ଓଡିଶା

odisha

ETV Bharat / technology

ଫୁଲ୍‌ ଚାର୍ଜରେ ଚାଲିବ 102KM; Honda Activa EV ଉପରୁ ଉଠିଲା ପରଦା, କେବେଠୁ ବିକ୍ରି ? - HONDA ACTIVA EV IN INDIA

ଭାରତୀୟ ବଜାରରେ 2ଟି ଇଲେକ୍‌ଟ୍ରିକ ସ୍କୁଟରର ଖୁଲାସା କଲା ହୋଣ୍ଡା । ଖୁବଶୀଘ୍ର ଆସୁଛି ଇଲେକଟ୍ରିକ ଆକ୍ଟିଭା ଓ QC1 ଇଭି । ଡିଜାଇନ ଓ ରେଞ୍ଜ ସମ୍ପର୍କରେ ଜାଣନ୍ତୁ...

Honda Activa e and QC1 unveiled
Honda Activa e and QC1 unveiled (Credit- Honda)

By ETV Bharat Tech Team

Published : Nov 27, 2024, 1:41 PM IST

Updated : Nov 27, 2024, 3:05 PM IST

ହାଇଦ୍ରାବାଦ:ହୋଣ୍ଡା ମୋଟର ସାଇକେଲ ଓ ସ୍କୁଟର ଇଣ୍ଡିଆ ଭାରତୀୟ ବଜାରରେ 2ଟି ଇଲେକ୍‌ଟ୍ରିକ୍‌ ସ୍କୁଟରର ଖୁଲାସା କରିଛି । ଆକ୍ଟିଭା ଇଲେକ୍‌ଟ୍ରିକ ସ୍କୁଟର ସହିତ କମ୍ପାନୀ ଆଉ ଏକ ଇଲେକ୍‌ଟ୍ରିକ୍‌ ସ୍କୁଟର QC1 ବିଷୟରେ ମଧ୍ୟ ସୂଚନା ଦେଇଛି । ଏହି ଦୁଇ ଇଲେକ୍‌ଟ୍ରିକ ସ୍କୁଟରର ମୂଲ୍ୟ କେତେ ରହିବ ସେ ସମ୍ପର୍କରେ କମ୍ପାନୀ କୌଣସି ସୂଚନା ଦେଇନଥିବା ବେଳେ ଖୁବଶୀଘ୍ର ଏହାକୁ ଲଞ୍ଚ୍‌ କରାଯିବ । କମ୍ପାନୀ ଏହି 2 ଇଲେକ୍‌ଟ୍ରିକ ସ୍କୁଟରର ବ୍ୟାଟେରୀ ଓ ରେଞ୍ଜ ସ୍ପଷ୍ଟ କରିଛି । ଆସନ୍ତା 2025 ଫେବୃଆରୀରୁ ଦେଶର କିଛି ନିର୍ଦ୍ଦିଷ୍ଟ ସହରରେ ଏହାର ବିକ୍ରି ଆରମ୍ଭ ହେବ । ତେବେ ଏହାର ଫିଚର, ଡିଜାଇନ, ରେଞ୍ଜ ଓ ବ୍ୟାଟେରୀ ସମ୍ପର୍କରେ ନିମ୍ନରେ ଜାଣନ୍ତୁ ।

Honda Activa EV (Credit- Honda)

Honda Activa EVର ଖୁଲାସା:-

ହୋଣ୍ଡା ଆକ୍ଟିଭାର ଇଲେକ୍‌ଟ୍ରିକ ଭର୍ସନର ଅଫିସିଆଲ ନାଁ କଣ ରହିବ ସେ ସମ୍ପର୍କରେ କମ୍ପାନୀ ସ୍ପଷ୍ଟ କରିନାହିଁ । ଏହାକୁ ହୁଏତ 'ହୋଣ୍ଡା ଆକ୍ଟିଭା ଇଲେକ୍‌ଟ୍ରିକ' କିମ୍ବା 'ଇ-ଆକ୍ଟିଭା' ବୋଲି କୁହାଯାଉଛି । ଏଥିରେ ଡୁଆଲ ସ୍ପାପେବଲ ବ୍ୟାଟେରୀ ଦିଆଯିବ । ଯାହାକୁ ଖୁବଶୀଘ୍ର ଫୁଲ୍‌ ଚାର୍ଜ କରାଯାଇପାରିବ । ଏହା ଥରେ ଚାର୍ଜ ହେଲେ 102ରୁ 104କିମି ପର୍ଯ୍ୟନ୍ତ ଚାଲିବ । ଏଥିରେ ସ୍ପୋର୍ଟ ମୋଡ ମଧ୍ୟ ରହିବ, ହେଲେ ଏହାର ରେଞ୍ଜ ସମ୍ପର୍କରେ କମ୍ପାନୀ ଖୁଲାସା କରିନାହିଁ ।

