ETV Bharat / technology

ନମ୍ବର ସେଭ୍‌ ନକରି କେମିତି ପଠାଇବେ WhatsApp ମେସେଜ; ଜାଣନ୍ତୁ ଟ୍ରିକ୍ସ - WhatsApp Without Saving Number - WHATSAPP WITHOUT SAVING NUMBER

WhatsApp Without Saving Contact: ଅନେକ ଥର ଏପରି ପରିସ୍ଥିତି ଆସେ ଯେ ଆମେ କାହାର ନମ୍ବର ସେଭ କରିବାକୁ ଚାହାଁନ୍ତି ନାହିଁ, କିନ୍ତୁ ତାଙ୍କୁ ହ୍ବାଟ୍ସଆପ ମେସେଜ ପଠାନ୍ତି । ଏପରି ସ୍ଥିତିରେ ଆମେ ନମ୍ବର ସେଭ ବିନା ମେସେଜ କରିପାରୁନାହୁଁ, କାରଣ ବିନା ନମ୍ବର ସେଭରେ ହ୍ବାଟ୍ସଆପରେ ମେସେଜ ପଠାଇ ହୁଏ ନାହିଁ । କିନ୍ତୁ ଏଠାରେ ଆମେ କିଛି ଉପାୟ କହୁଛୁ, ଯାହା ସାହାଯ୍ୟରେ ଆପଣ ନମ୍ବର ସେଭ ନକରି ହ୍ବାଟସଆପ୍ ମେସେଜ୍ ପଠାଇ ପାରିବେ । ଅଧିକ ପଢନ୍ତୁ

WhatsApp Without Saving Contact
WhatsApp Without Saving Contact (ETV Bharat)
author img

By ETV Bharat Tech Team

Published : Oct 4, 2024, 10:01 AM IST

ହାଇଦ୍ରାବାଦ: ଆଜିକା ଦିନରେ ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ବ୍ୟକ୍ତି ଯିଏକି ହ୍ବାଟ୍ସଆପ୍ ବ୍ୟବହାର କରିନାହିଁ ତାହା ହୋଇପାରିବ ନୁହେଁ । କାରଣ ଆଜିକାଲି ଅଫିସିଆଲ କାର୍ଯ୍ୟରେ ମଧ୍ୟ ଏହି ଆପ୍‌ର ବ୍ୟବହାର ହେଉଛି । ତେବେ ହ୍ବାଟ୍ସଆପ୍ ମୋବାଇଲରେ ଷ୍ଟାଣ୍ଡାର୍ଡ ମେସେଜର ସ୍ଥାନ ନେଇଛି। ଏହି ଆପରେ Text ମେସେଜ, ଭିଡିଓ, ଫଟୋ କିମ୍ବା ଡକ୍ୟୁମେଣ୍ଟ ପଠାଇବା ବା ଗ୍ରହଣ କରିବା ସହଜ ହୋଇଥାଏ । ତଥାପି ଅନେକ ଥର ଲୋକେ ଏହି ସମସ୍ୟାର ସମ୍ମୁଖୀନ ହୁଅନ୍ତି ଯେ ସେମାନେ କାହାର ଯୋଗାଯୋଗ ନମ୍ବର ସେଭ ନକରି ହ୍ବାଟ୍ସଆପ୍ ମେସେଜ୍ ପଠାଇବାକୁ ଚାହାଁନ୍ତି ।

କିନ୍ତୁ ଆପଣ କେବଳ ସେହି ନମ୍ବରରେ ହ୍ବାଟ୍ସଆପ୍ ମେସେଜ୍ ପଠାଇ ପାରିବେ ଯାହା ଆପଣଙ୍କର Contacts ତାଲିକାରେ ସେଭ୍ ହୋଇଛି । କିନ୍ତୁ ଯଦି ଆମେ ଆପଣଙ୍କୁ କହିବୁ ଯେ ଆପଣ ନିଜ ଫୋନରେ କାହାର ନମ୍ବର ସେଭ ନକରି ମଧ୍ୟ ହ୍ବାଟ୍ସଆପ୍ ମେସେଜ୍ ପଠାଇ ପାରିବେ ? ଏଠାରେ ଆମେ ଆପଣଙ୍କୁ ଏପରି କିଛି ଉପାୟ କହୁଛୁ, ଯାହା ସାହାଯ୍ୟରେ ଆପଣ ନମ୍ବର ସେଭ ନକରି ହ୍ବାଟ୍ସଆପରେ କାହାକୁ ବି ମେସେଜ୍ କରିପାରିବେ ।

Also Read: ଆପଣଙ୍କ ହ୍ବାଟ୍ସଆପ ଆକାଉଣ୍ଟ ଆଉ କିଏ ଚଲଉଥିଲେ କେମିତି ଜାଣିବେ ? - WhatsApp Security
WhatsApp Without Saving Contact
WhatsApp Without Saving Contact (ETV Bharat)

