ETV Bharat / technology

ଡିସେମ୍ବରରେ Marutiର ବମ୍ଫର ବିକ୍ରି; MGର ସେଲ୍‌ ବି ବଢିଲା - CAR SALES DECEMBER 2024

କାର ନିର୍ମାତା କମ୍ପାନୀଗୁଡ଼ିକ ଡିସେମ୍ବର 2024ରେ ବିକ୍ରି ସଂଖ୍ୟା ଜାରି କରିଛନ୍ତି । ଯେଉଁଥିରେ ମାରୁତି ସୁଜୁକି ପ୍ରଥମ ସ୍ଥାନରେ ରହିଛି । ଅଧିକ ପଢନ୍ତୁ

Car Sales December 2024
Car Sales December 2024 (Photo Credit- Mahindra, Maruti Suzuki, Toyota, Tata Motors)
author img

By ETV Bharat Tech Team

Published : Jan 2, 2025, 7:27 PM IST

ହାଇଦ୍ରାବାଦ: ବର୍ଷ 2024 ଶେଷ ହେବା ପରେ କାର ନିର୍ମାତା କମ୍ପାନୀଗୁଡ଼ିକ ଡିସେମ୍ବର ମାସର ସେଲ୍‌ ସଂଖ୍ୟା ଜାରି କରିଛନ୍ତି । ପ୍ରତି ମାସ ପରି ଗତ ମାସରେ ମଧ୍ୟ ସ୍ବଦେଶୀ କାର ନିର୍ମାତା କମ୍ପାନୀ Maruti Suzuki ନିଜର ପ୍ରଥମ ସ୍ଥାନ ବଜାୟ ରଖିଛି । ସବୁଠୁ ଅଧିକ ସେଲ୍‌ ନମ୍ବର ହାସଲ କରିଛି ମାରୁତି ସୁଜୁକି । ଏଠାରେ ଆମେ ଆପଣଙ୍କୁ ସେଲ୍‌ରେ ସବୁଠୁ ଭଲ ପ୍ରଦର୍ଶନ କରିଥିବା କାର ନିର୍ମାତା କମ୍ପାନୀ ସମ୍ପର୍କରେ କହିବୁ ।

Maruti Suzuki Wagon-R
Maruti Suzuki Wagon-R (Photo - Maruti Suzuki)
  • Maruti Suzuki

ମାରୁତି ସୁଜୁକି ଡିସେମ୍ବର 2024 ମାସରେ 1,78,248 ୟୁନିଟ ଯାନ ବିକ୍ରି କରିଛି, ଯେଉଁଥିରେ ହାଲୁକା ମାଲବାହୀ ଯାନ (LCV) ବି ସାମିଲ । ଏହି ବିକ୍ରି ଡିସେମ୍ବର 2023 ତୁଳନାରେ 29.5 ପ୍ରତିଶତ ଅଧିକ ରହିଛି, ଯାହାକି ଏକ ଉଲ୍ଲେଖନୀୟ ଇଅର-ଅନ୍‌-ଇଅର ବୃଦ୍ଧି । କିନ୍ତୁ ନଭେମ୍ବର 2024 ତୁଳନାରେ କମ୍ପାନୀର ବିକ୍ରିରେ 1.8 ପ୍ରତିଶତ ହ୍ରାସ ପାଇଛି ।

Hyundai Creta
Hyundai Creta (Photo - Hyundai Motor)
  • Hyundai Motor India

ଡିସେମ୍ବର ମାସ ସେଲ୍‌ ସଂଖ୍ୟାରେ ତାଲିକାର ଦ୍ବିତୀୟ ସ୍ଥାନରେ Hyundai ରହିଛି, ଯାହାର ମୋଟ ମାସିକ ବିକ୍ରି 55,078 ୟୁନିଟ୍‌ ରହିଛି । ଡିସେମ୍ବର 2023 ତୁଳନାରେ ଗତ ମାସରେ କମ୍ପାନୀର ବିକ୍ରି ସଂଖ୍ୟା 2.4 ପ୍ରତିଶତକୁ ହ୍ରାସ ପାଇଛି । ସେହିପରି ନଭେମ୍ବର 2024ରେ ହୋଇଥିବା ବିକ୍ରି ସଂଖ୍ୟା ଅନୁସାରେ ଡିସେମ୍ବରରେ 10 ପ୍ରତିଶତ ବିକ୍ରି କମ୍‌ ହୋଇଛି । କମ୍ପାନୀ ଡିସେମ୍ବର ମାସରେ 42,208 ୟୁନିଟ ଘରୋଇ ଓ 12,870 ୟୁନିଟ୍‌ ରପ୍ତାନୀ କରିଥିଲା । ଏଠାରେ କହି ରଖୁଛୁ କି, ହୁଣ୍ଡାଇ ଇଣ୍ଡିଆ ଖୁବଶୀଘ୍ର ଏହାର ନୂଆ Creta EVର ଖୁଲାସା କରିବାକୁ ଯାଉଛି, ଯାହାକି ବର୍ଷର ସବୁଠୁ ପ୍ରତିକ୍ଷୀତ କାର ମଧ୍ୟରୁ ଗୋଟିଏ । ଏହି EVକୁ 2025 ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସୋରେ ପ୍ରଦର୍ଶିତ କରାଯିବ ।