ଏହା ବି ପଢନ୍ତୁ
  1. Honda ଭାରତକୁ ଆଣୁଛି ପ୍ରଥମ ଇଲେକ୍‌ଟ୍ରିକ ସ୍କୁଟର; ଏହି ମାସରେ ଲଞ୍ଚ
  2. Honda CB300F ଫ୍ଲେକ୍ସଟେକ୍‌ ଲଞ୍ଚ୍‌; 85% ଇଥାନଲରେ ଚାଲିବ, ଜାଣନ୍ତୁ ଦାମ

Honda Activaର ଫିଚର ଓ ଡିଜାଇନ:-

ଅନ୍ୟ ଦେଶଗୁଡ଼ିକରେ ହୋଣ୍ଡା ଏହାର ଇଲେକ୍‌ଟ୍ରିକ ସ୍କୁଟର ଚଲାଉଥିବା ବେଳେ ଭାରତର ପ୍ରଥମ ଥର ପାଇଁ ଡେବ୍ୟୁ କରିଛି । ହୋଣ୍ଡା ଇଲେକଟ୍ରିକ ଆକ୍ଟିଭାରେ 2 ଟ୍ରିମ ଲେଭଲରେ ଆସିପାରେ । ବେସ୍‌ ଭାରିଏଣ୍ଟଟି TFT ଡିସପ୍ଲେ ଓ ହାୟର ଟ୍ରିମରେ ମଲ୍ଟି-କଲର ସ୍କ୍ରିନ ମିଳିବ । ଏଥିରେ ଆପଣ ଟର୍ଣ୍ଣ-ବାଏ-ଟର୍ଣ୍ଣ ନାଭିଗେସନ ଓ ମ୍ୟୁଜିକ କଣ୍ଟ୍ରୋଲ ଫିଚର ରହିବ । ଏଥିରେ LED ଲାଇଟିଂ ସେଟଅପ୍‌, ଏଲଇଡି ହେଡଲାଇଟ୍‌ ଓ ଟେଲ୍‌ ଲାଇଟ୍‌ ଓ ଟର୍ଣ୍ଣ ଇଣ୍ଡିକେଟର ରହିବ । ଏହାବାଦ ଆଲଏ ହ୍ବିଲ, ଫ୍ରଣ୍ଟ ଡିସ୍କ ବ୍ରେକ ଓ ରିଅର ଡ୍ରମ ବ୍ରେକ୍‌ ରହିବ । ଏହାର ଡିଜାଇନ ସ୍ଲିକ୍‌ ରହିବ । ସମ୍ଭବତଃ EICMA 2024ରେ ପ୍ରଦର୍ଶିତ Honda CUV e: ପରି ରହିପାରେ ।

