ETV Bharat / technology

ସ୍ନାପଡ୍ରାଗନ 8 ଏଲିଟ୍‌ ପ୍ରୋସେସର ସହ ଆସୁଛି Samsung Galaxy S25 ସିରିଜ; ଲିକ୍‌ ହେଲା ତଥ୍ୟ - SAMSUNG GALAXY S25 SPECS LEAKED

ସାମସଙ୍ଗର ଲାଟେଷ୍ଟ ଫ୍ଲାଗସିପ୍‌ ସ୍ମାର୍ଟଫୋନ Samsung Galaxy S25 ସିରିଜକୁ ନେଇ ଆସିଲା ବଡ଼ ତଥ୍ୟ । ସ୍ନାପଡ୍ରାଗନ 8 ଏଲିଟ୍‌ ପ୍ରୋସେସର ସହ ଲଞ୍ଚ ହେବା ନେଇ ଚର୍ଚ୍ଚା ।

SAMSUNG GALAXY S24
SAMSUNG GALAXY S24 (Photo Credit-SAMSUNG)
author img

By ETV Bharat Tech Team

Published : Jan 2, 2025, 3:17 PM IST

ହାଇଦ୍ରାବାଦ: ସାମସଙ୍ଗର ଲାଟେଷ୍ଟ Samsung Galaxy S2 ସିରିଜ ଜାନୁଆରୀ 22 ତାରିଖରେ ଲଞ୍ଚ ହୋଇପାରେ । ଏହା ପୂର୍ବରୁ ଫୋନର ଅନେକ ତଥ୍ୟ ଲିକ୍‌ ହେବାରେ ଲାଗିଛି । ଏବେ ଫୋନ ସମ୍ପର୍କରେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି । କମ୍ପାନୀର ଲାଟେଷ୍ଟ ସିରିଜ କ୍ବାଲକମ୍‌ର ସ୍ନାପଡ୍ରାଗନ 8 ଏଲିଟ୍‌ ଚିପସେଟ୍‌ ସହ ଆସିପାରେ । ପୂର୍ବରୁ ଲିକ୍‌ ତଥ୍ୟ ଅନୁସାରେ Galaxy S25+ Exynos 2500 SoC ଚିପ୍‌ ସହ ଆସିବ ବୋଲି କୁହାଯାଉଥିଲା । ହେଲେ ଏହି ସିରିଜର ସମସ୍ତ ଫୋନ ସ୍ନାପଡ୍ରାଗନ 8 ଏଲିଟ୍‌ ଚିପସେଟ୍‌ ସହ ଆସିବ ବୋଲି ଗ୍ରୀକବେଞ୍ଚ ଲିଷ୍ଟରେ ପ୍ରକାଶ ପାଇଛି ।

ସାମସଙ୍ଗ ଗାଲାକ୍ସି ଏସ 25ର ଇଣ୍ଟରନ୍ୟାସନାଲ ଭର୍ସନକୁ ଗ୍ରୀକବେଞ୍ଚ ଲିଷ୍ଟରେ ମଡେଲ ନଂ 'SM-S931B' ନାଁରେ ଉଲ୍ଲେଖ କରାଯାଇଛି । ଏହା ଆଣ୍ଡ୍ରଏଡ 15 ଦ୍ବାରା ପରିଚାଳିତ ହୋଇପାରେ । ଏଥିରେ 12GB RAM ମିଳିପାରେ । ଲିଷ୍ଟିଂରେ ଏହି ସ୍ମାର୍ଟଫୋନର ପରଫର୍ମାନ୍ସ ସ୍କୋରକୁ ମଧ୍ୟ ଦର୍ଶାଯାଇଛି । ଏହା ସିଙ୍ଗଲ ସ୍କୋର ଟେଷ୍ଟିଂରେ 2986 ରହିଥିବା ବେଳେ ମଲ୍ଟିକୋର ଟେଷ୍ଟିଂରେ 9355 ରହିଥିଲା । ଏହାବାଦ ପ୍ରାଇମ କୋରରେ ସ୍ମାର୍ଟଫୋନ 3.53Hz ପର୍ଯ୍ୟନ୍ତ ପିକ୍‌ କ୍ଲକ୍‌ ସ୍ପିଡ ମଧ୍ୟ ହାସଲ କରିଥିଲା ।

