ଓଡିଶା

odisha

ମିଶନ ଗଗନ ଯାନ; ବେଶ ଯତ୍ନଶୀଳ ଇସ୍ରୋ; ଆଉ ଏକ ବୋଇଙ୍ଗ ଅଘଟଣ ଚାହୁଁନାହୁଁ କହିଲେ ସୋମନାଥ - GAGANYAAN MISSION

By ETV Bharat Tech Team

Published : 5 hours ago

India's first human mission: ଭାରତର ପ୍ରଥମ ମାନବ ମିଶନ 'ଗଗନ ଯାନ' ଚଳିତ ବର୍ଷ ଶେଷ ସୁଦ୍ଧା ଲଞ୍ଚ ହେବ । ହେଲେ କୌଣସି ଅଘଟଣକୁ ଏଡ଼ାଇବା ଲାଗି ଖୁବ ଯତ୍ନର ସହିତ ଏହାର କାର୍ଯ୍ୟ ଆଗକୁ ବଢୁଛି ବୋଲି କହିଛନ୍ତି ଇସ୍ରୋ ମୁଖ୍ୟ । ଭାରତ ଆଉ ଏକ ବୋଇଙ୍ଗ ଅଘଟଣ ଚାହୁଁନାହିଁ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ

GAGANYAAN MISSION
GAGANYAAN MISSION (ANI)

ବେଙ୍ଗାଲୁରୁ: ଦେଶର ପ୍ରଥଣ ମାନବ ରହିତ ଯାନ 'ଗଗନ ଯାନ' (Gaganyaan)କୁ ଚଳିତ ବର୍ଷ ଶେଷ ସୁଦ୍ଧା ଲଞ୍ଚ କରାଯିବ । ଗଗନ ଯାନ ପ୍ରକଳ୍ପକୁ ବୁଧବାର କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ଏଥିଲାଗି ସରକାର 1236କୋଟି ଟଙ୍କା ଖର୍ଚ୍ଚ କରିବେ । ତେବେ ନିକଟରେ ବୋଇଙ୍ଗର ଷ୍ଟାରଲାଇନର ଯାନ ସହ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମହାକାଶରେ 2 ମହାକାଶଚାରୀ ଫସିଛନ୍ତି । ତେବେ ଏଭଳି ଅଘଟଣକୁ ଏଡ଼଼ାଇବା ଲାଗି ଗଗନ ଯାନ କ୍ଷେତ୍ରରେ ବେଶ ସତର୍କତା ଅବଲମ୍ବନ କରାୟାଉଥିବା ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ମୁଖ୍ୟ ଏସ. ସୋମନାଥନ କହିଛନ୍ତି ।

ବୋଇଙ୍ଗ ଷ୍ଟାରଲାଇନର ସ୍ପେଶକ୍ରାଫ୍ଟକୁ ନାସା ପକ୍ଷରୁ ଜୁନ 5 ତାରିଖରେ ଲଞ୍ଚ କରାଯାଇଥିଲା । ଯାହାକି 8ଦିନ ପାଇଁ ଯାଇ ଦୀର୍ଘ 3 ମାସ ପରେ ପୃଥିବୀପୃଷ୍ଠକୁ ଫେରିଥିଲା । ମାତ୍ର ଏହି କ୍ୟାପସୁଲରେ ଯାଇଥିବା ନାସାର 2 ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବ୍ୟାରି ୱିଲମୋର ଅନ୍ତର୍ଜାତୀୟ ସ୍ପେଶ ଷ୍ଟେଶନ (ISS)ରେ ଫସିଛନ୍ତି । ଏଲନ ମସ୍କଙ୍କ SpaceX ତାଙ୍କୁ ଆସନ୍ତା ବର୍ଷ ଫେବୃଆରୀରେ ପୃଥିବୀପୃଷ୍ଠକୁ ଫେରାଇ ଆଣିବ ।

