ହାଇଦ୍ରାବାଦ:ଆର୍ଥିକ ବର୍ଷ 2024-25 ପାଇଁ ସଂସଦରେ ଅନ୍ତରୀଣ ବଜେଟ ଉପସ୍ଥାପନା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ୍ ଉପସ୍ଥାପନ କରିବା ପୂର୍ବରୁ ମଧ୍ୟ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କୁ ସରକାର ଏକ ବିଶେଷ ଉପହାର ଦେଇଛନ୍ତି । ମୋବାଇଲ୍ ଫୋନରେ ବ୍ୟବହୃତ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ହ୍ରାସ କରିଛନ୍ତି ଭାରତ ସରକାର । ଏନେଇ ଘୋଷଣା କରିଛନ୍ତି କେନ୍ଦ୍ରୀୟ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।
ମୋବାଇଲ ଫୋନ ତିଆରି ପାଇଁ ଆବଶ୍ୟକ ହେଉଥିବା ପାର୍ଟ ବା ସାମଗ୍ରୀ ଉପରେ କଷ୍ଟମ ଡ୍ୟୁଟି ଟ୍ୟାକ୍ସ ହ୍ରାସ କରିଥିବା ନେଇ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏହି କାରଣରୁ କମ୍ପାନୀ ଗୁଡିକର ମୋବାଇଲ୍ ତିଆରି କରିବା ପାଇଁ ଖର୍ଚ୍ଚ ମଧ୍ୟ ହ୍ରାସ ହେବ । କମ୍ ଖର୍ଚ୍ଚ କାରଣରୁ ଏହା ଦ୍ବାରା ଅଧିକ ଲାଭ ପାଇବେ ମୋବାଇଲ ଉପଭୋକ୍ତା ।
ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ, ମୋବାଇଲ ଫୋନ ପାର୍ଟ୍ସ ଉପରେ କଷ୍ଟମ ଡ୍ୟୁଟି 15 ପ୍ରତିଶତରୁ 10 ପ୍ରତିଶତକୁ ହ୍ରାସ କରାଯାଇଛି । ଏନେଇ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, କଷ୍ଟମ ଡ୍ୟୁଟିର ଏହି ଯୁକ୍ତିଯୁକ୍ତ ଉଦ୍ୟେଗ ଏବଂ କଷ୍ଟମ୍ ପ୍ରଣାଳୀରେ ବହୁ ଆବଶ୍ୟକୀୟ ନିଶ୍ଚିତତା ଏବଂ ସ୍ୱଚ୍ଛତା ଆଣିଥାଏ । ମୋବାଇଲ୍ ଫୋନ୍ ଉତ୍ପାଦନ ଇକୋସିଷ୍ଟମକୁ ମଜବୁତ କରିବା ଦିଗରେ ଏହି ପଦକ୍ଷେପ ପାଇଁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣକୁ ଧନ୍ୟବାଦ ଜଣାଉଛି ।"