ହାଇଦ୍ରାବାଦ: ଆମେରିକାର ଲସ୍ ଆଞ୍ଜେଲ୍ସ ଅଟୋ ଶୋ' 2024ରେ ହୁଣ୍ଡାଇ ନିଜର ଆକର୍ଷଣୀୟ ଓ ଭିନ୍ନ ଡିଜାଇନର ପ୍ରଥମ ଇଲେକ୍ଟ୍ରିକ SUV Ioniq 9 ଉପରୁ ପରଦା ଉଠାଇଛି । ଏହି କାରକୁ ଆସନ୍ତା 2026ରେ ଲଞ୍ଚ କରାଯିବ । ଏହାସହିତ ଦକ୍ଷିଣ କୋରିଆ କାର ନିର୍ମାତା କମ୍ପାନୀ କିଆ (Kia) ମଧ୍ୟ ନିଜର ଫ୍ଲାଗସିପ Kia EV9ର ଅଧିକ କାର୍ଯ୍ୟଦକ୍ଷତା ସହିତ ଆସିଥିବା ନୂଆ EV9 GTକୁ ଶୋ'ରେ ପ୍ରଦର୍ଶିତ କରିଛି, ଯାହାକୁ 2025 ମଝିରେ ଲଞ୍ଚ କରାଯିବ । ଏହାସହିତ କିଆ ବଡ଼ ବ୍ୟାଟେରୀ ଓ ଅଧିକ ରେଞ୍ଜ ସହିତ ଆସିଥିବା EV6ର ଅପଗ୍ରେଟେଡ୍ ମଡେଲକୁ ମଧ୍ୟ ଶୋ'ରେ ପ୍ରଦର୍ଶିତ କରାଇଛି ।
ହୁଣ୍ଡାଇ ଆୟୋନିକ୍ 9 (Hyundai Ioniq 9)
ଡିଜାଇନ:-ହୁଣ୍ଡାଇର Ioniq ସିରିଜ ଏହାର ଆକର୍ଷଣୀୟ ଡିଜାଇନ ବେଶ ପରିଚିତ । ହେଲେ Ioniq 5 SUV ଓ Ioniq 6 ସେଡାନ ମଧ୍ୟରେ ସମାନତା କମ । କିନ୍ତୁ Ioniq 9ରେ Ioniq 5ର କିଛି ଡିଜାଇନ ଥିମ୍ ସମାନ ରହିଛି । ଧୂସର ରଙ୍ଗରେ ପ୍ରଦର୍ଶିତ ହୋଇଥିବା ଆଇଓନିକ୍ 9ର ଡିଜାଇନ ବିଜ୍ଞାନ-କାଳ୍ପନିକ ଚଳଚ୍ଚିତ୍ରଗୁଡ଼ିକର ଏକ SUV ପରି ଦେଖାଯାଉଛି । ଏଥିରେ ସ୍ପୋର୍ଟସ କାର ପରି କନଫିସିଏଣ୍ଟ ଡ୍ରାଗ (Cd) ମାତ୍ର 0.269 ରହିଛି, ଏହା କାରକୁ ଅଧିକ ଏରୋଡାଇନାମିକ (କାରରେ ବାୟୁ ପ୍ରବାହ) ବନାଇଥାଏ ।
ମିଳିବ ମଡର୍ଣ୍ଣ ଇଣ୍ଟିରିଅର:-ଏହି EVରେ ଫ୍ଲାଟ ଫ୍ଲୋର ଡିଜାଇନ ମିଳିବ, ଯାହାଦ୍ବାରା କାର କ୍ୟାବିନ ଅଧିକ ଖୋଲା ଓ ଆରାମଦାୟକ ହୋଇପାରିବ । ଡ୍ରାଇଭର ପାଇଁ 12 ଇଞ୍ଚ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ଓ 12-ଇଞ୍ଜର ସେଣ୍ଟ୍ରାଲ ଟଚସ୍କ୍ରିନ ଦିଆଯାଇଛି । ଏଥିରେ AI-ଚାଳିତ ଭଏସ ଆସିଷ୍ଟାଣ୍ଟ ଭଲି ସ୍ମାର୍ଟ ସୁବିଧା ପ୍ରଦାନ କରାଯାଇଛି ।