Also Read:Gaganyaan Mission: ଚନ୍ଦ୍ରଯାନ-3ର ସଫଳତା ପରେ ମହାକାଶକୁ ଯିବେ ମାନବ

ଇସ୍ରୋ ମୁଖ୍ୟ ସୋମନାଥ ଶୁକ୍ର ଗ୍ରହ (Venus)ର ପରିକ୍ରମା ପାଇଁ ମଧ୍ୟ ବେଶ ଚିନ୍ତିତ ଅଛନ୍ତି । ଭେନସ ଅର୍ବିଟର ମିଶନ (VOM) ସେହି 4ଟି ପ୍ରକଳ୍ପ ମଧ୍ୟରୁ ଗୋଟିଏ ଯାହାକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ଏ ନେଇ ସୋମନାଥ କହିଛନ୍ତି, " ଆସନ୍ତାକାଲି ପୃଥିବୀ ହୁଏତ କୌଣସି କାରଣ ପାଇଁ ବାସଯୋଗ୍ୟ ହେବ ନାହିଁ । ଏଣୁ ଯଦି ଆମେ ମଙ୍ଗଳ ଓ ଶୁକ୍ର ଗ୍ରହରେ କଣ ଘଟୁଛି ତାହା ଜାଣିବା ନାହିଁ ତେବେ ଆମ ପରବର୍ତ୍ତୀ ପିଢି ଅସୁବିଧାରେ ପଡ଼ିବେ । ଶୁକ୍ର ମଧ୍ୟ ଗୁରୁତ୍ବପୂର୍ଣ୍ଣ କାରଣ ଭାରତ ସଫଳତାର ସହିତ ମଙ୍ଗଳ ଓ ଚନ୍ଦ୍ରରେ ପହଞ୍ଚିପାରିଛି ।"

ମାର୍ଚ୍ଚ 2028 ସୁଦ୍ଧା ଶୁକ୍ର ମିଶନ:-

ନେକ୍ସଟ୍‌ ଜେନେରେସନ ଲଞ୍ଚ ଭେହିକଲ (NGLV)କୁ ବିକଶିତ କରିବା ଲାଗି ଇସ୍ରୋକୁ 7ବର୍ଷ ସମୟ ଲାଗିଛି । ଆସନ୍ତା ମାର୍ଚ୍ଚ 2028 ସୁଦ୍ଧା ଶୁକ୍ର ମିଶନ ଆରମ୍ଭ ହେବ । ଋଷ, ଚୀନ ଓ ଜାପାନ 2030 ସୁଦ୍ଧା ଶୁକ୍ର ମିଶନ ପାଇଁ ଲକ୍ଷ୍ୟ ରଖିଛନ୍ତି । ଆମେ ଆମର ଭେନସ ମିଶନ ଲଞ୍ଚ ପାଇଁ ଲଞ୍ଚ ଭେହିକଲ ମାର୍କ-3 (LVM3)ର ବ୍ୟବହାର କରିବୁ ବୋଲି ସୋମନାଥ କହିଛନ୍ତି । ଶୁକ୍ର ଆମ ଗ୍ରହ ନିକଟରେ ରହିଥିବାରୁ ଏଠାକୁ ଯିବା ଆମ ପାଇଁ ସହଜ । କିନ୍ତୁ ଏହା ମଙ୍ଗଳ ଠାରୁ ଅଧିକ ଚ୍ୟାଲେଞ୍ଜିଂ ହେବ । କାରଣ ପୃଥିବୀଠାରୁ 100 ଗୁଣା ପ୍ରେସର ଶୁକ୍ରରେ ଅନୁଭୂତ ହୁଏ ।

Also Read:Gaganyaan Mission: ସଫଳ ହେଲା CE-20 କ୍ରାୟୋଜେନିକ ଇଞ୍ଜିନର ପରୀକ୍ଷଣ

ABOUT THE AUTHOR

...view details