ଭୁବନେଶ୍ୱର: ରାଜ୍ୟରେ ଛତୁ ଚାଷ କ୍ଷେତ୍ରରେ ଲୋକପ୍ରିୟ ବୃଦ୍ଧି ପାଉଛି । ତେବେ କମ ଦିନ ମଧ୍ୟରେ କିଭଳି ଛତୁ ଚାଷ କରାଯିବ ସେନେଇ ରିସର୍ଚ୍ଚ କରିଛି ଓୟୁଏଟି। ଏପରିକି ପାଳଛତୁ ଚାଷ କରିବା ପାଇଁ ମୁଖ୍ୟ ଉପାଦାନ ହେଉଛି ଧାନ ନଡା । କିନ୍ତୁ ବର୍ତ୍ତମାନ ସମୟରେ ଦେଖା ଯାଉଛି ବିଭିନ୍ନ କାରଣରୁ ଧାନ ନଡାର ପରିମାଣ, ବିଶେଷ କରି ବିଡ଼ା ନଡାର ପରିମାଣ ଦିନକୁ ଦିନ ହ୍ରାସ ପାଇବାରେ ଲାଗୁଛି । ତେଣୁ କିଭଳି ଭାବରେ ଅର୍ଦ୍ଧ କମ୍ପୋଷ୍ଟ ପ୍ରଣାଳୀ ମାଧ୍ୟମରେ ଛତୁ ଚାଷ କରାଯିବ ସେନେଇ ଧ୍ୟାନ ଦିଆଯାଉଛି । ତେବେ ଏନେଇ କଣ କହିଛନ୍ତି ବୈଜ୍ଞାନିକ ଡକ୍ଟର ବିକ୍ରମ କେଶରୀ ପାଣି ।
ସ୍ଵଳ୍ପ ଖର୍ଚ୍ଚରେ ଅଧିକ ଉତ୍ପାଦନ:-
"ସରଳ ଚାଷ ପଦ୍ଧତି ଓ ସ୍ୱଳ୍ପ ଖର୍ଚ୍ଚରେ ଅଧିକ ପାଳଛତୁ ଉତ୍ପାଦନ କରିବା ହେଉଛି ଏହି ପ୍ରଣାଳୀର ବିଶେଷତ୍ଵ । କୃଷି କ୍ଷେତ୍ରରେ ବିଭିନ୍ନ ପ୍ରକାର ଧାନ ଅମଳ ଯନ୍ତ୍ରର ବ୍ୟବହାର ବୃଦ୍ଧି ହେଉଛି । ଯାହା ଫଳରେ ଭବିଷ୍ୟତରେ ବିଡ଼ା ନଡା ମଧ୍ୟ ଲୋପ ପାଇବାର ସମ୍ଭାବନା ଅଧିକ । କିନ୍ତୁ ଏହାର ପରିବର୍ତ୍ତେ ପାଳ, କୁଟା, ଗୁଣ୍ଡ ନଡାର ପରିମାଣ ସେହି ଅନୁଯାୟୀ ବୃଦ୍ଧି ପାଇବ । ପାଳ ବା କୁଟାକୁ ଛତୁ ଚାଷ ପାଇଁ ସ୍ଥଳ ବିଶେଷରେ ବ୍ୟବହାର କରା ଯାଉଥିଲେ ମଧ୍ୟ ସେଥିରୁ ପାଳ ଛତୁ ଉତ୍ପାଦନ ସେତେଟା ସନ୍ତୋଷ ଜନକ ନୁହେଁ । ଧାନ ଅମଳ ଯନ୍ତ୍ରରୁ ବାହାରୁଥିବା ଗୁଣ୍ଡ ନଡା ବ୍ୟବହାର କରି ପାଳ ଛତୁ ଉତ୍ପାଦନ କରିବାର କୌଣସି ଫଳପ୍ରଦ କୌଶଳ ମଧ୍ୟ ନାହିଁ। ଏଭଳି ପରିସ୍ଥିତି ଭବିଷ୍ୟତରେ ଓଡ଼ିଶାର ପାଳ ଛତୁ ଶିଳ୍ପ ପାଇଁ ସଙ୍କଟ ଜନକ ସ୍ଥିତି ସୃଷ୍ଟି କରିବା ନିଶ୍ଚିତ। ଭବିଷ୍ୟତର ସଙ୍କଟ ଓ ଆବଶ୍ୟକତାକୁ ଅନୁମାନ କରି ଡକ୍ଟର ବିକ୍ରମ କେଶରୀ ପାଣି ସର୍ବ ପ୍ରଥମେ ୨୦୧୬ ମସିହାରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟରେ ପ୍ରାଥମିକ ଉଦ୍ୟମ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ କ୍ରମାଗତ ଗବେଷଣା ଜାରି ରଖିବା ସହ ଓୟୁଏଟି ଦ୍ଵାରା ବିକଶିତ କରାଯାଇଥିଲା ଅର୍ଦ୍ଧକମ୍ଫୋଷ୍ଟ ପ୍ରଣାଳୀରେ ଛତୁ ଚାଷ," ବୋଲି କହିଛନ୍ତି ଓୟୁଏଟି ବୈଜ୍ଞାନିକ ଡକ୍ଟର ବିକ୍ରମ କେଶରୀ ପାଣି।
