ETV Bharat / technology

ଜାନୁଆରୀ 9ରେ ଲଞ୍ଚ ହେବ Oppo Reno 13 5G ସିରିଜ; ମିଳିବ ଦମଦାର ଫଟୋଗ୍ରାଫି ଫିଚର - OPPO RENO 13 5G SERIES LAUNCH DATE

ଓପୋ ରେନୋ 13 5ଜି ସିରିଜର ଲଞ୍ଚ ତାରିଖର ଖୁଲାସା ହୋଇଛି । ଆସନ୍ତା ଜାନୁଆରୀ 9 ତାରିଖରେ ଭାରତୀୟ ବଜାରରେ ଲଞ୍ଚ ହେବାକୁ ଯାଉଛି । ଅଧିକ ପଢନ୍ତୁ

Oppo Reno 13 5G Series launching in India on January 9
Oppo Reno 13 5G Series launching in India on January 9 (Photo Credit- Oppo India)
author img

By ETV Bharat Tech Team

Published : Jan 3, 2025, 5:02 PM IST

ହାଇଦ୍ରାବାଦ: ଓପୋ ରେନୋ 13 5ଜି ସିରିଜର ଲଞ୍ଚ ତାରିଖର ଖୁଲାସା ହୋଇଛି । ଆସନ୍ତା ଜାନୁଆରୀ 9 ତାରିଖରେ ଭାରତ ସମେତ କିଛି ନିର୍ଦ୍ଦିଷ୍ଟ ଗ୍ଲୋବାଲ ମାର୍କେଟରେ ଏହି ସ୍ମାର୍ଟଫୋନକୁ ଲଞ୍ଚ କରିବାକୁ ଯାଉଛି କମ୍ପାନୀ । ଏହି ସିରିଜରେ ଦୁଇଟି ସ୍ମାର୍ଟଫୋନ Oppo Reno 13 ଓ Reno 13 Pro ଲଞ୍ଚ ହେବ । ଏହା ପୂର୍ବରୁ କମ୍ପାନୀ ରେନୋ 13 ସିରିଜର ଡିଜାଇନ ଓ କଲର ଅପସନ ସମ୍ପର୍କରେ ସୂଚନା ଦେଇଥିଲା । ଲଞ୍ଚ ତାରିଖ ନେଇ କମ୍ପାନୀର X ହ୍ୟାଣ୍ଡେଲରେ ପୋଷ୍ଟ କରାଯାଇ ସୂଚନା ଦିଆଯାଇଛି ।

Oppo Reno 13 5G Series: ଲଞ୍ଚ ତାରିଖ ଓ ଉପଲବ୍ଧତା

ନଭେମ୍ବର 2024ରେ ଚୀନ ବଜାରରେ ଓପୋ ରେନୋ 13 5ଜି ସିରିଜ ଲଞ୍ଚ ହୋଇଥିଲା । ଏବେ ଏହି ସ୍ମାର୍ଟଫୋନ ଜାନୁଆରୀ 9 ତାରିଖ ସନ୍ଧ୍ୟା 5ଟାରେ ଭାରତୀୟ ବଜାରରେ ଲଞ୍ଚ ହେବାକୁ ଯାଉଛି । ଦେଶର ପ୍ରମୁଖ ଇ-କମର୍ସ ପ୍ଲାଟଫର୍ମ Flipkartରେ ଏହି ସ୍ମାର୍ଟଫୋନ ବିକ୍ରି ପାଇଁ ଉପଲବ୍ଧ ହେବ । ଏହାବ୍ୟତୀତ ଗ୍ରାହକ Oppo Indiaର ଇ-ଷ୍ଟୋରରୁ ମଧ୍ୟ ଏହି ସ୍ମାର୍ଟଫୋନକୁ କିଣିପାରିବେ । କହି ରଖୁଛୁ କି, ଭାରତରେ OPPO Reno 12 ସିରିଜ Rs 32,999ରେ ଲଞ୍ଚ ହୋଇଥିଲା ।

କଲର ଅପସନ

କମ୍ପାନୀ ପକ୍ଷରୁ ରିଲିଜ ହୋଇଥିବା ଟିଜରରୁ ଜଣାପଡ଼ିଛି ଯେ Oppo Reno 13 5G ସ୍ମାର୍ଟଫୋନ Ivory White ଓ Luminous Blue ରଙ୍ଗରେ ଉପଲବ୍ଧ ହେବ । ସେପଟେ Oppo Reno 13 Pro 5G ଲାଗି Graphite Grey ଓ Mist Lavender କଲର ଅପସନ ରହିବ । ଏହାସହିତ କ୍ୟାମେରା ଚାରିପାଖରେ ଏକ ଗ୍ଲୋଇଙ୍ଗ ଇଫେକ୍ଟ ମଧ୍ୟ ରହିବ ।

କଣ ମିଳିବ ଫିଚର ?

