ETV Bharat / technology

Blinkit ଆରମ୍ଭ କଲା ଆମ୍ବୁଲାନ୍ସ ସେବା; ମାତ୍ର 10ମିନିଟରେ ଘରେ ପହଞ୍ଚିବ ଟିମ୍‌ - BLINKIT 10 MINUTE AMBULANCE SERVICE

କ୍ବିକ୍‌ କମର୍ସ ସର୍ଭିସ୍‌ Blinkit ଆମ୍ବୁଲାନ୍ସ ସେବା ଆରମ୍ଭ କରିଛି । ଫଳରେ ମାତ୍ର 10 ମିନିଟ୍‌ରେ ଘରେ ପହଞ୍ଚିବ ଇମରଜେନ୍ସି ମେଡିକାଲ ହେଲ୍‌ପ । ଅଧିକ ପଢନ୍ତୁ

Blinkit Introduces 10 Minutes Ambulance Service
Blinkit Introduces 10 Minutes Ambulance Service (Photo Credit- X/Albinder Dhindsa)
author img

By ETV Bharat Tech Team

Published : Jan 3, 2025, 6:09 PM IST

ହାଇଦ୍ରାବାଦ: ଭାରତର କ୍ବିକ୍‌ ଇ-କମର୍ସ କମ୍ପାନୀ ବ୍ଲିଙ୍କଇଟ୍‌ (Blinkit) ଲୋକଙ୍କୁ 10 ମିନିଟ୍‌ରେ ଅର୍ଡର ପହଞ୍ଚାଉଥିଲା । ଏବେ କମ୍ପାନୀ ଏକ ପ୍ରଶଂସନୀୟ ସେବା ଆରମ୍ଭ କରିଛି । ଏହାଦ୍ବାରା ମାତ୍ର 10 ମିନିଟରେ ଆପଣଙ୍କ ଘରେ ଆମ୍ବୁଲାନ୍ସ ପହଞ୍ଚିବ । ଏଥିଲାଗି କମ୍ପାନୀ ବେସିକ୍‌ ଲାଇଫ ସପୋର୍ଟ (BLS) ସହିତ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରିଛି । ଏହି ସେବାର ଆରମ୍ଭ ହୋଇସାରିଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀ NCRର ଏକ ସହର ଗୁରୁଗ୍ରାମରେ 5ଟି ଆମ୍ବୁଲାନ୍ସ ସହ ପ୍ରଦାନ କରାଯାଉଛି ।

10ମିନିଟରେ ମିଳିବ ଆମ୍ବୁଲାନ୍ସ ସେବା

ପ୍ରତ୍ୟେକ BLS ଆମ୍ବୁଲାନ୍ସରେ ପାରାମେଡିକ୍, ହେଲପର୍‌ ଏବଂ ତାଲିମପ୍ରାପ୍ତ ଡ୍ରାଇଭର ରହିବେ ଯାହା ଦ୍ବାରା ସେମାନେ ରୋଗୀଙ୍କୁ ଯଥାଶୀଘ୍ର ଚିକିତ୍ସା ସହାୟତା ଯୋଗାଇ ପାରିବେ । ବ୍ଲିଙ୍କଇଟ୍ ସିଇଓ ଅଲବିନ୍ଦର ଢିଣ୍ଡସା Xରେ ଏକ ପୋଷ୍ଟରେ ବିଏଲ୍ଏସ୍ ଆମ୍ବୁଲାନ୍ସ ସେବା ଆରମ୍ଭ କରିବାକୁ ଘୋଷଣା କରିଛନ୍ତି । ତାଙ୍କ କହିବାନୁସାରେ, ବ୍ଲିଙ୍କଇଟ୍ କମ୍ପାନୀ ଭାରତୀୟ ସହରରେ ଦ୍ରୁତ ଏବଂ ନିର୍ଭରଯୋଗ୍ୟ ଆମ୍ବୁଲାନ୍ସ ସେବା ସମସ୍ୟାର ସମାଧାନ କରିବାକୁ ଯୋଜନା କରୁଛି ।

