ଓଡିଶା

odisha

ETV Bharat / technology

ହ୍ବାଟ୍ସଆପ୍‌ ପ୍ରାଇଭେସି ପଲିସି ଉଲ୍ଲଙ୍ଘନ; ମେଟା ଉପରେ 213କୋଟି ଫାଇନ୍‌ କଲା CCI - CCI IMPOSES PENALTY ON META

2021 ହ୍ବାଟ୍ସଆପ୍‌ ଗୋପନୀୟତା ନୀତିକୁ ନେଇ ମେଟା ଉପରେ 213କୋଟି ଫାଇନ୍‌ ଲଗାଇଲା ସିସିଆଇ । କଣ କହିଲା ମେଟା ? ଜାଣନ୍ତୁ...

Representational picture
Representational picture (Meta)

By ETV Bharat Tech Team

Published : Nov 19, 2024, 1:52 PM IST

ହାଇଦ୍ରାବାଦ:ବିଶ୍ବର ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟଫର୍ମ ମେଟା ପାଇଁ ବଢିଲା ଅଡୁଆ । ଭାରତୀୟ ପ୍ରତିଯୋଗିତା ଆୟୋଗ (CCI) ମେଟା ଉପରେ 213.24 କୋଟି ଟଙ୍କାର ଫାଇନ୍‌ ଲଗାଇଛି । ମେସେଜିଂ ପ୍ଲାଟଫର୍ମ ହ୍ବାଟ୍ସଆପ୍‌ର 2021 ପ୍ରାଇଭେସି ପଲିସି ବା ଗୋପନୀୟତା ନୀତିକୁ ନେଇ ଏହି ଜୋରିମାନା ଲଗାଯାଇଥିବା ବେଳେ ଏହାକୁ ଖଣ୍ଡନ କରିଛି ମେଟା । ସିସିଆଇର ଏଭଳି ନିଷ୍ପତ୍ତି ବିରୋଧରେ ମେଟା ଅପିଲ୍‌ କରିବ ବୋଲି କହିଛି ।

ଖାଲି ସେତିକି ନୁହେଁ, ସିସିଆଇ ହ୍ବାଟ୍ସଆପ୍‌କୁ ଏହା ମଧ୍ୟ ତାଗିଦ କରିଛି ଯେ ହ୍ବାଟ୍ସଆପ୍‌ ୟୁଜରଙ୍କ ବ୍ୟକ୍ତିଗତ ତଥ୍ୟକୁ ମେଟା ମାଲିକାନାର ଅନ୍ୟ ଆପ୍‌ ସହିତ ବିଜ୍ଞାପନ ଉଦ୍ଦେଶ୍ୟରେ ଆଗାମୀ 5ବର୍ଷ ପର୍ଯ୍ୟନ୍ତ ସେୟାର କରିବାରୁ ନିବୃତ୍ତ ରହୁ । ସୂଚନା ଅନୁସାରେ 2021 ମସିହାରେ ଆସିଥିବା ହ୍ବାଟ୍ସଆପ୍‌ର ଗୋପନୀୟତା ନୀତି ଅପଡେଟ୍ ସମ୍ବନ୍ଧରେ ବେଆଇନ ବ୍ୟବସାୟିକ ଉପାୟ ଅବଲମ୍ବନ କରିଥିବାରୁ ସୋସିଆଲ ମିଡିଆ ଜାଏଣ୍ଟ ଉପରେ ସିସିଆଇ ଏହି ଦଣ୍ଡବିଧାନ କରିଛି ।

ଏହା ବି ପଢନ୍ତୁ
  1. କଣ ଆଉ ରହିବନି ପ୍ରାଇଭେସି ? ଆସୁଛି WhatsAppର ନୂଆ ଫିଚର
  2. WhatsApp ଗ୍ରୁପ୍‌ ଚାଟ୍‌ ନୋଟିଫିକେସନକୁ ନେଇ ଚିନ୍ତିତ; ଏହି ଫିଚର କରିବ ସମାଧାନ

କଡ଼ା ଭାଷାରେ ତାଗିଦ କଲା ସିସିଆଇ:-

ଆୟୋଗ ଏହି ଦଣ୍ଡବିଧାନ ଆଣିବା ସହ ପ୍ରତିଯୋଗିତା ବିରୋଧୀ ଆଚରଣ ବନ୍ଦ କରିବାକୁ ମେଟାକୁ କହିଛି । ଏହାସହ ପ୍ରତିଯୋଗିତାମୂଳକ ସମସ୍ୟାର ସମାଧାନ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ନିର୍ଦ୍ଦିଷ୍ଟ ପ୍ରତିକାର ପ୍ରୟୋଗ କରିବାକୁ କମ୍ପାନୀ ପାଇଁ ନିର୍ଦ୍ଦେଶନାମା ଜାରି କରାୟାଇଛି । ଭାରତରେ ହ୍ବାଟ୍ସଆପ୍ ସେବା ପାଇବାକୁ ୟୁଜର ଅନ୍ୟ ମେଟା କମ୍ପାନୀ କିମ୍ବା ମେଟା କମ୍ପାନୀ ଉତ୍ପାଦ ସହିତ ସେମାନଙ୍କ ତଥ୍ୟ ସେୟାର କରିବା ପାଇଁ ଏକ ସର୍ତ୍ତ ନ ରଖିବାକୁ CCI କମ୍ପାନୀକୁ କହିଛି । CCIର ନିଷ୍ପତ୍ତି ପରେ ମେଟା ମୁଖପାତ୍ର କହିଛନ୍ତି ଯେ କମ୍ପାନୀ ଏହି ଅଭିଯୋଗରେ ସହମତ ନୁହେଁ ଏବଂ ନିୟାମକଙ୍କ ନିଷ୍ପତ୍ତି ବିରୋଧରେ ଆବେଦନ କରିବ ।

କଣ କହିଲା ମେଟା ?

ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁସାରେ, ମେଟାର ଜଣେ ମୁଖପାତ୍ର କହିଛନ୍ତି, "ଏକ ରିମାଇଣ୍ଡର ଭାବରେ 2021 ଅପଡେଟ୍‌ ଲୋକଙ୍କ ବ୍ୟକ୍ତିଗତ ତଥ୍ୟର ଗୋପନୀୟତାକୁ ପରିବର୍ତ୍ତନ କରିନଥିଲା ଏବଂ ସେହି ସମୟରେ ୟୁଜରମାନଙ୍କ ପାଇଁ ଏକ ଚଏସ୍‌ ଭାବରେ ପ୍ରଦାନ କରାଯାଇଥିଲା । ଆମେ ମଧ୍ୟ ସୁନିଶ୍ଚିତ କରିଛୁ ଯେ ଏହି ଅପଡେଟ ଯୋଗୁଁ କାହାର ଆକାଉଣ୍ଟ ଡିଲିଟ୍‌ ହେବ ନାହିଁ କିମ୍ବା ହ୍ବାଟ୍ସଆପ୍ ସେବାର କାର୍ଯ୍ୟକାରିତା ହରାଇବ ନାହିଁ ।" ଏହି ଅପଡେଟ ଆଗ ଅପେକ୍ଷା ଗୋପନୀୟତା ବାବଦରେ ଅଧିକ ସ୍ବଚ୍ଛତା ପ୍ରଦାନ କରିଛି ବୋଲି ସେ ଦାବି କରିଛନ୍ତି ।

ABOUT THE AUTHOR

...view details