  • ବ୍ରାଣ୍ଡର ଅଫିସିଆଲ ୱେବସାଇଟ୍‌ରେ ରେନୋ 13 ସିରିଜର ଅନ୍ୟ ଫିଚର ସମ୍ପର୍କରେ ସୂଚନା ଦିଆଯାଇଛି ।
  • ଏଥିରେ ଫଟୋଗ୍ରାଫି ଲାଗି ଅନେକ ଫିଚର ଦିଆଯାଇଛି । ଏଥିରେ iPhone ପରି AI Livephoto ଫିଚର ମଧ୍ୟ ରହିଛି ।
  • କ୍ୟାମେରା ସେକ୍‌ ଯୋଗୁଁ ଫଟୋ ଖରାପ ହୋଇଥିଲେ ଏହାର AI Unblur ଫିଚରକୁ ବ୍ୟବହାର କରିହେବ । ଏହାସହିତ ଫଟୋରୁ ରିଫ୍ଲେକସନ ହଟାଇବାକୁ ଏଥିରେ AI Reflection Remover ଫିଚର ପ୍ରଦାନ କରାଯାଇଛି ।
  • ପାଣି ଭିତରେ ଫଟୋ ଉଠାଇବା ଲାଗି ଉଭୟ ଷ୍ଟାଣ୍ଡାର୍ଡ ଓ ପ୍ରୋ ମଡେଲରେ IP68 ଓ IP69 ରେଟିଂ ପ୍ରଦାନ କରାଯାଇଛି ।
  • ଉଭୟ ସ୍ମାର୍ଟଫୋନ MediaTek Dimensity 8350 ପ୍ରୋସେସର ସହ ଆସିବ ।
  • ଏହା 12GB RAM ଓ 512GB storage ସହ ଆସିବ ।
  • ଏଥିରେ 3.5x ଟେଲିଫଟୋ ସୁପର ଜୁମ୍‌ କ୍ୟାମେରା ଓ 120x ଡିଜିଟାଲ ଜୁମ୍‌ ମିଳିପାରେ । କିନ୍ତୁ ଏହା କେବଳ ପ୍ରୋ ମଡେଲରେ ମିଳିପାରେ ।

ଜାନୁଆରୀରେ ଆଉ କେଉଁ ଫୋନ୍‌ ଲଞ୍ଚ୍‌ ?

2025 ଜାନୁଆରୀ ମାସରେ ପଛକୁ ପଛ ଅନେକ ସ୍ମାର୍ଟଫୋନ ଲଞ୍ଚ ହେବାକୁ ଯାଉଛି । ଏହି ସ୍ମାର୍ଟଫୋନ ମଧ୍ୟରେ ବଡ଼ ବଡ଼ ବ୍ରାଣ୍ଡର ସ୍ମାର୍ଟଫୋନ ମଧ୍ୟ ସାମିଲ । ନିମ୍ନରେ ନଜର ପକାନ୍ତୁ କେଉଁ ତାରିଖରେ କେଉଁ ସ୍ମାର୍ଟଫୋନ ଲଞ୍ଚ:

  • 6 ଜାନୁଆରୀ, 2025ରେ ଲଞ୍ଚ ହେବ Redmi 14C 5G ସ୍ମାର୍ଟଫୋନ ।
  • ଜାନୁଆରୀ 7 ତାରିଖରେ OnePlus 13 Series ଲଞ୍ଚ ହେବ ।
  • ଜାନୁଆରୀ 7 ତାରିଖରେ ଆଉ ଏକ ସ୍ମାର୍ଟଫୋନ Moto G05 ମଧ୍ୟ ଲଞ୍ଚ ହେବ ।
  • ଜାନୁଆରୀ 9 ତାରିଖରେ Poco X7 Series ଲଞ୍ଚ ହେବ ।
  • ଜାନୁଆରୀ 22ରେ Samsung Galaxy S25 Series ଲଞ୍ଚ ହୋଇପାରେ ।
ଏହା ବି ପଢନ୍ତୁ
  1. ନୂଆବର୍ଷ ଆରମ୍ଭରୁ ଲଞ୍ଚ ହେବ ପାୱାରଫୁଲ ସ୍ମାର୍ଟଫୋନ; AI ସପୋର୍ଟ ସହ ମିଳିବ ଅନେକ ଫିଚର
  2. ଜାନୁଆରୀ 7ରେ ଲଞ୍ଚ ହେବ Moto G05 ସ୍ମାର୍ଟଫୋନ; ଦାମ 10ହଜାରରୁ ହୋଇପାରେ କମ୍‌

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.