ETV Bharat / state

ଦୁଇଗୁଣ ହେଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା, ମୁଖ୍ୟମନ୍ତ୍ରୀ କଲେ ଘୋଷଣା - FREEDOM FIGHTERS PENSION

ପୂର୍ବରୁ ମିଳୁଥିଲା 10 ହଜାର । 1975 ଏମରଜେନ୍ସିରେ ଗିରଫ ହୋଇଥିବା ବ୍ୟକ୍ତିବିଶେଷଙ୍କୁ ମଧ୍ୟ ସଂଗ୍ରାମୀ ମାନ୍ୟତା ।

ଦୁଇଗୁଣ ହେଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା, ମୁଖ୍ୟମନ୍ତ୍ରୀ କଲେ ଘୋଷଣା
ଦୁଇଗୁଣ ହେଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା, ମୁଖ୍ୟମନ୍ତ୍ରୀ କଲେ ଘୋଷଣା (ETV Bharat odisha)
author img

By ETV Bharat Odisha Team

Published : Jan 2, 2025, 8:15 PM IST

ଭୁବନେଶ୍ବର: ସ୍ବାଧୀନତା ସଂଗ୍ରାମୀଙ୍କ ମାସିକ ଭତ୍ତାକୁ ଦୁଇଗୁଣ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ସେହିପରି 1975 ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ବାରା ଜାରି ହୋଇଥିବା ଜରୁରୀକାଳୀନ ସ୍ଥିତିରେ ‘ଆଭ୍ୟନ୍ତରୀଣ ସୁରକ୍ଷା ଅଧିନିୟମ’ (MISA)ରେ ଗିରଫ ହୋଇଥିବା ବ୍ୟକ୍ତିବିଶେଷଙ୍କୁ ମଧ୍ୟ ସଂଗ୍ରାମୀର ମାନ୍ୟତା ଦେବା ସହ ସେମାନଙ୍କୁ ସ୍ବାଧୀନତା ସଂଗ୍ରାମୀଙ୍କ ପରି ମାସିକ 20 ହଜାର ଭତ୍ତା ପ୍ରଦାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଆଜି ଭୁବନେଶ୍ବରରେ ଆୟୋଜିତ ୩୮ତମ ‘ସ୍ବାଧିନତା ସଂଗ୍ରାମୀ ଦିବସ ମହୋତ୍ସବ’ରେ ମୁଖ୍ୟଅତିଥି ଭାବେ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ବଡ ଘୋଷଣା କରିଛନ୍ତି ।

  • ସଂଗ୍ରାମୀଙ୍କୁ ସ୍ମରଣ କରିବାର ସମୟ ଆସିଛି: ମୁଖ୍ୟମନ୍ତ୍ରୀ

‘ଓଡ଼ିଶା ରାଜ୍ୟ ସ୍ବାଧୀନତା ସଂଗ୍ରାମୀ ସମିତି’ ପକ୍ଷରୁ ପ୍ରତିବର୍ଷ ପାଳନ ହେଉଛି ସ୍ଵାଧୀନତା ସଂଗ୍ରାମୀ ଦିବସ । ଚଳିତବର୍ଷ ଭୁବନେଶ୍ୱର ସ୍ଥିତ ସ୍ଵାଧୀନତା ସଂଗ୍ରାମୀ ସଦନରେ ଆୟୋଜିତ ୩୮ତମ ବାର୍ଷିକ ମହୋତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦାନ କରିଛନ୍ତି । ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଛନ୍ତି,‘‘ ସ୍ୱାଧୀନତା ସଂଗ୍ରାମକୁ ମହତାବଙ୍କ ନେତୃତ୍ୱରେ ଦଶା ଓ ଦିଶା ଦେଖାଉଥିଲେ । କିନ୍ତୁ ମହତାବଙ୍କ ସ୍ଵାଧୀନତା ସଂଗ୍ରାମରେ ଅବଦାନ କ’ଣ ଥିଲା, କେତେ ଲୋକ ଜାଣିଛନ୍ତି । ମାତଙ୍ଗିନିଙ୍କ ଉପରେ ଗୋଟିଏ ଦିନରେ ତିନି ଥର ଗୁଳି ମରା ଯାଇଥିଲା । ବୀର ବାଘାଯତୀନ, ସର୍ବକନିଷ୍ଠ ସ୍ଵାଧୀନତା ସଂଗ୍ରାମୀ ବାଜି ରାଉତଙ୍କୁ କେତେ ଜଣ ଆଜି ମନେ ରଖିଛନ୍ତି । ରକ୍ତତୀର୍ଥ ଇରମ ବାବଦରେ କେତେ ଲୋକ ଜାଣିଛନ୍ତି। ସେମାନଙ୍କୁ ଆଜି ମାନେ ପକାଇବାର ସମୟ ଆସିଛି ।’’

ଦୁଇଗୁଣ ହେଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା, ମୁଖ୍ୟମନ୍ତ୍ରୀ କଲେ ଘୋଷଣା (ETV Bharat odisha)
  • କେଉଁ ବର୍ଗର ସଂଗ୍ରାମୀ ପାଇବେ କେତେ ଭତ୍ତା :-

ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ ମଞ୍ଚରୁ ଅଭିଭାଷଣ ମାଧ୍ୟମରେ ସଂଗ୍ରାମୀଙ୍କ ଭତ୍ତା ବୃଦ୍ଧି ସମ୍ପର୍କରେ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ସଂଗ୍ରାମୀମାନଙ୍କୁ ଯଥୋଚିତ ସମ୍ମାନ ଦେବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । କାରାବରଣ କରିଥିବା ସବୁ ସ୍ଵାଧୀନତା ସଂଗ୍ରାମୀଙ୍କର ପେନସନକୁ 10 ହଜାରରୁ 20 ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । କାରାବରଣ କରିନଥିବା ସ୍ଵାଧୀନତା ସଂଗ୍ରାମୀଙ୍କ ପେନସନକୁ 9 ହଜାରରୁ 15 ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ସରକାର । ସେହିପରି ଜାତୀୟ ପେନସନ ପାଉଥିବା ସ୍ଵାଧୀନତା ସଂଗ୍ରାମୀଙ୍କ ପେନସନକୁ ମାସକୁ 8 ହଜାର ପରିବର୍ତ୍ତେ 10 ହଜାର ଟଙ୍କା କରିଛନ୍ତି ସରକାର । ଜରୁରୀକାଳୀନ ସ୍ଥିତିରେ ଆଭ୍ୟନ୍ତରୀଣ ସୁରକ୍ଷା ଅଧିନିୟମ (MISA)ରେ ଗିରଫ ହୋଇଥିବା ବ୍ୟକ୍ତିବିଶେଷଙ୍କୁ ମଧ୍ୟ ସଂଗ୍ରାମୀର ମାନ୍ୟତା ଦେବା ସହ ସେମାନଙ୍କୁ ମଧ୍ୟ ମାସିକ 20ହଜାର ଟଙ୍କାର ଭତ୍ତା ପ୍ରଦାନ କରାଯିବାକୁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ଦୁଇଗୁଣ ହେଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା, ମୁଖ୍ୟମନ୍ତ୍ରୀ କଲେ ଘୋଷଣା
ଦୁଇଗୁଣ ହେଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା, ମୁଖ୍ୟମନ୍ତ୍ରୀ କଲେ ଘୋଷଣା (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :-

ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି: ‘ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଦିଅ’, ତେଜିଲା ରାଜନୀତି

ଓଡ଼ିଶାରେ ନୂଆ ରାଜ୍ୟପାଳ: ବିମାନ ବନ୍ଦରରେ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ, କାଲି ଶପଥ

ଓଡ଼ିଶାରେ IAS ସ୍ତରରେ ବଡ଼ ଧରଣର ଅଦଳବଦଳ

  • କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ଗଣ:-

କାର୍ଯ୍ୟକ୍ରମରେ ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ, ପୂର୍ବତନ ପିସିସି ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ, ସ୍ବାଧୀନତା ସଂଗ୍ରାମୀ ଅଭ୍ୟର୍ଥନା ସମିତିର ଅଧ୍ୟକ୍ଷ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ସ୍ଵାଧୀନତା ସଂଗ୍ରାମୀ ସଦନ ଟ୍ରଷ୍ଟର ଅଧ୍ୟକ୍ଷ କଟକ ସାଂସଦ ଭର୍ତୃହରି ମହତାବ, ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ମାହାଙ୍ଗା ବିଧାୟକ ସାରଦା ପ୍ରଧାନ, ଏକାମ୍ର ଭୁବନେଶ୍ଵର ବିଧାୟକ ବାବୁ ସିଂ ପ୍ରମୁଖ ଯୋଗ ଦେଇଥିଲେ ।

  • ସ୍ବାଧୀନତା ସଂଗ୍ରାମୀଙ୍କ ପାଦ ସ୍ପର୍ଶ କରି ମୁଣ୍ଡିଆ ମାରିଲେ ମୁଖ୍ୟମନ୍ତ୍ରୀ

ଏହି ପରିପ୍ରେକ୍ଷୀରେ ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବ ମଞ୍ଚରେ ହିମାଚଳ ପ୍ରଦେଶରୁ ଆସିଥିବା ସ୍ୱାଧୀନତା ସଂଗ୍ରାମୀ କମଳା ଦେବୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ହିମାଚଳରୁ ଆଣିଥିବା ଟୋପି ପିନ୍ଧାଇ ମୁଖ୍ୟମନ୍ତ୍ରୀଙ୍କୁ ଅଭିଵାଦନ ଜଣାଇଥିଲେ କମଳା ଦେବୀ । ପରେ ମୁଖ୍ୟମନ୍ତ୍ରୀ ମଧ୍ୟ କମଳା ଦେବୀଙ୍କୁ ସମ୍ମାନିତ କରିବା ସହ ମୁଣ୍ଡିଆ ମଧ୍ୟ ମାରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.