ଓଡିଶା

odisha

ETV Bharat / technology

Human-Wildlife Conflict: ଜନବସତିରେ ପଶୁଛନ୍ତି ବନ୍ୟଜନ୍ତୁ, ସାଇରନ୍‌ ବଜାଇ ଘଉଡାଉଛି AI - AI For Man Animal Conflict - AI FOR MAN ANIMAL CONFLICT

AI technology: ମଣିଷ ଓ ବନ୍ୟଜନ୍ତୁ ବିବାଦ ଏବେ ଚିନ୍ତାର କାରଣ ପାଲଟିଛନ୍ତି । ବନ୍ୟଜନ୍ତୁଗୁଡ଼ିକ ଜନବସତି ମୁହାଁ ହୋଇ ଲୋକଙ୍କ ଉପରେ ଆକ୍ରମଣ କରୁଛନ୍ତି । ଏବେ ଏହି ସମସ୍ୟାରୁ ମୁକ୍ତି ଦେବ AI ଟେକ୍ନୋଲୋଜି । ଏଭଳି ବ୍ୟବସ୍ଥା ତାମିଲନାଡୁରେ ଆରମ୍ଭ ହୋଇଛି । ଏହି କ୍ଷେତ୍ରରେ ଏଆଇ ଟେକ୍ନୋଲୋଜି କିପରି କାମ କରେ ଆସନ୍ତୁ ଜାଣିବା...

AI FOR MAN ANIMAL CONFLICT
AI FOR MAN ANIMAL CONFLICT (ETV Bharat)

By ETV Bharat Tech Team

Published : Sep 9, 2024, 3:08 PM IST

ଚେନ୍ନାଇ:ଦେଶର ବିଭିନ୍ନ ରାଜ୍ୟରେ ମଣିଷ-ବନ୍ୟଜନ୍ତୁ ଲଢେଇ ଚିନ୍ତାର କାରଣ ପାଲଟିଛି । ବନ୍ୟଜନ୍ତୁ ଖାଦ୍ୟ ଓ ଜଳ ଅନ୍ବେଷଣରେ ଜନବସତି ମୁହାଁ ହେଉଛନ୍ତି । ଏଭଳି ଭିଡିଓ ଏବେ ନିୟମିତ ଭାବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ହିଂସ୍ର ଜନ୍ତୁ ଘର ଗେଟ୍‌ ନିକଟକୁ ପହଞ୍ଚୁଥିବା ବେଳେ ହାତୀ ଘର ଭାଙ୍ଗୁଛି । ଓଡ଼ିଶାଠୁ ଆରମ୍ଭ କରି ଆସାମ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ତାମିଲନାଡୁ, ରାଜସ୍ଥାନ ଓ ଉତ୍ତରାଖଣ୍ଡ ସବୁଠି ଏଭଳି ସ୍ଥିତି । ଏହି ଲଢେଇରେ ଉଭୟ ପକ୍ଷ କ୍ଷତିଗ୍ରସ୍ତ ହେଉଛନ୍ତି । ନିରୀହ ଜୀବନ ଯାଉଛି ।

ବନ୍ୟଜନ୍ତୁଙ୍କୁ ଚିହ୍ନଟ କରୁଛି ଏଆଇ କ୍ୟାମେରା (ETV Bharat)

ସମଗ୍ର ଦେଶରେ ଏହି ଘଟଣାଗୁଡ଼ିକ ବୃଦ୍ଧି ପାଉଥିବାବ ବେଳେ ଏହାର ସମାଧାନ ଲାଗି ନୀତି ପ୍ରଣୟନର ଆବଶ୍ୟକତାକୁ ସୂଚିତ କରେ । ତେବେ ମଣିଷ ପଶୁ ଲଢେଇ ବନ୍ୟଜନ୍ତୁ କର୍ତ୍ତୃପକ୍ଷଙ୍କ ପାଇଁ ଚ୍ୟାଲେଞ୍ଜ ରହିଛି । ଏହିପରି ଜଙ୍ଗଲରୁ ଜନବସତିରେ ପ୍ରବେଶ କରୁଥିବା ପଶୁମାନଙ୍କ ବିଷୟରେ ଜାଣିବା ଲାଗି AI ଟେକ୍ନୋଲୋଜିର ବ୍ୟବହାର ଆରମ୍ଭ ହୋଇଛି । ଏହାପରେ ସେମାନଙ୍କୁ ଜଙ୍ଗଲକୁ ପଠାଇବାକୁ ଚେଷ୍ଟା କରାଯାଇଛି ।

ବନ୍ୟଜନ୍ତୁଙ୍କୁ ଚିହ୍ନଟ ପାଇଁ ଲାଗିଛି କ୍ୟାମେରା (ETV Bharat)

