ଓଡିଶା

odisha

ETV Bharat / technology

K4 ବାଲିଷ୍ଟିକ ମିସାଇଲର ସଫଳ ପରୀକ୍ଷଣ; ରେଞ୍ଜ 3500କିମି, INS ଆରିଘାତରୁ ଲଞ୍ଚ୍‌ - K4 BALLISTIC MISSILE TEST

ଭାରତୀୟ ନୌସେନା ବୁଧବାର K4 ବାଲିଷ୍ଟିକ ମିସାଇଲର ସଫଳ ପରୀକ୍ଷଣ କରିଛି । ଏହି ପରୀକ୍ଷଣ ପରମାଣୁ ଶକ୍ତି ସମ୍ପନ୍ନ ବୁଡ଼ା ଜାହାଜ INS ଆରିଘାତରୁ ହୋଇଛି । ଅଧିକ ପଢନ୍ତୁ

K4 BALLISTIC MISSILE TEST
K4 BALLISTIC MISSILE TEST (Credit- X)

By ETV Bharat Tech Team

Published : Nov 28, 2024, 5:05 PM IST

ହାଇଦ୍ରାବାଦ: ଭାରତୀୟ ନୌସେନା (Indian Navy) ପ୍ରଥମ ଥର ପାଇଁ ପରମାଣୁ ଶକ୍ତି ସମ୍ପନ୍ନ ପନଡୁବି ବା ବୁଡ଼ା ଜାହାଜ ଆଇଏନଏସ ଆରିଘାତ (INS Arighaat)ରୁ କେ4 ବାଲିଷ୍ଟିକ ମିସାଇଲ (K4 SLBM)ର ସଫଳ ପରୀକ୍ଷଣ କରିଛି । ଏହି ନବନିର୍ମିତ କ୍ଷେପଣାସ୍ତ୍ରର ରେଞ୍ଜ 3500କିମି ରହିଛି । ନଭେମ୍ବର 27ରୁ 30 ମଧ୍ୟରେ ବଙ୍ଗୋପସାଗରରେ 3490 କିମି ଉଡ଼ାଣ କରିଡରରେ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ରର ପରୀକ୍ଷଣ ପାଇଁ ଭାରତ କିଛି ଦିନ ପୂର୍ବରୁ ସାର୍ବଜନୀନ କ୍ଷେତ୍ର ଚେତାବନୀ ଓ ଏୟାରମ୍ୟାନ (NOTM)କୁ ନୋଟିସ ଜାରି କରିଥିଲା ।

ଆହୁରି ଶକ୍ତିଶାଳୀ ହେବ ନୌସେନା:-

K4 ବାଲିଷ୍ଟିକ କ୍ଷେପଣାସ୍ତ୍ରର ମାରକ କ୍ଷମତା ହେଉଛି 3500 କିଲୋମିଟର । ଏହା ନୌସେନାର ଶକ୍ତିକୁ ବହୁଗୁଣିତ କରିବ । INS ଆରିଘାତ ଏକ ସମୟରେ 12ଟି K-15, 4ଟି K-4 ଏବଂ 30 ଟର୍ପେଡୋ ସହିତ ସଶସ୍ତ୍ର ହୋଇପାରିବ । ଏକ ବୁଡ଼ାଜାହାଜରୁ K4 ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ଏହା ହେଉଛି ପ୍ରଥମ ସଫଳ ପରୀକ୍ଷଣ । ଏବେ ଭାରତ ସ୍ଥଳ, ଜଳ ଓ ଆକାଶ ପଥରୁ ଶତ୍ରୁଙ୍କ ଉପରକୁ ପରମାଣୁ ବୋମା ପକାଇବାର କ୍ଷମତା ରଖିଛି । K4 ମିସାଇଲ ପରେ K5 ଓ K6 ମିସାଇଲ ଆସିବ, ଯାହାର ମାରକ କ୍ଷମତା 5,000ରୁ 6,000କିମି ପର୍ଯ୍ୟନ୍ତ ରହିବ ।