ଯଦିଓ ବର୍ତ୍ତମାନ ଏହି ସେବା କେବଳ ଗୁରୁଗ୍ରାମରେ ଉପଲବ୍ଧ ହୋଇଛି କିନ୍ତୁ କମ୍ପାନୀର ସିଇଓ ତାଙ୍କ ପୋଷ୍ଟ ମାଧ୍ୟମରେ କହିଛନ୍ତି ଯେ ଖୁବଶୀଘ୍ର ଏହି ସେବା ଦେଶର ଅନ୍ୟ ସହର ତଥା ଅଞ୍ଚଳରେ ଆରମ୍ଭ ହେବ । କମ୍ପାନୀ ଯଥାଶୀଘ୍ର ବ୍ଲିଙ୍କଇଟ୍ ଆପ୍ ମାଧ୍ୟମରେ ଦେଶର ଲୋକଙ୍କୁ ଏକ ମୌଳିକ ଜୀବନ ସହାୟତା (ବିଏଲ୍ଏସ୍) ଆମ୍ବୁଲାନ୍ସ ସୁବିଧା ଯୋଗାଇବାକୁ ଲକ୍ଷ୍ୟ ରଖିଛି । ସିଇଓ ସୂଚନା ଦେଇଛନ୍ତି ଯେ ବର୍ତ୍ତମାନ ବ୍ଲିଙ୍କଇଟ୍ ଆମ୍ବୁଲାନ୍ସ ସେବା ମାପଚୁପ ପର୍ଯ୍ୟାୟରେ ଅଛି । କିନ୍ତୁ ଆଗାମୀ 2ବର୍ଷ ମଧ୍ୟରେ ଦେଶର ସମସ୍ତ ପ୍ରମୁଖ ସହରରେ ଏହାକୁ ଲଞ୍ଚ କରାଯିବାକୁ ଯୋଜନା କରାଯାଉଛି ।

ଆମ୍ବୁଲାନ୍ସରେ ରହିବ ଅନେକ ସୁବିଧା

ପ୍ରତି ଆମ୍ବୁଲାନ୍ସରେ ଅକ୍ସିଜେନ ସିଲିଣ୍ଡର, ଏଇଡି, ଷ୍ଟ୍ରେଚର, ମନିଟର୍‌, ସକ୍ସନ ମେସିନ ସହିତ ମେଡିକାଲ ଇମରଜେନ୍ସି ସମୟରେ ବ୍ୟବହାର ହେଉଥିବା ସମସ୍ତ ପ୍ରକାର ଔଷଧ ଓ ଇଞ୍ଜେକ୍ସନ ଭଳି ଅନେକ ଜିନିଷ ଉପଲବ୍ଧ ହେବ । ରୋଗୀଙ୍କ ଆମ୍ବୁଲାନ୍ସରେ ପ୍ରାଥମିକ ଚିକିତ୍ସା ଲାଗି ଏକ ପାରାମେଡିକ୍‌, ଜଣେ ସହଯୋଗୀ ଓ ଜଣେ ଟ୍ରେଣ୍ଡ ଡ୍ରାଇଭର ମଧ୍ୟ ରହିବେ ।

କେତେ ଟଙ୍କା ନେବ Blinkit ?

ଏବେ ପ୍ରଶ୍ନ ଉଠୁଛି, ମାତ୍ର 10 ମିନିଟରେ ଆମ୍ବୁଲାନ୍ସ ସେବା ଯୋଗାଇଦେବା ଲାଗି ବ୍ଲିଙ୍କଇଟ୍‌ କେତେ ଟଙ୍କା ଚାର୍ଜ କରିବ ? ତେବେ ଏଥିଲାଗି କମ୍ପାନୀ ପକ୍ଷରୁ ଏଯାବତ ସଠିକ୍‌ ସୂଚନା ଦିଆଯାଇନାହିଁ । କିନ୍ତୁ ବ୍ଲିଙ୍କଇଟ୍ ସ୍ପଷ୍ଟ କରିଛି ଯେ କମ୍ପାନୀ ଦ୍ବାରା ଆରମ୍ଭ ହୋଇଥିବା ଆମ୍ବୁଲାନ୍ସ ସେବା କମ୍ପାନୀର ଆର୍ଥିକ ଲକ୍ଷ୍ୟ ପୂରଣ କରିବା ପାଇଁ ଉଦ୍ଦିଷ୍ଟ ନୁହେଁ । ବ୍ଲିଙ୍କଇଟ୍ ଆମ୍ବୁଲାନ୍ସ ସେବା ଲୋକମାନଙ୍କ ପାଇଁ ସୁଲଭ ମୂଲ୍ୟରେ ଉପଲବ୍ଧ ହେବ । ଦୀର୍ଘ ଦିନ ଧରି ଚାଲିଆସୁଥିବା ଏହି ଗମ୍ଭୀର ସମସ୍ୟାର ସମାଧାନ କରିବା କମ୍ପାନୀର ଲକ୍ଷ୍ୟ ବୋଲି କୁହାଯାଇଛି ।

ଏହା ବି ପଢନ୍ତୁ
  1. ଏବେ ଚିନ୍ତାରେ Swiggy, Blinkit ! ଆମାଜନ ଆଣୁଛି କ୍ବିକ୍‌ କମର୍ସ ସର୍ଭିସ Tez
  2. ମାତ୍ର 10 ମିନିଟରେ ଘରେ ପ୍ରିଣ୍ଟଆଉଟ୍ ପହଞ୍ଚାଇବ Blinkit

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.