ଓଡିଶା

odisha

ETV Bharat / technology

ଦୁର୍ଘଟଣା ହେଲେ ବାଇକ୍ ଓ କାର୍ ବୀମା କିପରି ଦାବି କରିବେ ? ଜାଣନ୍ତୁ ଷ୍ଟେପ୍-ବାଏ-ଷ୍ଟେପ୍ - HOW TO CLAIM FOR VEHICLE INSURANCE

ଯଦି ଆପଣଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେଉଛି ତେବେ ଇନ୍‌ସୁରାନ୍ସ କ୍ଲେମ୍‌ କରିବା କଷ୍ଟକର ହୋଇପଡ଼େ । ଏଠାରେ ଜାଣନ୍ତୁ ସହଜ ଉପାୟ...

How to claim for vehicle insurance
How to claim for vehicle insurance (ETV Bharat)

By ETV Bharat Tech Team

Published : Nov 13, 2024, 3:23 PM IST

ହାଇଦ୍ରାବାଦ:ରାସ୍ତାରେ ଯେକୌଣସି ଗାଡ଼ି ଚଲାଇବା ପାଇଁ ଭାରତରେ ଆପଣ ଇନ୍‌ସୁରାନ୍ସ କରିବା ଆବଶ୍ୟକ । ଯଦି ଆପଣ ଗାଡ଼ି ବୀମା ବିନା ଗାଡି ଚଲାଉଛନ୍ତି, ତେବେ ଆପଣଙ୍କର ଚାଲାଣ କଟେ ଏବଂ ଏହା ଆପଣଙ୍କ ପାଇଁ ବେଳେ ବେଳେ ମୁଣ୍ଡବିନ୍ଧାର କାରଣ ପାଲଟେ । ଯଦି କୌଣସି କାରଣରୁ ଆପଣଙ୍କ ଗାଡ଼ି ଦୁର୍ଘଟଣାର ସମ୍ମୁଖୀନ ହୁଏ ତେବେ ଆପଣ ବୀମା ନ କରିଥିଲେ ଏହାର ମରାମତି କିମ୍ବା କ୍ଷତିପୂରଣ ଭାବରେ କୌଣସି ଅର୍ଥ ପାଇବେ ନାହିଁ ।

କିନ୍ତୁ ଯଦି ଆପଣଙ୍କର ଗାଡ଼ି ପାଇଁ ଇନ୍‌ସୁରାନ୍ସ ହୋଇଛି ତେବେ ଆପଣ ବୀମା କରିଥିବା କମ୍ପାନୀରେ କ୍ଲେମ୍‌ କରିପାରିବେ ଏବଂ ଏହା ଆପଣଙ୍କ ଉପରେ ଅଧିକ ବୋଝ ପକାଇବ ନାହିଁ । କିନ୍ତୁ ଅନେକ ଥର ଏହା ଘଟେ ଯେ ଲୋକଙ୍କ ଗାଡ଼ି ପାଇଁ ବୀମା ଅଛି, କିନ୍ତୁ ସେମାନେ ଦାବି କିପରି କରିବେ ସେଥିଲାଗି ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଠାରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଦୁର୍ଘଟଣା ପରେ ଆପଣ କିପରି ନିଜ ଗାଡ଼ି ପାଇଁ ବୀମା ଦାବି କରିପାରିବେ ।

How to claim for vehicle insurance (ETV Bharat)
ଏହା ବି ପଢନ୍ତୁ
  1. ଗାଡିର ବୀମା ଅବଧି ଶେଷ ହୋଇଯାଇଛି କି ? ଜାଣନ୍ତୁ କ'ଣ କରିବେ
  2. ଅପବ୍ୟବହାର ହେଉନି ତ ଆପଣଙ୍କ ଆଧାର କାର୍ଡ; କେମିତି ବର୍ତ୍ତିବେ, ଜାଣନ୍ତୁ ଷ୍ଟେପ-ବାଏ-ଷ୍ଟେପ

