ଓଡିଶା

odisha

By ETV Bharat Tech Team

Published : 4 hours ago

ETV Bharat / technology

Google ଆଣ୍ଡ୍ରଏଡ ଫୋନ ପାଇଁ ଆଣିଲା କମାଲ ଫିଚର; ଜାଣନ୍ତୁ କଣ ଖାସ - Google Launched Gemini Live

Google Gemini Live: ସମସ୍ତ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଗୁଗଲ୍ ଏହାର AI ଚାଟବଟ୍ ଆଧାରିତ 2-ୱେ ଭଏସ୍ ଚାଟ୍ ଫିଚର ଗୁଗୁଲ୍ ଜେମିନି ଲାଇଭ୍ ଲଞ୍ଚ କରିଛି । ଏହାର ଆପ୍ ଗୁଗଲ୍ ପ୍ଲେ ଷ୍ଟୋରରୁ ଡାଉନଲୋଡ୍ ହୋଇପାରିବ । ତେବେ ଆସନ୍ତୁ ଜାଣିବା ଏହି ଫିଚର ସାହାଯ୍ୟରେ ୟୁଜର କ’ଣ କରିପାରିବେ ? ଅଧିକ ପଢନ୍ତୁ

Google Gemine Live Feature
Google Gemine Live Feature (Photo- Getty Images)

ହାଇଦ୍ରାବାଦ: ଜେମିନି ଲାଇଭ ଗୁଗୁଲର କୃତ୍ରିମ ବୁଦ୍ଧିମତା (AI) ଚାଟବଟ୍ ପାଇଁ 2-ନେ ଭଏସ୍ ଚାଟ୍ ଫିଚର ବର୍ତ୍ତମାନ ସମସ୍ତ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହେବ । ଏହି ଫିଚର ପ୍ରଥମେ ଗୁଗଲ୍ ୱାନ୍ ଏଆଇ ପ୍ରିମିୟମ୍ ଯୋଜନା ମାଧ୍ୟମରେ ଜେମିନି ଆଡଭାନ୍ସ ବ୍ୟବହାରକାରୀଙ୍କ ପାଇଁ ଜାରି କରାଯାଇଥିଲା । କିନ୍ତୁ ବର୍ତ୍ତମାନ କମ୍ପାନୀ ଏହାକୁ ସମସ୍ତ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ କରିବାକୁ ଯାଉଛି ।

କିନ୍ତୁ ବ୍ୟବହାରକାରୀଙ୍କ ପାଇଁ କେବଳ ଫିଚରର ମୌଳିକ ସଂସ୍କରଣ (Basic Edition) ଉପଲବ୍ଧ କରାଯାଇଛି । ଏହି ମାସ ଆରମ୍ଭରେ ଏକ ରିପୋର୍ଟରୁ ଜଣାପଡିଛି ଯେ ଗୁଗଲ ସମସ୍ତ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଏହି ଫିଚର ଆଣୁଛି ।

iPhone ୟୁଜରଙ୍କ ପାଇଁ ନୁହେଁ Gemini:-

ଜେମିନି ଆପ୍ iOSରେ ଉପଲବ୍ଧ ନାହିଁ । ତେଣୁ ଆଇଫୋନ୍ ବ୍ୟବହାରକାରୀଙ୍କ ପାଇଁ ଜେମିନି ଲାଇଭ୍ ଫିଚରର ବ୍ୟବହାର କରିପାରିବେ ନାହିଁ । ଜେମିନି ଆପ୍ ସହିତ ଆଣ୍ଡ୍ରଏଡ୍ ଉପଭୋକ୍ତାମାନେ ଏବେ ମାଇକ୍ରୋଫୋନ୍ ଏବଂ କ୍ୟାମେରା ଆଇକନ୍ ପାଖରେ ତଳ-ଡାହାଣ କୋଣରେ ଏକ ଚମକଦାର ଆଇକନ୍ ସହିତ ଏକ ୱେବଫର୍ମ ଆଇକନ୍ ଦେଖିବେ ।

