ETV Bharat / state

ପ୍ରବାସୀ ଭାରତୀୟ ସାଉଁଟିବେ ଓଡ଼ିଶାର ପର୍ଯ୍ୟଟନର ଅନୁଭୂତି, ବୁଲିବେ ଚିଲିକା-ସାତପଡା - CHILIKA BIRD FESTIVAL

ଓଡ଼ିଶାର ବନ୍ୟଜନ୍ତୁ ପର୍ଯ୍ୟଟନର ଅନୁଭୂତି ନେବେ ପ୍ରବାସୀ ଭାରତୀୟ । ଚିଲିକା ସାତପଡ଼ା ନନ୍ଦନକାନନ ବୁଲିବେ । ସୂଚନା ଦେଲେ ମନ୍ତ୍ରୀ ।

CHILIKA BIRD FESTIVAL
CHILIKA BIRD FESTIVAL (ETV Bharat Odisha)
author img

By ETV Bharat Odisha Team

Published : Jan 3, 2025, 10:42 PM IST

ଭୁବନେଶ୍ବର: ଓଡ଼ିଶା ଆସିବେ ଅତିଥୀ । ଆସନ୍ତା 8ରୁ ଭୁବନେଶ୍ବରରେ ଆରମ୍ଭ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ଦିବସ । ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ଓଡ଼ିଶା ପର୍ଯ୍ୟଟନର ଅନୁଭୂତି ସାଉଁଟିବେ ପ୍ରବାସୀ ଭାରତୀୟ । ନନ୍ଦନକାନନ, ସାତପଡା, ଚିଲିକା ବୁଲିବେ । ଓଡ଼ିଶା ପର୍ଯ୍ୟଟନକୁ ଅତିପାଖରୁ ଦେଖିବେ, ସ୍ମୃତି ସାଉଁଟିବେ । ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ବ୍ୟବସ୍ଥା କରାଯାଇଛି । ଏନେଇ ଆଜି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।

ବନ୍ୟଜନ୍ତୁ ପର୍ଯ୍ୟଟନର ଅନୁଭୂତି ନେବେ ପ୍ରବାସୀ ଭାରତୀୟ:

ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି କି, ‘ଓଡ଼ିଶାର ବନ୍ୟଜନ୍ତୁ ପର୍ଯ୍ୟଟନର ଅନୁଭୂତି ନେବେ ପ୍ରବାସୀ ଭାରତୀୟ । ପ୍ରବାସୀ ଭାରତୀୟ ଦିବସ ଅବସରରେ ପ୍ରବାସୀ ଭାରତୀୟ ମାନେ ବୁଲିବେ ନନ୍ଦନକାନନ ଚିଡ଼ିଆଖାନା । ଏହାସହ ସେମାନେ ସାତପଡ଼ା ଓ ଚିଲିକାର ବରକୁଳ ଯାଇ ବିଭିନ୍ନ ପ୍ରଜାତିର ପକ୍ଷୀ ଓ ଡଲଫିନ ଦେଖିବାର ସୁଯୋଗ ପାଇବେ ।’

ପ୍ରବାସୀ ଭାରତୀୟ (ETV Bharat Odisha)
ଜାନୁଆରୀ ୬ରୁ ଆରମ୍ଭ ହେବ ପଞ୍ଚମ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ:

ମନ୍ତ୍ରୀ ଆହୁରି କହିଛନ୍ତି, "ଜାନୁଆରୀ ୬ରୁ ଆରମ୍ଭ ହେବ ପଞ୍ଚମ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ । ଜାନୁଆରୀ ୬ ତାରିଖରେ ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ଉତ୍ସବର ଉଦଘାଟନ କରିବେ । ୭ ଦିନ ଧରି ୧୨ ତାରିଖ ଯାଏଁ ଚାଲିବ ଚିଲିକା ବିହଙ୍ଗ ଉତ୍ସବ । ଏଥିରେ ବହୁ ପରିବେଶବିତ୍, ପରିବେଶ ବିଜ୍ଞାନୀ ଓ ପକ୍ଷୀପ୍ରେମୀ ଅଂଶଗ୍ରହଣ କରିବେ । ୬ରୁ ୮ ତାରିଖ ମଧ୍ୟରେ ୬୦ ଜଣ ଫଟୋଗ୍ରାଫରଙ୍କୁ ନଳବଣ ଓ ମଙ୍ଗଳା ଯୋଡ଼ିରେ ଫଟୋଗ୍ରାଫି କରିବାର ସୁଯୋଗ ମିଳିବ । ସେହିପରି ବିଭିନ୍ନ ଚିତ୍ରକଳା ମହାବିଦ୍ୟାଳୟ ଓ ଅନୁଷ୍ଠାନ ପକ୍ଷରୁ ପାରମ୍ପରିକ ଚିତ୍ରକଳା ପ୍ରଦର୍ଶନୀ ହେବ ।’

ଜାନୁଆରୀ ୧୭-୧୮ରେ ହେବ ପକ୍ଷୀ ଗଣନା:

