ETV Bharat / technology

75ଟି ସହରରେ 5G ସେବା ଲଞ୍ଚ କରିବ Vodafone-Idea; ଜିଓଠୁ ମିଳିପାରେ ଶସ୍ତା ପ୍ଲାନ - VODAFONE IDEA TO LAUNCH 5G SERVICE

ମାର୍ଚ୍ଚ 2025 ସୁଦ୍ଧା Vodafone-Ideaର 5ଜି ସେବା 75ଟି ସହରରେ ଆରମ୍ଭ ହୋଇପାରେ । ଏହାର ରିଚାର୍ଜ ପ୍ଲାନ Jioଠୁ ହୋଇପାରେ ଶସ୍ତା । ଅଧିକ ପଢନ୍ତୁ

Vodafone Idea to Launch 5G in 75 Cities
Vodafone Idea to Launch 5G in 75 Cities (Photo- Vodafone-Idea)
author img

By ETV Bharat Tech Team

Published : Jan 2, 2025, 3:59 PM IST

ହାଇଦ୍ରାବାଦ: ଭୋଡାଫୋନ-ଆଇଡିଆ (Vi) ମାର୍ଚ୍ଚ 2025ରେ 5G ମୋବାଇଲ ବ୍ରଡ୍‌ବ୍ୟାଣ୍ଡ ମାର୍କେଟରେ ପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛି । ଏହି ଟେଲିକମ କମ୍ପାନୀ 5ଜି ମୋବାଇଲ ବ୍ରଡବ୍ୟାଣ୍ଡ ମାର୍କେଟରେ ଶସ୍ତା ପ୍ଲାନ ସହିତ ପାଦ ଥାପିବାକୁ ଚାହୁଁଛି, ଯାହାଦ୍ବାରା କମ୍ପାନୀ ପୁଣି ଥରେ Airtel ଓ Jioର ୟୁଜରଙ୍କୁ ନିଜ ଆଡ଼କୁ ଆକର୍ଷିତ କରିପାରିବ । ଏବେ ଭାରତର ପ୍ରମୁଖ ଟେଲି କମ୍ପାନୀ ମଧ୍ୟରେ ଆଗରେ ଅଛନ୍ତି ଜିଓ ଏ ଏୟାରଟେଲ୍‌ ।

5G ନେଟୱର୍କ କ୍ଷେତ୍ରରେ ଭୋଡାଫୋନ-ଆଇଡିଆ ବହୁ ପଛରେ ଅଛନ୍ତି । କିନ୍ତୁ ETରେ ଏକ ରିପୋର୍ଟ ଅନୁସାରେ, 2025ରେ କମ୍ପାନୀ ଦେଶର 75ଟି ପ୍ରମୁଖ ସହରରେ 5ଜି ସେବା ଆରମ୍ଭ କରିବାକୁ ଯୋଜନା କରୁଛି । ଏହି 75ଟି ସହର Viର 17 ପ୍ରମୁଖ ସର୍କଲରେ ଆସୁଛନ୍ତି, ୟେଉଁଠାରେ ଲୋକେ ଅଧିକ 5ଜି ଡାଟାର ବ୍ୟବହାର କରିଥାନ୍ତି ।

ଶସ୍ତା ହେବ Viର 5G ପ୍ଲାନ

Vi ନିଜ ଏଣ୍ଟ୍ରି-ଲେଭଲ 5ଜି ପ୍ଲାନକୁ Jio ଓ Airtelଠାରୁ 15 ପ୍ରତିଶତ ଶସ୍ତା ରଖିପାରେ । ଏହାଦ୍ବାରା ଏହି ତିନୋଟି ବଡ଼ ଘରୋଇ ଟେଲିକମ କମ୍ପାନୀ ମଧ୍ୟରେ ନୂଆ ପ୍ରାଇସ୍‌ ୱାର୍‌ ଆରମ୍ଭ ହୋଇପାରେ । ରିପୋର୍ଟ ଅନୁସାରେ, Viର CEO ଅକ୍ଷୟ ମୋନ୍ଦ୍ରା ନିକଟରେ ସଙ୍କେତ ଦେଇଥିଲେ ଯେ 5G ପ୍ଲାନଗୁଡ଼ିକର ଫାଇନାଲ ପ୍ରାଇସ୍‌ ଲଞ୍ଚ ସମୟରେ କରାଯିବ । କମ୍ପାନୀର ରଣନୀତି ଅନୁସାରେ ଗ୍ରାହକଙ୍କୁ ଆକୃଷ୍ଟ କରୁଥିବା ପ୍ଲାନ ଅଣାଯିବ । ଖବର ଅନୁସାରେ, Viର ଜଣେ ମୁଖପାତ୍ର କହିଛନ୍ତି, "ଆମେ 5ଜି ସେବାକୁ ଲଞ୍ଚ କରିବାକୁ ପ୍ରସ୍ତୁତ ଅଛୁ ଓ ସ୍ବଳ୍ପ ମୂଲ୍ୟରେ ଚମତ୍କାର ଅନୁଭବ ପ୍ରଦାନ କରିବା ଲାଗି ପ୍ରତିଶ୍ରୁତିବଦ୍ଧ । Vi ନିକଟରେ ପର୍ଯ୍ୟାପ୍ତ ଓ ଭଲ 5ଜି ସ୍ପେକ୍ଟ୍ରମ ଅଛି, ଯାହାକୁ କମ୍ପାନୀ ନିଜ 17 ପ୍ରମୁଖ ମାର୍କେଟରେ ଖୁବଶୀଘ୍ର ଲାଗୁ କରିବାକୁ ଯାଉଛି ।"