Tata Nexon
Tata Nexon (Photo - Tata Motors)
  • Tata Motors

ସ୍ବଦେଶୀ କାର ନିର୍ମାତା କମ୍ପାନୀ ଟାଟା ମୋଟର୍ସ କଥା କହିଲେ, ଡିସେମ୍ବର 2024ରେ କମ୍ପାନୀ ମୋଟ୍‌ 44,289 ୟୁନିଟ୍‌ ଯାତ୍ରୀବାହୀ ଯାନ ବିକ୍ରି କରିଛି । ଡିସେମ୍ବର 2023ରେ ହୋଇଥିବା ବିକ୍ରି ତୁଳନାରେ ମାତ୍ର 1 ପ୍ରତିଶତ ଅଧିକ ବିକ୍ରି ହୋଇଛି । କିନ୍ତୁ କମ୍ପାନୀର ବିକ୍ରି ସଂଖ୍ୟା ନଭେମ୍ବର 2024 ତୁଳନାରେ 6 ପ୍ରତିଶତ କମ ରହିଛି । ଟାଟା ମୋଟର୍ସର ଡିସେମ୍ବର 2023 ତୁଳନାରେ ଅଲ୍‌-ଇଲେକଟ୍ରିକ ଯାତ୍ରୀବାହୀ ଯାନର ବିକ୍ରି 11 ପ୍ରତିଶତ ବୃଦ୍ଧି ପାଇ 5562 ୟୁନିଟରେ ପହଞ୍ଚିଛି । ଡିସେମ୍ବର 2024ରେ କମ୍ପାନୀର ଘରୋଇ ବିକ୍ରି 44230 ୟୁନିଟ ରହିଛି ।

Mahindra Thar Roxx
Mahindra Thar Roxx (Photo - Mahindra & Mahindra)
  • Mahidnra & Mahindra

ଘରୋଇ କମ୍ପାନୀ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ରପ୍ତାନୀ ସହିତ ଡିସେମ୍ବର 2024ରେ ମୋଟ ବିକ୍ରି 42,958 ୟୁନିଟ୍‌ ରହିଛି । କମ୍ପାନୀ ଘରୋଇ ବଜାରରେ 41,424 ୟୁନିଟ୍‌ ୟୁଟିଲିଟି ଯାନର ବିକ୍ରି କରିଥିଲା, ଯାହାକି ଡିସେମ୍ବର 2023 ବିକ୍ରି ତୁଳନାରେ 18 ପ୍ରତିଶତ ଅଧିକ । ସେହିପରି କମ୍ପାନୀର ବାଣିଜ୍ୟିକ ବ୍ୟବସାୟ ଓ ତିନି ଚକିଆ ଯାନର ବିକ୍ରି କଥା କହିଲେ, ଗତ ମାସରେ ମହିନ୍ଦ୍ରା 69,768 ୟୁନିଟ୍‌ ଯାନ ବିକ୍ରି କରିଛି । ସେପଟେ ସଞ୍ଚୟୀ ରପ୍ତାନୀ 1819 ୟୁନିଟରୁ ବୃଦ୍ଧି ପାଇ 3092 ହୋଇଛି, ଯାହାକି 70 ପ୍ରତିଶତ ଅଧିକ ।

Toyota Taisor
Toyota Taisor (Photo - Toyota Kirloskar Motor)
  • Toyota Kirloskar Motor