ଏହା ବି ପଢନ୍ତୁ
  1. ନୌସେନାର ବଢିଲା ଶକ୍ତି, ସାମିଲ ହେଲା ବାହୁବଳୀ ବୁଡା ଜାହାଜ INS ଆରିଘାତ
  2. ଚାନ୍ଦିପୁରରୁ ଦୂରଗାମୀ କ୍ରୁଜ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କଲା DRDO

ଚୀନ ବିପକ୍ଷରେ ବଢିଲା ଭାରତର ଶକ୍ତି:-

ମିଡିଆ ରିପୋର୍ଟ ଅନୁସାରେ ଏହି ପରୀକ୍ଷଣ ଦ୍ବାରା ଭାରତର ପରମାଣୁ କ୍ଷମତା ବୃଦ୍ଧି ପାଇଛି । ଏବେ ଭାରତ ସମୁଦ୍ରରୁ ବହୁ ଦୂର ପର୍ଯ୍ୟନ୍ତ ପରମାଣୁ ଆକ୍ରମଣ କରିପାରିବାରେ ସକ୍ଷମ । ନୌସେନା ଦ୍ବାରା K4 ବାଲିଷ୍ଟିକ ମିସାଇଲର ସଫଳ ପରୀକ୍ଷଣ ଦ୍ବାରା ଏବେ ଚୀନର ଅଧିକାଂଶ ଅଞ୍ଚଳ ଭାରତର ଆଣବିକ ଅସ୍ତ୍ରର ପ୍ରଭାବରେ ଆସିଛି । ଭାରତର ପ୍ରଥମ ପରମାଣୁ ଶକ୍ତି ସମ୍ପନ୍ନ ବୁଡ଼ା ଜାହାଜ ଆରିହାନ୍ତ K15 ମିସାଇଲ ରହିଛି, ଯାହାର ରେଞ୍ଜ ମାତ୍ର 750କିମି ।

ଆମେରିକା, ଚୀନ ଓ ଋଷଠାରୁ ଛୋଟ ମିସାଇଲ:-

INS ଆରିହାନ୍ତ ଏବଂ INS ଆରିଘାତ ଆମେରିକା, ଚୀନ ଏବଂ ଋଷ ଭଳି ଦେଶର SSBNର ଅଧା ଆକାରରୁ କମ । ଚୀନରେ 10,000 କିଲୋମିଟର ଦୂରତା ବିଶିଷ୍ଟ JL-3 କ୍ଷେପଣାସ୍ତ୍ର ସହିତ 6ଟି ଜିନ୍-କ୍ଲାସ SSBN ଏବଂ 6ଟି ପରମାଣୁ ଶକ୍ତି ସମ୍ପନ୍ନ ବୁଡ଼ାଜାହାଜ ଅଛି । ଏହାସହ ଆମେରିକା ନିକଟରେ 14ଟି ଓହିଓ-ଶ୍ରେଣୀର SSBN ଏବଂ 53 SSN ଅଛି । ଭାରତ ଆସନ୍ତା ବର୍ଷ INS ଆରିଦମନ (INS Aridhaman) ରୂପରେ 7000 ଟନ୍‌ ବିଶିଷ୍ଟ ତୃତୀୟ SSBNକୁ ନୌସେନାରେ ସାମିଲ କରିବ । ଏହି ବୁଡ଼ାଜାହାଜରେ ଉଭୟ K4 ଓ K5 ବାଲିଷ୍ଟିକ ମିସାଇଲ ରହିବ । K5 ମିସାଇଲର ମାରକ କ୍ଷମତା 5000କିମି ରହିବ । ବୁଡ଼ା ଜାହାଜରୁ ଶତ୍ରୁଙ୍କ ଉପରକୁ ଆକ୍ରମଣ କରିବା ଦେଶ ମଧ୍ୟରେ ଏବେ ଭାରତ ଏସିଆରେ ଚୀନ ପରେ ଦ୍ବିତୀୟରେ ଅଛି ।

ABOUT THE AUTHOR

...view details