ଜାନୁଆରୀ ୧୭-୧୮ରେ ହେବ ପକ୍ଷୀ ଗଣନା । ଚଳିତ ବର୍ଷ ଚିଲିକା, ହୀରାକୁଦ, ଅଂଶୁପା, ଭିତରକନିକା ଆଦି ସମସ୍ତ ଜଳାଶୟରେ ଏକକାଳୀନ ହେବ ପକ୍ଷୀ ଗଣନା । ପକ୍ଷୀ ଗଣନାରେ ବ୍ୟବହାର ହେବ ଟେକ୍ନୋଲଜି । ପ୍ରଥମ ଥର ଲାଗି ଚଳିତ ପକ୍ଷୀ ଗଣନା ବେଳେ ସାଟେଲାଇଟ୍ କଲାର ରିଙ୍ଗ ଜରିଆରେ କିଛି ବିଦେଶାଗତ ପକ୍ଷୀଙ୍କ ଉପରେ ରଖାଯିବ ନଜର । ବିଶେଷଜ୍ଞଙ୍କ ସହାୟତାରେ ଫ୍ଲେମିଙ୍ଗୋ, ବାର ହେଡେଡ୍ ଗିଜ୍, ପିନ ଟେଲ, ବ୍ଲାକ ଟେଲଡ୍ ଗଡୱିଟ ଭଳି ୧୦ଟି ପକ୍ଷୀ ଗୋଡ଼ରେ ଲଗାଯିବ ସାଟେଲାଇଟ୍ କଲାର୍ ରିଙ୍ଗ ।

ସୂଚନା ଥାଉକି, ଗତବର୍ଷ ଚିଲିକାକୁ ଆସିଥିଲେ ୧୮୪ ପ୍ରକାର ପ୍ରଜାତିର ୧୧ ଲକ୍ଷରୁ ଅଧିକ ପକ୍ଷୀ । ସେହିପରି ପକ୍ଷୀ ଓ କଇଁଛଙ୍କ ପାଇଁ ଚିଲିକାରେ ସ୍ଥାପନ ହେବ ସ୍ବତନ୍ତ୍ର ରିସର୍ଚ୍ଚ ସେଣ୍ଟର । ଏହା ଜରିଆରେ ପକ୍ଷୀ ଓ କଇଁଛଙ୍କ ଗତିବିଧି ଉପରେ ଲଗାତାର ନଜର ରଖାଯିବ ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।

ଏହା ମଧ୍ୟ ପଢନ୍ତୁ:

ପହଞ୍ଚିଲା ଡବଲ-ଡେକର ବସ, ପ୍ରବାସୀ ଭାରତୀୟ ଦିବସ ପାଇଁ ସଜେଇ ହେଲାଣି ରାଜଧାନୀ

ପ୍ରବାସୀ ଭାରତୀୟ ଦିବସ: ସାମିଲ ହେବେ ୧୪୦ ଦେଶର ପ୍ରତିନିଧି, ଗଡିବ ୫ ଡବଲ ଡେକର ବସ

ଜାନୁଆରୀ 6ରୁ ଚିଲିକା ପକ୍ଷୀ ମହୋତ୍ସବ: କଣ ଦେଖିବେ, କେଉଁଠି ବୁଲିବେ ?

ଆସିଲେଣି ବିଦେଶୀ ପକ୍ଷୀ, ଡିସେମ୍ବର-ଜାନୁଆରୀ ମଧ୍ୟରେ ହେବ ଗଣନା

ଜାନୁଆରୀ 8ରୁ ପ୍ରବାସୀ ଦିବସ:

ଆସନ୍ତା 8ରୁ ଜନତା ମଇଦାନରେ ଆରମ୍ଭ ହେବାକୁ ପ୍ରବାସୀ ଭାରତୀୟ ଦିବସ । 3 ଦିନିଆ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ ସହ ବହୁ ଅତିଥି ଯୋଗ ଦେବେ । ଯେଉଁଥିରେ ଦେଶ ବିଦେଶର ପ୍ରାୟ 7 ହଜାର ଅତିଥି ଯୋଗ ଦେବେ । ଏଥିପାଇଁ ରାଜଧାନୀ ଭୁବନେଶ୍ବରର ନୂଆବୋହୂ ପରି ସଜେଇ ହୋଇଛି । ଅତିଥି ଯେପରି କଳାଭୂମି ଓଡ଼ିଶାରେ ସୁନ୍ଦର ଆତିଥ୍ୟତା ପାଇଁ ଏଥିପାଇଁ ସମସ୍ତ ପ୍ରସ୍ତୁତି କରିଛନ୍ତି ମୋହନ ମାଝୀ ସରକାର । ଅତିଥିଙ୍କୁ ବୁଲାଇବା ପାଇଁ ଡବଲ ଡେକର ବସ ଆସିଥିବା ବେଳେ ସବୁଠି ଉତ୍କଳୀୟ କଳା ସଂସ୍କୃତିର ଝଲକ ଦେଖିବାକୁ ମିଳୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.