ହାତୀଙ୍କ ଲାଗି AI ଟେକ୍ନୋଲୋଜି:-ତାମିଲନାଡୁର କୋଏମ୍ବାଟୁର ଜିଲ୍ଲାର କେମ୍ମାରାମପଲାୟାମ କର୍ତ୍ତୃପକ୍ଷ ହାତୀଙ୍କୁ ଘଉଡ଼ାଇବା ଲାଗି କୃତ୍ରିମ ବୁଦ୍ଧିମତା (AI)ର ଉପଯୋଗ କରିଛନ୍ତି ଏବଂ ସେ ଏହି କ୍ଷେତ୍ରରେ ସଫଳ ମଧ୍ୟ ହୋଇଛନ୍ତି । ହାତୀପଲ ଜନବସତି ଭିତରେ ପ୍ରବେଶ କରିବା ମାତ୍ରେ ସେମାନଙ୍କୁ ଚିହ୍ନଟ କରୁଛି ଏଆଇ ।

ବନ୍ୟଜନ୍ତୁ ଜନବସତିରେ ପଶିବା ସମୟର ଦୃଶ୍ୟ (ETV Bharat)

କିପରି କାମ କରୁଛି AI ?

  • ସହରରେ ହାତୀ ଏବଂ ଅନ୍ୟ ବନ୍ୟଜନ୍ତୁଙ୍କ ପ୍ରବେଶ ସମ୍ପର୍କରେ ଜାଣିବା ପାଇଁ ସିସିଟିଭି କ୍ୟାମେରା ଥିବା ଏକ ଲାଉଡ ସ୍ପିକର ଲଗାଯାଇଛି ।
  • ଏକ AI ଚାଳିତ କ୍ୟାମେରା ଯାହା 2.5 ମିଲିୟନ୍ ଫଟୋ ସଂଗ୍ରହ କରିପାରିବ । ଯଦି କ୍ୟାମେରା ଲଗାଯାଇଥିବା ସ୍ଥାନର 500 ମିଟର ମଧ୍ୟରେ ବନ୍ୟଜନ୍ତୁ ଗତିବିଧି ଚିହ୍ନଟ ହୁଏ, ତେବେ ସିସିଟିଭି କ୍ୟାମେରା ପ୍ରଥମେ ବନ୍ୟଜନ୍ତୁଙ୍କ ଫଟୋ ଉଠାଇ ଏହି କ୍ୟାମେରାରେ ପଠାଇବ ।
  • ଏଇ କ୍ୟାମେରା ପ୍ରଥମେ ଏହା ବନ୍ୟଜନ୍ତୁ ନା ପାଳିତ ପଶୁ ତାହା ଚିହ୍ନଟ କରିବ ଏବଂ ଲାଉଡ ସ୍ପିକର ମାଧ୍ୟମରେ ଚେତାବନୀ ଦେଇଥାଏ ।
    ବନ୍ୟଜନ୍ତୁ ଜନବସତିରେ ପଶିବା ମାତ୍ରେ ବାଜୁଛି ମାଇକ୍‌ (ETV Bharat)

ଟେକ୍ନୋଲୋଜିକୁ ନେଇ କଣ କହୁଛନ୍ତି କମ୍ପାନୀ ସିଇଓ ?

ଏହି ଟେକ୍ନୋଲୋଜି ଆଣିଥିବା କମ୍ପାନୀର ସିଇଓ ରାଘବେନ୍ଦ୍ର କହିଛନ୍ତି, " ତାମିଲନାଡୁ ବନ ବିଭାଗ ସହିତ ମିଳିତ ଉଦ୍ୟମରେ ଏହି ଟେକ୍ନୋଲୋଜି ବିକଶିତ କରାଯାଇଛି । କୌଣସି ବନ୍ୟଜନ୍ତୁ ଜନବସତିରେ ପ୍ରବେଶ କରିବା ମାତ୍ରେ ଏ ସମ୍ପର୍କରେ ଜାଣିହେବ । କ୍ୟାମେରା ମାଧ୍ୟମରେ ଆମକୁ ସିଗ୍ନାଲ ମିଳିଯିବ । ଏହାପରେ ସେମାନଙ୍କୁ ଲାଉଡସ୍ପିକର ମାଧ୍ୟମରେ ଘଉଡାଯାଏ । ଏହି ଟେକ୍ନୋଲୋଜି ଏବେ କେରଳ, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶରେ ମଧ୍ୟ ବ୍ୟବହାର ହେଉଛି । ଏହି ଟେକ୍ନୋଲୋଜିଟି 10କିମି ଭିତରେ ମଧ୍ୟ କାମ କରିପାରେ ।"

ପଢନ୍ତୁ ଅନ୍ୟ କିଛି ଖବର

ହାତୀ ଆକ୍ରମଣରେ ମଣିଷ ମୃତ୍ୟୁ ରିପୋର୍ଟ; ଦେଶରେ ଆଗରେ ଓଡ଼ିଶା, ଦ୍ଵିତୀୟରେ ପଶ୍ଚିମବଙ୍ଗ

ବିଶ୍ବ ହାତୀ ଦିବସ: ବଢ଼ୁଛି ସଂଖ୍ୟା, ହେଉଛନ୍ତି ଜନବସତି ମୁହାଁ, ହାତୀ-ମଣିଷ ଲଢେଇରେ ଦେଶରେ ଆଗରେ ଓଡ଼ିଶା

ABOUT THE AUTHOR

...view details