ପୂର୍ବରୁ ସ୍ନାପଡ୍ରାଗନ ଗାଲାକ୍ସି ଏସ 24 ଭାରତର ଅନେକ ସ୍ଥାନରେ Exynos 2400 ପ୍ରୋସେସର ସହିତ ଆସିଥିଲା । କିନ୍ତୁ ଏବେ କମ୍ପାନୀ ସ୍ମାର୍ଟଫୋନର ପରଫର୍ମାନ୍ସକୁ ଉନ୍ନତ କରିବା ଲାଗି କ୍ବାଲକମ୍‌ର ସ୍ନାପଡ୍ରାଗନ ଚିପ୍‌ ପ୍ରଦାନ କରିପାରେ । ଏଥିଲାଗି ସାମସଙ୍ଗ ଗାଲାକ୍ସିର ଲାଟେଷ୍ଟ ସ୍ମାର୍ଟଫୋନଗୁଡ଼ିକ କ୍ବାଲକମ୍‌ର ସ୍ନାପଡ୍ରାଗନ 8 ଏଲିଟ୍‌ ଚିପସେଟ୍‌ ସହ ଆଣିପାରେ ।

ସାମସଙ୍ଗ ଗାଲାକ୍ସି ଏସ 25 ସିରିଜ: ଲଞ୍ଚ ତାରିଖ ଓ ଡିଜାଇନ

  • ଏଯାବତ ସାମସଙ୍ଗ ଗାଲାକ୍ସି ଏସ 25 ସିରିଜ ଲଞ୍ଚ ନେଇ ଆନୁଷ୍ଠାନିକ ଭାବେ ତାରିଖ ଘୋଷଣା ହୋଇନାହିଁ । କିନ୍ତୁ ପୂର୍ବ ରିପୋର୍ଟ ଅନୁସାରେ ଏହା ଜାନୁଆରୀ 22, 2025ରେ ଲଞ୍ଚ ହୋଇପାରେ । ଗାଲାକ୍ସି ଅନପ୍ୟାକଡ୍‌ ଇଭେଣ୍ଟରେ ଏହି ସିରିଜ ଲଞ୍ଚ ହୋଇପାରେ ।
  • ଏହାର ଡିଜାଇନ ସମ୍ପର୍କରେ କହିଲେ, ସ୍ମାର୍ଟଫୋନ ଗ୍ଲାସ ଓ ମେଟାଲ ବଡି ସହ ସିଗ୍ନେଚର ସ୍ଲିକ ଡିଜାଇନ ସହିତ ଆସିପାରେ ।
  • ସାମସଙ୍ଗ ଗାଲାକ୍ସି ଏସ 25 ସିରିଜ ସହିତ ଆଉ ଏକ ଡିଭାଇସ Samsung Galaxy S25 Slim ଲଞ୍ଚ କରିପାରେ । କିନ୍ତୁ ଏହି ସ୍ଲିମ ସେଟ୍‌କୁ କମ୍ପାନୀ ପରେ ଲଞ୍ଚ କରିପାରେ ବୋଲି କୁହାଯାଉଛି ।
Samsung Galaxy S25 international model on Geekbench
Samsung Galaxy S25 international model on Geekbench (Geekbench)

ଦାମ କେତେ ରହିପାରେ ?

  • ସାମି ଫ୍ୟାନ୍ସର ରିପୋର୍ଟ ଅନୁସାରେ, ଗାଲାକ୍ସି ଏସ 25ର ବେସ୍‌ ମଡେଲ ଦାମ $799 (ପାଖାପାଖି Rs. 68,500) ରହିପାରେ ।
  • Galaxy S25 Plusର ଦାମ $999 (ପାଖାପାଖି RS. 85,664) ରହିପାରେ । ଏଥିରେ ବଡ଼ ଡିସଲ୍ପେ ଓ ଅଧିକ ବ୍ୟାଟେରୀ ଲାଇଫ୍‌ ମିଳିପାରେ ।
  • ସେହିପରି Galaxy S25 Ultraର ଦାମ $1,399 (ପାଖାପାଖି Rs. 1,19,965) ରହିପାରେ ।
ଏହା ବି ପଢନ୍ତୁ
  1. ଲାଟେଷ୍ଟ ALoP ଟେକ୍ନୋଲୋଜି ବ୍ୟବହାର କରିବ Samsung Galaxy S25 Slim; କଣ ମିଳିବ ଫାଇଦା
  2. ଖୁବଶୀଘ୍ର ଲଞ୍ଚ ହେବ Samsung Galaxy S25 ସିରିଜ; ଲିକ୍‌ ହେଲା Galaxy S25 Ultra ଫଟୋ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.