ଏହା ବି ପଢନ୍ତୁ

17ଟି ଲାଇସେନ୍ସ ପ୍ରାପ୍ତ ସ୍ଥାନରେ 5G ସେବା ଆରମ୍ଭ କଲା Vodafone Idea ! ରିଚାର୍ଜ ପ୍ଲାନ କେତେ ଜାଣନ୍ତୁ

ମାତ୍ର ₹601 ବର୍ଷସାରା ପାଆନ୍ତୁ Jio 5G ଡାଟା; ବନ୍ଧୁଙ୍କ ସହ ବି ସେୟାର କରିପାରିବେ ଡାଟା

ଭୋଡାଫୋନ-ଆଇଡିଆ ନିକଟରେ ନିଜର 4G ଓ 5G ନେଟୱର୍କକୁ ଅପଗ୍ରେଡ କରିବା ଲାଗି Nokia, Ericsson ଓ Samsung ସହିତ 30,000କୋଟି ଟଙ୍କା ଚୁକ୍ତିନାମା କରିଛି । ସୂତ୍ର ଅନୁସାରେ, Vi ଦ୍ରୁତ ଗତିରେ 5ଜି ବେସ୍‌ ଷ୍ଟେସନ ଲଗାଉଛି ଓ ସପ୍ଲାଏ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଛି । କମ୍ପାନୀର ଲକ୍ଷ୍ୟ ହେଉଛି 3ବର୍ଷରେ 75,000 ସାଇଟ୍ସ ପ୍ରତିଷ୍ଠା କରିବା । ଏଥିଲାଗି ସେମାନେ 3.5GHz ଓ 1800 MHz ସ୍ପେକ୍ଟ୍ରମ ବ୍ୟାଣ୍ଡ ବ୍ୟବହାର କରିବେ ।

5G ସେବା ମାଗଣା ଦେବ କି Vi ?

କହି ରଖୁଛୁ କି, ସେପ୍ଟେମ୍ବର 2024 ପର୍ଯ୍ୟନ୍ତ ରିଲାଏନ୍ସ ଜିଓ ନିକଟରେ 148 ମିଲିୟନ ଓ ଭାରତୀ ଏୟାରଟେଲ ନିକଟରେ 105 ମିଲିୟନ 5ଜି ୟୁଜର ଥିଲେ । ଏବେ ଦେଖିବାକୁ ବାକି ରହିଲା ଯେ ଭୋଡାଫୋନ-ଆଇଡିଆ 5ଜି ମାର୍କେଟରେ ପ୍ରବେଶ କରିବା ପରେ କେତେ ୟୁଜର କମ୍ପାନୀ ଉପରେ ଭରସା କରୁଛନ୍ତି । କିଛି ବିଶେଷଜ୍ଞଙ୍କ ମତରେ, ଜିଓ ଏବଂ ଏୟାରଟେଲ୍‌ ଯେପରି ଟ୍ରାଏଲ ଭାବେ ନିଜର ୟୁଜରଙ୍କୁ କିଛି ନିର୍ଦ୍ଦିଷ୍ଟ ପ୍ଲାନ ସହିତ 5G ସେବା ମାଗଣା ଦେଇଥିଲେ, ସେହିପରି Vi ସେମାନଙ୍କ ୟୁଜରଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ମାଗଣା 5ଜି ସେବା ପ୍ରଦାନ କରିପାରିବେ ନାହିଁ । କାରଣ ଏହା କରିବା ଦ୍ବାରା ARPU (Average Revenue Per User) କମ ହୋଇପାରେ, ନଚେତ ପୂର୍ବରୁ ଋଣ ବୋଝରେ ଥିବା Viର ଆର୍ଥିକ ସ୍ଥିତି ଆହୁରି ଦୁର୍ବଳ ହୋଇପାରେ । କିନ୍ତୁ 2025ରେ କନେକ୍ଟିଭିଟିକୁ ଅଧିକ ଉନ୍ନତମାନର କରିବା ଲାଗି କମ୍ପାନୀ ଉତ୍ସାହିତ ଅଛି ବୋଲି ଜଣେ ମୁଖପାତ୍ର କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.