, କିନ୍ତୁ ଏବେ ମାତ୍ର ଗୋଟିଏ ଆପ୍ରେ ସବୁ କିଛି ସମ୍ଭବ ହୋଇପାରିବ । ଏହି ଆପ୍ ଉଭୟ ଆଣ୍ଡ୍ରଏଡ୍ ଓ iOS ପ୍ଲାଟଫର୍ମର ବିଟାରେ ଉପଲବ୍ଧ କରାଯାଇଛି ।
SwaRail ଆପ୍ରେ କଣ ମିଳିବ ସୁବିଧା ?
- ଏହି ଆପ୍କୁ ସେଣ୍ଟର ଫର୍ ରେଲୱେ ଇନଫର୍ମେସନ (CRIS) ବିକଶିତ କରିଛି । ଏହି ଆପ୍ରେ ୟୁଜର ଅନଲାଇନ ରିଜର୍ଭ ଓ ଅନରିଜର୍ଭ ଟିକେଟ୍ ବୁକିଂ କରିପାରିବେ ।
- ଏହାସହ ପ୍ଲାଟଫର୍ମ ଟିକେଟର ମଧ୍ୟ ଅନଲାଇନ ବୁକିଂ କରିପାରିବେ ।
- ଆପ୍ରେ ପାର୍ସଲ ଓ ଡେଲିଭରିରକୁ ଟ୍ରାକ୍ କରାଯାଇପାରିବ ।
- ଏହାବାଦ ଟ୍ରେନରେ ଆପ୍ ସାହାଯ୍ୟରେ ଫୁଡ୍ ଅର୍ଡର କରିହେବ ।
- ଆପ୍ର କୋଚ୍ ସ୍ଥିତି ଏବଂ ରିଫଣ୍ଡ୍ ଦାବି ସୁବିଧା ଉପଲବ୍ଧ ହେବ ।
SwaRail ଡାଉନଲୋଡ କିପରି କରିବେ ?
'ସ୍ବରେଲ୍' ଆପ୍ ଏବେ ବିଟା ଭର୍ସନରେ ଉପଲବ୍ଧ । ଆଣ୍ଡ୍ରଏଡ ଫୋନ ବ୍ୟବହାରକାରୀ ଏହାକୁ ଗୁଗଲ୍ ପ୍ଲେ ଷ୍ଟୋରରୁ ଓ iOS ଫୋନ ବ୍ୟବହାରକାରୀ ଏହାକୁ ଆପଲ୍ ଆପ୍ ଷ୍ଟୋରରୁ ଡାଉନଲୋଡ୍ କରିପାରିବେ । ଆପ୍ର ଡାଉନଲୋଡ କରିବା ପରେ ଏହାର ବ୍ୟବହାର କରିବା ଲାଗି ଫିଡବ୍ୟାକ୍ ଦେବା ପାଇଁ ରେଳ ମନ୍ତ୍ରଣାଳୟ ୟୁଜରଙ୍କୁ କହିଛି ।
- ପ୍ରଥମେ ମୋବାଇଲ ଆପ୍ ଷ୍ଟୋରକୁ ଯାଆନ୍ତୁ, ସେଠାରେ 'SwaRail' ଚୟନ କରନ୍ତୁ । ରେଜଲ୍ଟ ଆସିବା ପରେ CRIS ସେୟାର କରିଥିବା ଆପ୍କୁ ଡାଉନଲୋଡ କରି ଇନଷ୍ଟଲ କରନ୍ତୁ ।
- IRCTC RailConnect ଓ UTS ମୋବାଇଲ୍ ଆପ୍ର ୟୁଜରମାନେ ସେମାନଙ୍କର ପାସୱାର୍ଡ ସହିତ ସିଧାସଳଖ ଲଗ୍ ଇନ୍ କରିପାରିବେ । ଯଦି ଆପଣଙ୍କର ଏହା ମଧ୍ୟରୁ କୌଣସି ଏକ ଆକାଉଣ୍ଟ ନାହିଁ, ତେବେ ଆପଣ ଅନ୍-ସ୍କ୍ରିନ୍ ନିର୍ଦ୍ଦେଶାବଳୀ ଅନୁସରଣ କରି ଏକ ନୂତନ ଉପଭୋକ୍ତା ଭାବରେ ପଞ୍ଜିକରଣ କରିପାରିବେ ।
- ପ୍ରଥମ ଲଗ୍ ଇନ୍ ସମୟରେ R-Wallet ସମସ୍ତ ୟୁଜରଙ୍କ ଲାଗି କ୍ରିଏଟ ହୋଇଥାଏ, ଯାହାଦ୍ବାରା ଟିକେଟ୍ ବୁକିଂ ହୋଇପାରିବ । ଯଦି ଆପଣଙ୍କ ନିକଟରେ ପୂର୍ବରୁ R-Wallet ଅଛି ତେବେ ଏହା ସ୍ବୟଂଚାଳିତ ଭାବେ ଲିଙ୍କ୍ ହୋଇଯିବ ।
- ଆପଣ ଲଗ୍ ଇନ୍ ପ୍ରକ୍ରିୟାକୁ ସ୍କିପ୍ କରି ମୋବାଇଲ ନମ୍ବର ଓ OTP ମାଧ୍ୟମରେ ଅତିଥି ୟୁଜର ଭାବେ ଆପ୍କୁ ଖୋଲିପାରିବେ ।
କେମିତି ଦେବେ ଫିଡ୍ବ୍ୟାକ୍ ?
ବିଟା ସଂସ୍କରଣ ପରୀକ୍ଷା କରୁଥିବା ଯାତ୍ରୀମାନେ swarrail.support@cris.org.inକୁ ଇମେଲ୍ କରି ସିଧାସଳଖ CRISକୁ ସେମାନଙ୍କ ମତାମତ ପ୍ରଦାନ କରିପାରିବେ । ଏହାଦ୍ବାରା ଫୁଲ୍ ସ୍କେଲ୍ ରୋଲଆଉଟ୍ ପୂର୍ବରୁ ୟୁଜରମାନଙ୍କଠାରୁ ଇନପୁଟ୍ ଆପ୍କୁ ଅଧିକ ଉନ୍ନତ କରିବାରେ ସାହାଯ୍ୟ କରିବ ।