ହାଇଦ୍ରାବାଦ: ପାର୍ବଣ ଋତୁକୁ ଆଖି ଆଗରେ ରଖି ବିଭିନ୍ନ କମ୍ପାନୀ ନିଜ ପ୍ରଡକ୍ଟ ଉପରେ ରିହାତି ପ୍ରଦାନ କରୁଛନ୍ତି । କିଛି ରିହାତି ଗ୍ରାହକଙ୍କୁ ଆଶ୍ଚର୍ଯ୍ୟଚକିତ କରୁଛି । କାରଣ ଏହି ଅଫରରେ ଗ୍ରାହକଙ୍କୁ ଏକ ଭଲ ଡିଲ୍ ମିଳୁଛି । ଏହି କ୍ରମରେ ଦକ୍ଷିଣ କୋରିଆ କମ୍ପାନୀ ସାମସଙ୍ଗ ଓ ଚାଇନିଜ କମ୍ପାନୀ ୱାନପ୍ଲସ ଫୋଲ୍ଡେବଲ ସ୍ମାର୍ଟଫୋନ ଉପରେ ଦମଦାର ଅଫର ପ୍ରଦାନ କରୁଛି । ଏହି ଫୋଲ୍ଡେବଲ ଫୋନର ନାମ ହେଉଛି ସାମସଙ୍ଗ ଗାଲାକ୍ସି ଜେଡ ଫୋଲ୍ଡ 5 (Samsung Galaxy Z Fold 5) ଓ ୱାନପ୍ଲସ ଓପେନ (OnePlus Open) ।
Samsung Galaxy Z Fold 5:-
ସାମସଙ୍ଗର ୱେବସାଇଟରେ ଏହି ଫୋଲ୍ଡେବଲ୍ ଫୋନର ମୂଲ୍ୟ 1 ଲକ୍ଷ 64 ହଜାର 999 ଟଙ୍କା ରହିଛି । ଯଦି ଆପଣ ଏହି ଫୋନ୍ କିଣିବା ପାଇଁ ଏକ HDFC ବ୍ୟାଙ୍କ କାର୍ଡ ବ୍ୟବହାର କରନ୍ତି, ତେବେ ଆପଣଙ୍କୁ 15,000 ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ । ଏହା ବ୍ୟତୀତ ଗ୍ରାହକମାନଙ୍କୁ ଏହି ଫୋନରେ 15,000 ଟଙ୍କା ପର୍ଯ୍ୟନ୍ତ ଏକ ଏକ୍ସଚେଞ୍ଜ୍ ବୋନସ୍ ମଧ୍ୟ ଦିଆଯାଉଛି । ତେଣୁ ମୋଟ ରିହାତିକୁ ମିଶାଇଲେ ଏହି ଫୋନ ଉପରେ 30,000 ଟଙ୍କା ଦିଆଯାଉଛି ।
ଫିଚର୍ସ କଣ ? : ସାମସଙ୍ଗ ଗାଲାକ୍ସି ଜେଡ ଫୋଲ୍ଡ 5 ସ୍ମାର୍ଟଫୋନରେ ଅନେକ ଦମଦାର ଫିଚର୍ ରହିଛି । ଯାହାକି ୟୁଜରଙ୍କୁ ଏକ ନିଆରା ଅନୁଭୂତି ପ୍ରଦାନ କରିବ ।
- 7.6-ଇଞ୍ଚ QXGA+ ଡାଇନାମିକ ଡିସପ୍ଲେ
- 6.2 ଇଞ୍ଚ ସେକେଣ୍ଡ କଭର ଡିସପ୍ଲେ
- ମିନି ଟ୍ୟାବଲେଟ୍ର ଅନୁଭବ ପ୍ରଦାନ କରିବ
- 120Hz ରିଫ୍ରେସ ରେଟ୍
- ମେନ୍ ବ୍ୟାକ୍ କ୍ୟାମେରା 5MP
- 4400mAh ବ୍ୟାଟେରୀ
- 25W ଫାଷ୍ଟ ଚାର୍ଜିଂ ସପୋର୍ଟ Samsung Galaxy Z Fold 5 (Samsung)