ETV Bharat / state

ପହଞ୍ଚିଲେ ଜୟଶଙ୍କର, ବିମାନ ବନ୍ଦରରେ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ - JAISHANKAR IN BHUBANESWAR

ଜୟଶଙ୍କରଙ୍କ ସହ ଆସିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ । ବିମାନ ବନ୍ଦରରେ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀଙ୍କ ସମେତ ତମାମ ବିଜେପି ନେତା ।

ପହଞ୍ଚିଲେ ଜୟଶଙ୍କର, ବିମାନ ବନ୍ଦରରେ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ
ପହଞ୍ଚିଲେ ଜୟଶଙ୍କର, ବିମାନ ବନ୍ଦରରେ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ (ETV Bharat Odisha)
author img

By ETV Bharat Odisha Team

Published : Jan 6, 2025, 10:40 PM IST

ଭୁବନେଶ୍ବର: ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ସାମିଲ ହେବାପାଇଁ ଭୁବନେଶ୍ବରରେ ପହଞ୍ଚିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର । ତାଙ୍କ ସହ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ମଧ୍ୟ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଉଭୟଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ବରିଷ୍ଠ ନେତା ଓ ଅଧିକାରୀମାନେ ସ୍ୱାଗତ କରିଛନ୍ତି ।

  • ଭୁବନେଶ୍ବରରୁ କୋଣାର୍କ ଗଲେ ଜୟଶଙ୍କର ଦମ୍ପତି

ଉଭୟ କେନ୍ଦ୍ରମନ୍ତ୍ରୀ ଆଜି ସଂଧ୍ୟାରେ ନୂଆଦିଲ୍ଲୀରୁ ସ୍ୱତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଛନ୍ତି । ଏସ ଜୟଶଙ୍କରଙ୍କ ସହ ତାଙ୍କ ପତ୍ନୀ ମଧ୍ୟ ଆସିଛନ୍ତି । ଭୁବନେଶ୍ୱରରୁ ସେମାନେ ସିଧାସଳଖ କୋଣାର୍କ ଯାଇଛନ୍ତି । ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ କୋଣାର୍କ ଇକୋ-ରିଟ୍ରିଟରେ ରାତ୍ରିଯାପନ କରିବେ । ଆସନ୍ତାକାଲି ସେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବେ ।

ପହଞ୍ଚିଲେ ଜୟଶଙ୍କର, ବିମାନ ବନ୍ଦରରେ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ (ETV Bharat Odisha)
  • କାର୍ଯ୍ୟକ୍ରମ ସଫଳ ହେବ: ଜୟଶଙ୍କର

ଭୁବନେଶ୍ୱରରେ ପହଞ୍ଚିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଦେଶ ମନ୍ତ୍ରୀ ଜୟଶଙ୍କର କହିଛନ୍ତି," ଓଡ଼ିଶାରେ ବହୁତ ଭବ୍ୟ ଭାବେ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୋତେ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆସିବେ । ପ୍ରଧାନମନ୍ତ୍ରୀ ଯେତେବେଳେ ଆସିବେ ଏହି କାର୍ଯ୍ୟକ୍ରମ ବହୁତ ସୁନ୍ଦର ଏବଂ ସଫଳ ହେବ ବୋଲି ମୋର ପୂରା ବିଶ୍ୱାସ ।’’

ପହଞ୍ଚିଲେ ଜୟଶଙ୍କର, ବିମାନ ବନ୍ଦରରେ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ
ପହଞ୍ଚିଲେ ଜୟଶଙ୍କର, ବିମାନ ବନ୍ଦରରେ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:-

ଓଡ଼ିଆ ଘରେ ରହିବେ, ଓଡ଼ିଆ ସଂସ୍କୃତିର ମଜା ନେବେ ପ୍ରବାସୀ ଭାରତୀୟ - PRAVASI BHARATIYA DIVAS

ଚିଲିକା ବିହଙ୍ଗ ଉତ୍ସବ, ପ୍ରବାସୀ ଭାରତୀୟ ହେବେ ବ୍ରାଣ୍ଡ ଆମ୍ବାସଡର - CHILIKA BIHANGA UTSAV

ପ୍ରବାସୀ ଭାରତୀୟ ଦିବସ ପାଇଁ ସୁରକ୍ଷା: ସରିଲା ମକଡ୍ରିଲ, ଜଗିବେ ୯୦ ପ୍ଲାଟୁନ ଫୋର୍ସ

  • କାଲି କୋଣାର୍କ ପରିଦର୍ଶନ ପରେ ଯିବେ ପୁରୀ

ଆସନ୍ତାକାଲି ସକାଳେ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରି ପୁରୀ ଅଭିମୁଖେ ବାହାରିବେ କେନ୍ଦ୍ରମନ୍ତ୍ରୀ । ମହାପ୍ରଭୁଙ୍କ ଆଶୀର୍ବାଦ ନେବା ପରେ ରଘୁନାଥପୁର ପରିଦର୍ଶନ କରି ଅପରାହ୍ନରେ ଧଉଳି ଅଭିମୁଖେ ଆସିବେ କେନ୍ଦ୍ରମନ୍ତ୍ରୀ । ସେହିପରି ମହାଦେବ ଲିଙ୍ଗରାଜଙ୍କ ଦର୍ଶନ କରି କାର୍ଯ୍ୟକ୍ରମ ଶେଷ କରିବେ । 8 ଓ 9 ତାରିଖରେ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ସାମିଲ ହୋଇ 10 ତାରିଖ ସକାଳେ ନୂଆଦିଲ୍ଲୀ ଫେରିଯିବା କାର୍ଯ୍ୟକ୍ରମ ରହିଛି ।

୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଜୟଶଙ୍କର, ବୁଲିବେ ପୁରୀ-କୋଣାର୍କ

ପ୍ରବାସୀ ଭାରତୀୟ ଦିବସ: ଆସିବେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ, ଶୃଙ୍ଖଳା ପାଇଁ ପ୍ରସ୍ତୁତି ଜୋରଦାର

  • ବିମାନ ବନ୍ଦରରେ ତମାମ ବିଜେପି ନେତା:-

ଆଜି ଉଭୟ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ବିମାନ ବନ୍ଦରରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ରାଜ୍ୟ ପ୍ରଶାସନ ପକ୍ଷରୁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଆର.କେ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.