ନିମ୍ନରେ ଦିଆଯାଇଥିବା ପ୍ରକ୍ରିୟା ମାଧ୍ୟମରେ ଆପଣ ଗାଡ଼ି ପାଇଁ ଇନସୁରାନ୍ସ କ୍ଲେମ ବା ବୀମା ଦାବି କରିପାରିବେ:

  • ଷ୍ଟେପ-1:ଦୁର୍ଘଟଣା ଘଟିବା ପରେ ତୁରନ୍ତ ନିଜର ବୀମା ପ୍ରଦାନକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ । ସବୁବେଳେ ନିଜ ବୀମା ପ୍ରଦାନକାରୀଙ୍କ ଯୋଗାଯୋଗ ବିବରଣୀ ନିଜ ପାଖରେ ରଖିବା ଆବଶ୍ୟକ । ଫଳରେ ଯଦି କୌଣସି ଦୁର୍ଘଟଣା ଘଟେ ଆପଣ ପ୍ରଥମ କାର୍ଯ୍ୟ ହେଉଛି ଆପଣଙ୍କର ବୀମା ପ୍ରଦାନକାରୀଙ୍କୁ ଡାକିବା ଏବଂ ଦୁର୍ଘଟଣା ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେବା । ବୀମା ପାଇଁ ଦାବି କରିବା ସମୟରେ ବୀମା ପ୍ରଦାନକାରୀଙ୍କୁ ସମସ୍ତ ସୂଚନା ଦେବା ଉଚିତ ।
  • ଷ୍ଟେପ-2: ଏହାପରେ ଆପଣ ନିକଟସ୍ଥ ପୋଲିସ ଷ୍ଟେସନରେ ଏକ FIR ଦେବା ଉଚିତ । ଯଦି ଚୋରି କିମ୍ବା କୌଣସି ତୃତୀୟ ପକ୍ଷକୁ କ୍ଷତି ହୁଏ ତେବେ FIR ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । FIR କରିବା ପରେ ଏହାର ଏକ କପି ଆପଣ ନିଜ ପାଖରେ ସାଇତି ରଖନ୍ତୁ । ଧ୍ୟାନ ଦେବା କଥା ହେଉଛି ଯଦି ଆପଣଙ୍କର ଦୁର୍ଘଟଣାରେ କୌଣସି ଆଇନଗତ ସମସ୍ୟା ନଥାଏ ତେବେ ଏକ FIR ପଞ୍ଜିକରଣ କରିବା ଆବଶ୍ୟକ ନାହିଁ ।
  • ଷ୍ଟେପ-3: ବୀମା କମ୍ପାନୀକୁ ଦେଖାଇବା ପାଇଁ ଦୁର୍ଘଟଣା ସ୍ଥଳର ଫଟୋଗ୍ରାଫ ନିଅନ୍ତୁ । ଫଟୋ ଓ ଭିଡିଓଗୁଡ଼ିକ ଦୁର୍ଘଟଣାର ପ୍ରମାଣ ଭାବରେ କାର୍ଯ୍ୟ କରେ । ତେଣୁ ଗାଡ଼ି ଏବଂ ଦୁର୍ଘଟଣା ସ୍ଥଳରେ ହୋଇଥିବା କ୍ଷୟକ୍ଷତିର ଫଟୋ ଉଠାଇବା ଜରୁରୀ ।