Honda QC1: ବ୍ୟାଟେରୀ ଓ ରେଞ୍ଜ

ହୋଣ୍ଡାର ଲଞ୍ଚ୍‌ ହେବାକୁ ଥିବା ଅନ୍ୟ ଇଲେକ୍‌ଟ୍ରିକ ସ୍କୁଟର QC1 1.5kwh ଫିକ୍ସଡ ବ୍ୟାଟେରୀ ପ୍ୟାକ ସହିତ ଆସିପାରେ । ଥରେ ଚାର୍ଜ ହେଲେ ଏହା 80କିମି ପର୍ଯ୍ୟନ୍ତ ଯିବ । ଆପଣ ଏହାକୁ ନିଜ ଘରେ 330 ୱାଟ୍‌ ଅଫ ବୋର୍ଡ ହୋମ ଚାର୍ଜରରେ ଚାର୍ଜ କରିପାରିବେ । ସୁରକ୍ଷା ଲାଗି ଏହି ଚାର୍ଜର ଅଟୋ-କଟ୍‌ ଟେକ୍ନୋଲୋଜି ସହିତ ଆସିଛି । ଏହି ସ୍କୁଟର 0-80% ଚାର୍ଜ ହେବା ଲାଗି 4ଘଣ୍ଟା 30 ମିନିଟ ସମୟ ଲାଗିବ । ଫୁଲ୍‌ ଚାର୍ଜ ପାଇଁ 7ଘଣ୍ଟା ସମୟ ଲାଗିବ । ଆପଣ ଏହି ସ୍କୁଟରକୁ ସର୍ବାଧିକ ବେଗ ଘଣ୍ଟା ପ୍ରତି 50କିମିରେ ଚଲାଇପାରିବେ । ଏଥିରେ ଷ୍ଟାଣ୍ଡାର୍ଡ ଓ Eco ଡ୍ରାଇଭିଂ ମୋଡ୍‌ ରହିଛି ।

Honda Activa e and QC1 unveiled (Credit- Honda)

Honda QC1: ଫିଚର ଓ ଡିଜାଇନ

QC1 ଫିଚର ବିଷୟରେ କହିଲେ ଏହା 5-ଇଞ୍ଚ୍ LCD ଡିସପ୍ଲେ, ଏକ USB ଟାଇପ୍-ସି ଆଉଟଲେଟ୍, ଏବଂ ସର୍ବାଧିକ ସୁବିଧା ପାଇଁ ଏକ 26 ଲିଟର ଅଣ୍ଡର-ସିଟ୍ ଷ୍ଟୋରେଜ୍ ବାକ୍ସ ଦିଆଯାଇଛି । ଏଥିରେ କ୍ଲିୟର ୱିଙ୍କର (ଟର୍ଣ୍ଣ ଇଣ୍ଡିକେଟର), LED ହେଡଲ୍ୟାମ୍ପ ଓ ଟେଲ୍‌ ଲ୍ୟାମ୍ପ ଆସିବ । ଏହା 5ଟି ରଙ୍ଗ ଯେପରିକି Pearl Serenity Blue, Pearl Misty White, Matt Foggy Silver Metallic, Pearl Igneous Black ଓ Pearl Shallow Blue ରଙ୍ଗରେ ଉପଲବ୍ଧ ।

Honda QC1 Electric scooter (Credit- Honda)

Honda Activa e ଓ QC1: କେଉଁଠୁ କିଣିବେ ?

ହୋଣ୍ଡାର ଡିଲର ନେଟୱର୍କଙ୍କଠାରୁ ଆପଣ ଏହି 2ଟି ସ୍କୁଟରକୁ କିଣିପାରିବେ । 2025 ଫେବୃଆରୀରୁ Activa e: ଦିଲ୍ଲୀ, ମୁମ୍ବାଇ ଓ ବେଙ୍ଗାଲୁରୁରେ କିଣିବା ପାଇଁ ଉପଲବ୍ଧ ହେବ । ସେହିପରି QC1 ଇଲେକ୍‌ଟ୍ରିକ ସ୍କୁଟରକୁ ମଧ୍ୟ ଫେବୃଆରୀ 2025ରୁ କିଛି ନିର୍ଦ୍ଦିଷ୍ଟ ସହରରେ ବିକ୍ରି ଓ ଡେଲିଭରି ଆରମ୍ଭ ହେବ ।

ସୂଚନା ଥାଉ କି ହୋଣ୍ଡା Activa e: ଓ QC1 ସ୍କୁଟରକୁ ବେଙ୍ଗାଲୁରୁ ସ୍ଥିତ ନାରସାପୁର ପ୍ଲାଣ୍ଟରେ ଉତ୍ପାଦନ କରୁଛି । ଉଭୟ ସ୍କୁଟର 3 ବର୍ଷ କିମ୍ବା 50,000 କିମି ୱାରେଣ୍ଟି ସହିତ ଆସିବାକୁ ଥିବା ବେଳେ ପ୍ରଥମ ବର୍ଷ ପାଇଁ ତିନୋଟି ମାଗଣା ସେବା ମଧ୍ୟ ମିଳିବା ।

Last Updated : Nov 27, 2024, 3:05 PM IST

ABOUT THE AUTHOR

...view details