ଉପାୟ ନଂ 1: WhatsApp ଆପ୍ଲିକେସନ ଜରିଆରେ ନମ୍ବର ସେଭ ବିନା ମେସେଜ ପଠାଇବା

କୌଣସି ଅଜଣା ବ୍ୟକ୍ତିଙ୍କ ମୋବାଇଲକୁ WhatsApp ମେସେଜ ପଠାଇବାର ଏହା ହେଉଛି ସବୁଠୁ ସହଜ ଉପାୟ ।

  • Step 1: ସର୍ବପ୍ରଥମେ ଆପଣଙ୍କର ଆଣ୍ଡ୍ରଏଡ୍ କିମ୍ବା ଆଇଓଏସ୍ ସ୍ମାର୍ଟଫୋନରେ ହ୍ବାଟ୍ସଆପ୍ ଆପ୍‌ ଖୋଲନ୍ତୁ ।
  • Step 2: ଆପଣ ମୋବାଇଲ୍ ନମ୍ବରକୁ କପି କରନ୍ତୁ ଯାହାକୁ ଆପଣ ହ୍ବାଟ୍ସଆପ୍ ମେସେଜ୍ ପଠାଇବାକୁ ଚାହୁଁଛନ୍ତି ।
  • Step 3: ନିମ୍ନରେ ଥିବା 'New Chat' ବଟନ୍ ଟାପ୍ କରନ୍ତୁ ।
  • Step 4: ମୋବାଇଲ୍ ନମ୍ବରକୁ ଟେକ୍ସଟ୍ ବକ୍ସରେ ପେଷ୍ଟ କରନ୍ତୁ ।
  • Step 5: ଯଦି ବ୍ୟକ୍ତି ଜଣକ ହ୍ବାଟ୍ସଆପରେ ଅଛନ୍ତି ତେବେ ଉକ୍ତ ମୋବାଇଲ ନମ୍ବରଟି ଦେଖାଇବ ।
  • Step 6: ଏହା ଉପରେ ଟାପ୍ କରନ୍ତୁ ଏବଂ ଆପଣ ଏହାକୁ ସେଭ ନକରି ନମ୍ବରକୁ ହ୍ବାଟ୍ସଆପ ମେସେଜ୍ ପଠାଇ ପାରିବେ ।

ଉପାୟ ନଂ 2: Truecaller ଆପ୍‌ରେ ନମ୍ବର ସେଭ ବିନା WhatsApp ମେସେଜ ପଠାଇବା ।

Truecallerର ଏକ ଡେଡିକେଟେଡ ହ୍ବାଟ୍ସଆପ୍ ବଟନ୍ ଅଛି, ତେଣୁ ଆପଣ ନମ୍ବର ସେଭ ନକରି ସହଜରେ ବାର୍ତ୍ତା ପଠାଇ ପାରିବେ ।

  • Step 1: ଆପଣଙ୍କର ଆଣ୍ଡ୍ରଏଡ୍ କିମ୍ବା ଆଇଓଏସ୍ ଡିଭାଇସରେ ଟ୍ରୁକଲର୍ ଆପ୍ଲିକେସନ୍ ଖୋଲନ୍ତୁ ।
  • Step 2: ଆପରେ ମୋବାଇଲ୍ ନମ୍ବର ଖୋଜନ୍ତୁ ଏବଂ ହ୍ବାଟ୍ସଆପ୍ ଆଇକନ୍ ଦେଖିବାକୁ ତଳକୁ ସ୍କ୍ରୋଲ୍ କରନ୍ତୁ ।
  • Step 3: ଏହା ଉପରେ ଟାପ୍ କରନ୍ତୁ ଏବଂ ଆପରେ ଏକ ହ୍ବାଟ୍ସଆପ୍ ଚାଟ୍ ୱିଣ୍ଡୋ ଖୋଲିବ । ଏହାପରେ ଆପଣ ନମ୍ବରକୁ ସେଭ ନକରି ସେହି ବ୍ୟକ୍ତିଙ୍କୁ ମେସେଜ କରିପାରିବେ ।

ଉପାୟ ନଂ 3: Google Assistant ଜରିଆରେ ନମ୍ବର ସେଭ ନକରି WhatsApp ମେସେଜ ପଠାଇବା

ଆପଣ ଗୁଗଲ ଆସିଷ୍ଟାଣ୍ଟକୁ ବ୍ୟବହାର କରି କୌଣସି ଅଜଣା ନମ୍ବରରେ WhatsApp ମେସେଜ ପଠାଇପାରିବେ ।

  • Step 1: ଆପଣଙ୍କ ସ୍ମାର୍ଟଫୋନରେ Google Assistant ଖୋଲନ୍ତୁ ।
  • Step 2: Google Assistantରେ 'Send a WhatsApp' କୁହନ୍ତୁ ଓ ଏହାପରେ ମୋବାଇଲ ନମ୍ବର କୁହନ୍ତୁ । ଆପଣ ଧ୍ୟାନ ଦେବା ଉଚିତ ଯେ ଏଥିରେ ସଠିକ ମୋବାଇଲ ନମ୍ବର ସହିତ ଦେଶ କୋଡ୍‌ କହିବାକୁ ହେବ ।
  • Step 3: ଉଦାହରଣ ସ୍ବରୂପ, ଯଦି ନମ୍ବର 9142373839 ଅଛି, ତେବେ କହିବା ବେଳେ 'Send a WhatsApp to +919142373839' କହିବେ ।
  • Step 4: ଏହାପରେ Assistant ଆପଣଙ୍କୁ ସେହି Text ପଚାରିବ, ଯାହାକୁ ଆପଣ ଉକ୍ତ ମୋବାଇଲ ନମ୍ବରରେ ପଠାଇବାକୁ ଚାହୁଁଛନ୍ତି । ଆପଣ ଉକ୍ତ ମେସେଜ କୁହନ୍ତୁ ।
  • Step 5: ଏପରି କରିବା ପରେ, Google Assistant ଆପେ ଆପେ ଉକ୍ତ ମୋବାଇଲ ନମ୍ବରରେ WhatsApp ମେସେଜ ପଠାଇପାରିବେ ।
Also Read: ନିର୍ଦ୍ଦିଷ୍ଟ ହ୍ବାଟ୍ସଆପ୍‌ ଚାଟ୍‌ କେମିତି Hide କରିବେ; ଜାଣିପାରିବେନି କେହି - WhatsApp chats hide Tricks

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.