ETV Bharat / state

ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରିତା ପାଇଁ ତତ୍ପରତା, ପୁନର୍ଗଠନ ହେଲା ଟାସ୍କ ଫୋର୍ସ

ରାଜ୍ୟରେ ଜାତୀୟ ଶିକ୍ଷା ନୀତି ଲାଗୁ କରିବାକୁ ଆଉ ପାଦେ ଆଗେଇଲେ ରାଜ୍ୟ ସରକାର । ପୁନର୍ଗଠନ ହେଲା ଟାସ୍କ ଫୋର୍ସ । ଟିମରେ ସ୍ଥାନ ପାଇଛନ୍ତି 13 ଜଣ ।

author img

By ETV Bharat Odisha Team

Published : 3 hours ago

Odisha govt
ଫାଇଲ ଫଟୋ (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ କରିବା ପାଇଁ ଆଉ ପାଦେ ଆଗେଇଲେ ମୋହନ ମାଝୀ ସରକାର । ଏହାର କାର୍ଯ୍ୟକାରିତା ପାଇଁ ରାଜ୍ୟ ସରକାରଙ୍କ ତତ୍ପରତା ପ୍ରକାଶ କରିବା ସହ ଟାସ୍କ ଫୋର୍ସକୁ ପୁନର୍ଗଠନ କରିଛନ୍ତି । ରାଜ୍ୟରେ କିପରି ଲାଗୁ ହେବ ପରାମର୍ଶ ଦେବ ପୁନର୍ଗଠିତ ଟାସ୍କ ଫୋର୍ସ । ପୁନର୍ଗଠିତ ଟାସ୍କ ଫୋର୍ସରେ ସ୍ଥାନ ପାଇଛନ୍ତି ୧୩ ସଦସ୍ୟ ।

ଟାସ୍କ ଫୋର୍ସର କେଉଁ ମାନେ ରହିଛନ୍ତି ସଦସ୍ୟ:

National Education Policy 2020
National Education Policy 2020 (ETV Bharat Odisha)

ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି ୨୦୨୦ । ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ କରିବା ପାଇଁ ପୁନଃଗଠିତ ହୋଇଛି ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଶିକ୍ଷା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ୧୩ ଜଣିଆ ଟାସ୍କ ଫୋର୍ସ ଗଠନ କରିଛନ୍ତି ରାଜ୍ୟ ସରକାର। ଏହି ଟାସ୍କ ଫୋର୍ସରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ପଞ୍ଚାୟତିରାଜ, ମହିଳା ଓ ଶିଶୁ କଲ୍ୟାଣ, ଅର୍ଥ, ଦକ୍ଷତା ବିକାଶ, କ୍ରୀଡା, ଉଚ୍ଚ ଶିକ୍ଷା, ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ସଦସ୍ୟ ଅଛନ୍ତି ।

ଏହାସହ ଜାତୀୟ ଶିକ୍ଷା ନୀତି 2020ର ନୋଡାଲ ଅଫିସର ତଥା ଏସସିଇଆରଟିର ନିର୍ଦ୍ଦେଶକ, ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ପ୍ରିନ୍ସପାଲଙ୍କୁ ମଧ୍ୟ ସଦସ୍ୟ ଭାବେ ମନୋନୀତ କରାଯାଇଛି । ସେହିପରି ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ସଂଯୋଜକ ଅଛନ୍ତି । ଏହାସହ ଟାସ୍କ ଫୋର୍ସରେ ବିଶେଷଜ୍ଞ ସଦସ୍ୟ ଭାବେ ୟୁନିସେଫ୍, ସେଣ୍ଟ୍ରାଲ ସ୍କୋୟାର ଫାଉଣ୍ଡେସନ, ଅକ୍ଷର ଫାଉଣ୍ଡେସନ, ଲଙ୍ଗୁଏକ ଲର୍ଣ୍ଣିଂ ଫାଉଣ୍ଡେସନ, ପ୍ରଥମ ଭଳି ସଂସ୍ଥାରୁ ନିମନ୍ତ୍ରିତ ସଦସ୍ୟ ମାନେ ମଧ୍ୟ ପରାମର୍ଶ ଦେବେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

କଣ ରହିବ ଟାସ୍କ ଫୋର୍ସ:

ବିଭାଗର ସୂଚନା ମୁତାବକ, ଜାତୀୟ ଶିକ୍ଷା ନୀତି ଲାଗୁ ପାଇଁ ପରାମର୍ଶ ଦେବ ଟାସ୍କ ଫୋର୍ସ । କିଭଳି ଏହାକୁ ଲାଗୁ କରାଯିବ କଣ କଣ ରହିବ କିଭଳି ଏହାକୁ ପ୍ରଣୟନ କରାଯିବ ସମସ୍ତ ସବିଶେଷ ଆଧାରରେ କାର୍ଯ୍ୟ କରିବ ଟାସ୍କ ଫୋର୍ସ ବୋଲି କହିଛି ଗଣଶିକ୍ଷା ବିଭାଗ ।

ଏହା ମଧ୍ୟ ପଢନ୍ତୁ:

ଖୁବଶୀଘ୍ର ଓଡିଶାରେ ଜାତୀୟ ଶିକ୍ଷାନୀତି ଲାଗୁ, ଗଠନ ହେବ ଉଚ୍ଚସ୍ତରୀୟ କମିଟି - NEP in Odisha

ଚଳିତ ବର୍ଷଠୁ ଲାଗୁ ହେବ NEP-2020, ଛାତ୍ରଛାତ୍ରୀଙ୍କ ସ୍କିଲିଂ ଉପରେ ଗୁରୁତ୍ବ - National Education Policy 2020

ଆଗାମୀ ଯୁବପିଢ଼ିଙ୍କୁ ସଶକ୍ତ କରିବ ଜାତୀୟ ଶିକ୍ଷା ନୀତି: ପ୍ରଫେସର ଚକ୍ରଧର ତ୍ରିପାଠୀ - National Education Policy 2020

Kaushal Deekshant Samaroh: ଜାତୀୟ ଶିକ୍ଷା ନୀତିରେ ସ୍କୁଲ ଶିକ୍ଷା ଓ ଦକ୍ଷତା ବିକାଶର ଏକତ୍ରୀକରଣକୁ ଗୁରୁତ୍ୱ

ନିଇପି ୨୦୨୦ ପାଇଁ ୬ ଜଣିଆ ଥିମେଟିକ ସବ କମିଟି:

ଏହାସହ ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ କରିବା ଲାଗି ୬ ଗ୍ରୁପରେ ଥିମେଟିକ ସବ କମିଟିର ମଧ୍ୟ ପୁନଃ ଗଠନ କରିଛନ୍ତି ସରକାର । ଏହି ସବ କମିଟି ଜାତୀୟ ଶିକ୍ଷା ନୀତି ଲାଗୁ ପାଇଁ ଏକ ଡ୍ରାଫ୍ଟ ପଲିସି ପ୍ରସ୍ତୁତ କରିବେ । ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶକ ଅଧ୍ୟକ୍ଷତାରେ ସବ କମିଟି ଗଠନ ହେବା ନେଇ ଚିଠି କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.