ପାଳ ଛତୁ ଶିଳ୍ପ ପାଇଁ ଏକ ବରଦାନ:-
"ସମ୍ଭବତଃ କେବଳ ଧାନ ନଡାକୁ ଆଂଶିକ ଭାବରେ ବିଘଟନ କରି ସେଥିରେ ସଫଳତା ପୂର୍ବକ ପାଳ ଛତୁ ଚାଷ କରିବାର ଏହା ଥିଲା ସମଗ୍ର ଭାରତ ବର୍ଷରେ ଓୟୁଏଟିର ପ୍ରଥମ ପ୍ରୟାସ। ସଙ୍କଟ ଘନେଇବା ପୂର୍ବରୁ ଓୟୁଏଟି ଦ୍ଵାରା ଉଦ୍ଭାବିତ ଏହି ପ୍ରଣାଳୀ ଓଡ଼ିଶାର ପାଳ ଛତୁ ଶିଳ୍ପ ପାଇଁ ଏକ ବରଦାନ ସାବ୍ୟସ୍ତ ହେବ, ଏହା ନିଃସନ୍ଦେହ। ବଛା ବଛା କେତେକ ଅଗ୍ରଣୀ ପାଳ ଛତୁ ଚାଷୀ ଓୟୁଏଟିର ଏହି ନୂତନ ପ୍ରଣାଳୀକୁ ଆପଣେଇ ଆଶାନୁରୂପ ସଫଳତା ହାସଲ କରି ସାରିଛନ୍ତି," ବୋଲି କହିଛନ୍ତି ଓୟୁଏଟି ର ବୈଜ୍ଞାନିକ ଡକ୍ଟର ବିକ୍ରମ କେଶରୀ ପାଣି।
ଏହା ବି ପଢନ୍ତୁ- ରୋଜଗାରର ବାଟ ଦେଖାଇଛି ଛତୁ ଚାଷ, ସ୍ବାବଲମ୍ବୀ ହେଉଛନ୍ତି ଗାଁ ମହିଳା - MUSHROOM FARMING
କେଉଁ ପ୍ରଣାଳୀରେ ହୁଏ ଅର୍ଦ୍ଧ କମ୍ଫୋଷ୍ଟରେ ଛତୁ:- "ନୂଆ ପ୍ରଣାଳୀରେ ବିଡ଼ା ନଡା ବଦଳରେ କଟା ନଡା, ଧାନ ଅମଳ ଯନ୍ତ୍ର ରୁ ନିର୍ଗତ ଗୁଣ୍ଡ ନଡା, ପାଳ, କୁଟା ଇତ୍ୟାଦି ଛତୁ ଚାଷର ମାଧ୍ୟମ ଭାବରେ ଉପଯୋଗ କରାଯାଏ। ସେଥିରେ କିଛି ପୋଷାକ ଉପାଦାନ ମିଶାଇ ତାକୁ ଅର୍ଦ୍ଧ କମ୍ଫୋଷ୍ଟରେ ପରିଣତ କରି ପାଳଛତୁ ଉତ୍ପାଦନ ପାଇଁ ବ୍ୟବହାର କରାଯାଏ। ଏହା ସହିତ ମାତ୍ର ୬ ଦିନ ମଧ୍ୟରେ ଛତୁ ହୋଇଥାଏ। ଯାହା କମ ସମୟ ମଧ୍ୟରେ ଅଧିକ ମାତ୍ରାରେ ଛତୁ ହୋଇଥାଏ," ବୋଲି କହିଛନ୍ତି ବୈଜ୍ଞାନିକ ଡକ୍ଟର ବିକ୍ରମ କେଶରୀ ପାଣି।
ଅଧିକ ସ୍ଵାଦିଷ୍ଟ ହୋଇଥାଏ:-
କେଉଁ ଜଳବାୟୁରେ ହେବା ସମ୍ଭାବନା ରହିଛି:-
ବିଶେଷ ଭାବରେ ସମସ୍ତ ଜଳବାୟୁରେ ଏହି ଛତୁ ଚାଷ ହୋଇପାରିବ । କିଛି ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ । ଏହା ସହ ଥରେ କମ୍ପୋଷ୍ଟ ବ୍ୟବହାର ହେବା ପରେ ଦ୍ଵିତୀୟ ଥର ପାଇଁ ଏହା ବ୍ୟବହାର ଉପଯୋଗୀ ନୁହେଁ । ଏହାକୁ ଗୋଟିଏ ସ୍ଥାନରେ ପକାଇ ରଖିବା ଆବଶ୍ୟକ । ନଚେତ୍ ସଂକ୍ରମଣ ହେବା ଯଥେଷ୍ଟ ମାତ୍ରାରେ ସମ୍ଭାବନା ରହିଛି," ବୋଲି କହିଛନ୍ତି ଓୟୁଏଟି ର ବୈଜ୍ଞାନିକ ଡକ୍ଟର ବିକ୍ରମ କେଶରୀ ପାଣି। ଏହା ସହିତ ଓୟୁଏଟିର କୁଳପତି ଙ୍କ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟକ୍ରମ କରାଯାଉଛି।