  • ଷ୍ଟେପ-4: ଏହାପରେ ବୀମା ଦାବି ପ୍ରକ୍ରିୟା ଆରମ୍ଭ କରନ୍ତୁ । ଏଥିପାଇଁ ଆପଣ ଆପଣଙ୍କର ବାଇକ୍ ବୀମା ପ୍ରଦାନକାରୀଙ୍କ ଅଫିସିଆଲ୍ ୱେବସାଇଟକୁ ଯାଆନ୍ତୁ । ଏଠାରେ 'Claim Page'କୁ ଯାଆନ୍ତୁ ଏବଂ ଆପଣଙ୍କର ପଞ୍ଜୀକୃତ ମୋବାଇଲ୍ ନମ୍ବର ସହିତ ଲଗ୍ ଇନ୍ କରନ୍ତୁ । କାର୍ କିମ୍ବା ବାଇକ୍ ଅପସନ୍ ଉପରେ କ୍ଲିକ୍ କରି ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ । ଏଥିରେ ଆପଣଙ୍କର ବୀମା ପଲିସି, ଡ୍ରାଇଭିଂ ଲାଇସେନ୍ସ, FIRର କପି, ଆପଣଙ୍କ ଗାଡିର ପଞ୍ଜୀକରଣ ପ୍ରମାଣପତ୍ର ଆଦିର ବିବରଣୀ ଦେବାକୁ ପଡ଼ିବ । ଏହାପରେ କ୍ଲେମ୍‌ ଫର୍ମ ପୂରଣ କରନ୍ତୁ ଏବଂ ଏହାକୁ ଡକ୍ୟୁମେଣ୍ଟ୍ ସହିତ Submit କରନ୍ତୁ ।
  • ଷ୍ଟେପ-5: ଏହି ଅନୁରୋଧ ପରେ ସର୍ଭେ ପାଇଁ ପ୍ରାଧିକରଣ ସଦସ୍ୟଙ୍କୁ ଅନୁରୋଧ କରନ୍ତୁ । ଜାଣି ରଖନ୍ତୁ ଯେ ଦୁର୍ଘଟଣା ସ୍ଥଳକୁ ସର୍ଭେ କରିବା ଏବଂ ଦିଆଯାଇଥିବା ଦାବିର ସତ୍ୟତା ଯାଞ୍ଚ କରିବା ପାଇଁ ପ୍ରାଧିକରଣ ସଦସ୍ୟଙ୍କ ଦ୍ବାରା ଅଧିକାଂଶ ଯାନ ବୀମା ପ୍ରଦାନ କରାଯାଇଥାଏ । ଏଣୁ ବୀମା କମ୍ପାନୀର ନୀତି ଉପରେ ନିର୍ଭର କରି ଏହି କାର୍ଯ୍ୟ ସରିବାକୁ କିଛି ସମୟ ଲାଗିପାରେ ।
  • ଷ୍ଟେପ-6:ଥରେ ଆପଣ ନିଜ ବୀମା କମ୍ପାନୀରୁ ଅନୁମୋଦନ ପାଇବା ପରେ ଆପଣଙ୍କ ଗାଡ଼ିର ମରାମତି କରିପାରିବେ । ଆପଣ କ୍ୟାସଲେସ୍‌ ଅପସନକୁ ମଧ୍ୟ ଚୟନ କରିପାରିବେ ଏବଂ ଆପଣଙ୍କର ବୀମା କମ୍ପାନୀ ଦ୍ବାରା ପ୍ରମାଣିତ ଯେକୌଣସି ଗ୍ୟାରେଜ୍ ନେଟୱାର୍କ ମଧ୍ୟରୁ କେଉଁଟି ବି ଚୟନ କରିପାରିବେ ଏବଂ ସେଠାରେ ମରାମତି କରିପାରିବେ ।
How to claim for vehicle insurance (ETV Bharat)

ଦୁର୍ଘଟଣାର 24 ଘଣ୍ଟା ମଧ୍ୟରେ ବୀମା କମ୍ପାନୀକୁ ସୂଚନା ଦେବା ଉଚିତ । ଅନାବଶ୍ୟକ ବିଳମ୍ବ ଦ୍ବାରା ଆପଣଙ୍କ ଦାବି ବା କ୍ଲେମ୍‌ ଅସ୍ବୀକୃତ ହୋଇପାରେ । ଆପଣଙ୍କ ଯାନ ଓ ବୀମା ଯୋଜନା ସମ୍ବନ୍ଧିତ ସମସ୍ତ ଡକ୍ୟୁମେଣ୍ଟର ସଫ୍ଟ କପି ସାଥୀରେ ରଖନ୍ତୁ ।

ABOUT THE AUTHOR

...view details