ଟୋୟୋଟା କିର୍ଲୋସ୍କାର ମୋଟର ଡିସେମ୍ବର 2024ରେ 29 ପ୍ରତିଶତ ବୃଦ୍ଧି ପାଇ 29,529 ୟୁନିଟ ଯାନ ବିକ୍ରି କରିଛି, ଯେଉଁଥିରେ ରପ୍ତାନୀ ମଧ୍ୟ ସାମିଲ । ଏହି କାର ନିର୍ମାତା ନଭେମ୍ବର 2024 ତୁଳନାରେ ମଧ୍ୟ 12 ପ୍ରତିଶତ ବୃଦ୍ଧି ହାସଲ କରିଛି, ଯେତେବେଳେ କମ୍ପାନୀ 26,323 ୟୁନିଟ ଯାନ ବିକ୍ରି କରିଥିଲା । ରପ୍ତାନୀ ସମ୍ପର୍କରେ କହିଲେ ଗତ ମାସରେ 4,642 ୟୁନିଟ ରପ୍ତାନୀ କରାଯାଇଛି, ୟେତେବେଳେ କି ଘରୋଇ ବିକ୍ରି 24,887 ୟୁନିଟ ରହିଛି । ସୂଚନା ଥାଉ କି ଟୋୟୋଟା ଡିସେମ୍ବର 2024ରେ ନୂଆ ଜେନେରେସନ Toyota Camry ଲକ୍ସରୀ ସେଡାନକୁ ଭାରତୀୟ ବଜାରରେ 48ଲକ୍ଷ ଟଙ୍କା (ଏକ୍ସ-ଶୋ'ରୁମ) ମୂଲ୍ୟରେ ଲଞ୍ଚ କରିଛି ।

2024 Nissan Magnite
2024 Nissan Magnite (Photo - Nissan Motor)
  • Nissan India

ଜାପାନୀ କାର ନିର୍ମାତାର ଭାରତୀୟ ବ୍ରାଣ୍ଡ Nissan India ଡିସେମ୍ବର 2024ରେ ମୋଟ 11,676 ୟୁନିଟ ସଞ୍ଚୟୀ ବିକ୍ରି କରିଥିଲା । ଏଥିରେ 9558 ୟୁନିଟର ହୋଲସେଲ୍‌ ରପ୍ତାନୀ ଓ 2118 ଘରୋଇ ବିକ୍ରି ସାମିଲ । ଡିସେମ୍ବର 2023 ତୁଳନାରେ କମ୍ପାନୀ ରପ୍ତାନୀରେ 72 ପ୍ରତିଶତ ବୃଦ୍ଧି କରିଛି, ଯେତେବେଳେ କି ଘରୋଇ ବିକ୍ରିରେ ପ୍ରାୟ 1.5 ପ୍ରତିଶତ ସାମାନ୍ୟ ହ୍ରାସ ଘଟିଛି । କହି ରଖୁଛୁ କି, ଅକ୍ଟୋବର 2024ରେ Nissan Magnite ଫେସଲିଫ୍ଟର ଲଞ୍ଚ ପରେ 10,000ରୁ ଅଧିକ ବୁକିଂ ହୋଇଛି ।

MG Windsor EV
MG Windsor EV (Photo - JSW MG Motor)
  • JSW MG Motor India

ଡିସେମ୍ବର 2024ରେ, JSW MG Motor India ଡିସେମ୍ବର 2023 ତୁଳନାରେ 55 ପ୍ରତିଶତ ବିକ୍ରି ବୃଦ୍ଧି ରେକର୍ଡ କରିଛି । ଏହି କମ୍ପାନୀ ଡିସେମ୍ବର ମାସରେ 7516 ୟୁନିଟ ବିକ୍ରି କରିଛି । MG Windsor EV ଲଞ୍ଚ ପରେ କମ୍ପାନୀର ବିକ୍ରି ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଇଛି, କାରଣ କମ୍ପାନୀ ଏଯାବତ ଏହାର 10,000 ୟୁନିଟ୍‌ ବିକ୍ରି କରିସାରିଛି । କମ୍ପାନୀ ଡିସେମ୍ବର 2024ରେ Windsor EVର 3785 ୟୁନିଟ ବିକ୍ରି କରିଥିଲା । MG Motor ଏହା ମଧ୍ୟ କହିଛି ଯେ ଡିସେମ୍ବର 2024ରେ କମ୍ପାନୀର 70 ପ୍ରତିଶତ ଏହାର ଇଲେକଟ୍ରିକ ଯାନ ବିକ୍ରି ହୋଇଛି ।

ଏହା ବି ପଢନ୍ତୁ
  1. ଏହି ଦିନ ଲଞ୍ଚ ହେବ Ather 450 Series, ମିଳିବ 'ମ୍ୟାଜିକ୍‌ ଟ୍ବିଷ୍ଟ' ଫିଚର
  2. ନୂଆବର୍ଷରେ ମାର୍କେଟରେ ଧମାକା; ଲଞ୍ଚ ହେବ ଏହି ଦମଦାର କାର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.