ପରଫର୍ମାନ୍ସ ଓ ବ୍ୟାଟେରୀ:-Ioniq 9ରେ 110.3 kWh ବ୍ୟାଟେରୀ ପ୍ୟାକ୍ ଅଛି । ପରଫର୍ମାନ୍ସ ପାଇଁ ତିନୋଟି ଅପସନ ରହିଛି । ଏହାର ବେସ୍ ମଡେଲ୍ ଏକ ପଛ ଚକିଆ ଡ୍ରାଇଭ୍ ସିଷ୍ଟମ୍ ସହିତ ସଜ୍ଜିତ ହୋଇଛି ଯାହାକି 215 HPର ଶକ୍ତି ଉତ୍ପାଦନ କରେ । ପରଫର୍ମାନ୍ସ ଟ୍ରିମ୍ 442 HPର ଶକ୍ତି ଉତ୍ପାଦନ କରିପାରିବ । ରେଞ୍ଜ କଥା କହିଲେ ଏହା ଥରେ ପୁରା ଫୁଲ୍ ଚାର୍ଜ ହେଲେ 540KM ଯାଇପାରିବ । ଏହାକୁ DC ଫାଷ୍ଟ ଚାର୍ଜର ସାହାଯ୍ୟରେ 10%ରୁ 80% ଚାର୍ଡ କରିବା ଲାଗି ମାତ୍ର 24ମିନିଟ ସମୟ ଲାଗିଥାଏ ।
କିଆ ଇଭି6 (2025 Kia EV6)
- ଡିଜାଇନ:-ଅପଡେଟ୍ ହୋଇଥିବା ମଡେଲ୍ ଉନ୍ନତ ଜ୍ଞାନକୌଶଳ ସହିତ ମିଳିତ, ହାଲୁକା, ଭବିଷ୍ୟତୀୟ ଡିଜାଇନ୍ ଉପାଦାନଗୁଡ଼ିକ ସହିତ ଆସିଛି । ଏହା ଏକ ଅଧିକ ଉନ୍ନତ ଡ୍ରାଇଭିଂ ଅଭିଜ୍ଞତା ପ୍ରଦାନ କରିଥାଏ ।
- ଇଣ୍ଟିରିଅର:-କାରର ଭିତର ଭାଗ ବର୍ତ୍ତମାନ 12.3-ଇଞ୍ଚ ଡିସପ୍ଲେ ସହିତ ଏକ କର୍ଭଡ ଡିଜିଟାଲ୍ କକପିଟ୍, ପୁନଃ କାର୍ଯ୍ୟକ୍ଷମ 3-ସ୍ପିକ୍ ଷ୍ଟିଅରିଂ ହ୍ବିଲ ଓ ଏକ ରିଫ୍ରେସ ଫିନିଶ୍ ସହିତ ଆସିଛି । ଦ୍ରୁତ କାର୍ଯ୍ୟଦକ୍ଷତା ପାଇଁ ଅପରେଟିଂ ସିଷ୍ଟମକୁ ନବୀକରଣ କରାଯାଇଛି ଏବଂ ନୂତନ ଡିଜିଟାଲ୍ ଫିଚର ଭିଡିଓ ଏବଂ ମ୍ୟୁଜିକ୍ ଷ୍ଟ୍ରିମିଂ, ୱାଇ-ଫାଇ ହଟସ୍ପଟ୍ ଏବଂ ଗେମିଙ୍ଗ ବିକଳ୍ପ ଆକାରରେ ଆସିଛି ।
- ବ୍ୟାଟେରୀ ଓ ରେଞ୍ଜ:- 2025 କିଆ ଇଭି-6 ଏହାର ପୂର୍ବ 58kWh ଏବଂ 77.4kWh ବ୍ୟାଟେରୀ ବିକଳ୍ପଠାରୁ ବୃହତ 63kWh ଏବଂ 84kWh ବ୍ୟାଟେରୀ ସହିତ ଆସିଛି । ଟପ୍-ସ୍ପେକ୍ 84kWh RWD ମଡେଲ୍ ବର୍ତ୍ତମାନ 513 କିଲୋମିଟର ରେଞ୍ଜ ଅଫର କରିଛି, ଯାହାକି ପୂର୍ବ ମଡେଲ ତୁଳନାରେ 15 କିଲୋମିଟର ଅଧିକ ବାଟ ଯାଇପାରେ । EV6 800-ଭୋଲ୍ଟ ଡିସି ସିଷ୍ଟମ ମାଧ୍ୟମରେ ଏହାର ଦ୍ରୁତ-ଚାର୍ଜିଂ କ୍ଷମତା ବଜାୟ ରଖିଛି, କିନ୍ତୁ ଚାର୍ଜିଂ ପୋର୍ଟକୁ କାରର ବାମ ପଛ ଫେଣ୍ଡରକୁ ସ୍ଥାନାନ୍ତରିତ କରାଯାଇଛି ।