ୱେବଫର୍ମ ଆଇକନ୍ ଉପରେ ଟାପ୍ କରିବା ଦ୍ବାରା ଉପଭୋକ୍ତା ଜେମିନି ଲାଇଭ୍ ଫିଚରକୁ ଆକ୍ସେସ କରିବେ । ସରଳ ଶବ୍ଦରେ କହିଲେ ଏହା ଏକ ଦ୍ବିପାକ୍ଷିକ ଭଏସ୍ ଚାଟ୍ ଫିଚର ଯେଉଁଥିରେ ଉଭୟ ଉପଭୋକ୍ତା ଏବଂ AI ସ୍ପିଚ ମାଧ୍ୟମରେ କଥାବାର୍ତ୍ତା କରନ୍ତି । ଯଦିଓ AI ସ୍ବଚ୍ଛ ଭାବରେ କଥାବାର୍ତ୍ତା କରେ ଏବଂ ସାମାନ୍ୟ ସ୍ବର ପରିବର୍ତ୍ତନ ଦେଖାଏ । କିନ୍ତୁ ଏହା ଚାଟ୍ ଜିପିଟି ଆଡଭାନ୍ସଡ୍ ଭଏସ୍ ମୋଡ୍ ଫିଚର ସହିତ ସମାନ ନୁହେଁ, ଯାହା ଭାବପ୍ରବଣ ସ୍ବର ଏବଂ ବ୍ୟବହାରକାରୀଙ୍କ ଶବ୍ଦ ଉପରେ ପ୍ରତିକ୍ରିୟା କରିବାର କ୍ଷମତା ସହିତ ଆସିଥାଏ ।

Google Gemini Live Feature (Photo- Getty Images)
Also Read: ଏଣିକି ସ୍ମାର୍ଟ ଭାବେ ଦିଅନ୍ତୁ ରିପ୍ଲାଏ; Gmailରେ ଆସିଲା ନୂଆ AI ଫିଚର - Gmail Smart Reply Feature

ତଥାପି ଏହି ଫିଚର ଉପଯୋଗୀ ହୋଇଥାଏ ଯେତେବେଳେ ଉପଭୋକ୍ତାମାନେ ଯାତାୟାତ କରନ୍ତି ଏବଂ ଏକ ଇମେଲର ସାରାଂଶ ପାଇବାକୁ କିମ୍ବା ଏକ ଆକର୍ଷଣୀୟ ବିଷୟ ସମ୍ପର୍କରେ ଜାଣିବାକୁ ଏକ ମୌଖିକ ବାର୍ତ୍ତାଳାପ କରିବାକୁ ପସନ୍ଦ କରନ୍ତି । ଜେମିନି ଲାଇଭରେ ଫୁଲ୍ ସ୍କ୍ରିନ୍ ଇଣ୍ଟରଫେସ୍ ଏକ ଫୋନ୍ କଲ୍ ସହିତ ସମାନ । ଉପଭୋକ୍ତାମାନେ ସ୍କ୍ରିନ୍ ମରେ ଏକ ଧ୍ବନି ତରଙ୍ଗ ପରି ଢାଞ୍ଚା ଏବଂ ତଳେ ହୋଲ୍ଡ ଏବଂ ଏଣ୍ଡ ବଟନ୍ ଦେଖିବେ ।

Google Gemini Live Feature (Photo- Getty Images)

Gemini ଫିଚରକୁ କିପରି ବ୍ୟବହାର କରିବେ ?

  • ଆଣ୍ଡ୍ରଏଡ୍ ଡିଭାଇସରେ ଜେମିନି ଆପ୍ ଡାଉନଲୋଡ୍ ଏବଂ ଇନଷ୍ଟଲ୍ କରନ୍ତୁ ।
  • ଏହାପରେ ଜେମିନି ଆପ୍ ଖୋଲନ୍ତୁ ।
  • ସ୍କ୍ରିନର ନିମ୍ନ ଡାହାଣରେ ୱେବଫର୍ମ ଆଇକନ୍ ଉପରେ ନଜର ପକାନ୍ତୁ ।
  • ଏହା ଉପରେ ଟାପ୍ କରନ୍ତୁ ।
  • ପ୍ରଥମ ଥର ବ୍ୟବହାରକାରୀମାନେ ନିୟମ ଏବଂ Condition ମେନ୍ୟୁ ଦେଖିବେ । ଏହାକୁ Accept କରନ୍ତୁ ।
  • ବର୍ତ୍ତମାନ ଆପଣ ଜେମିନି ଲାଇଭ୍ ଇଣ୍ଟରଫେସ୍ ଦେଖିପାରିବେ ।
  • AIରୁ ଏକ ପ୍ରତିକ୍ରିୟା ଦେଖିବା ଲାଗି ଆପଣ କହିବା ଆରମ୍ଭ କରିପାରିବେ ।
  • ହୋଲ୍ଡ ବଟନ୍ ବ୍ୟବହାର କରି ଆପଣ ମଧ୍ୟ AIକୁ ରୋକି ପାରିବେ ।
Also Read: କୌଣସି ବି ସ୍ଥାନର ଦେଖିପାରିବେ ପୁରୁଣା କାଳର ଫଟୋ; Google Maps ଆଣିଲା Time Machine ଫିଚର - Google Maps Time Machine Feature

ABOUT THE AUTHOR

...view details