ହାଇଦ୍ରାବାଦ: ଅଟୋ ଏକ୍ସପୋ 2025 ଇଭେଣ୍ଟର ତାରିଖ ପ୍ରକାଶ ପାଇଛି । ଭାରତରେ ହେବାକୁ ଥିବା ସବୁଠାରୁ ବଡ ଅଟୋ ମେଳା ଜାନୁଆରୀ 17ରୁ ଆରମ୍ଭ ହୋଇ 22 ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଇଭେଣ୍ଟ ପାଇଁ ଅଟୋ ପ୍ରଦର୍ଶକଙ୍କ ତାଲିକା ମଧ୍ୟ ପ୍ରକାଶ ପାଇଛି । ମାରୁତି ସୁଜୁକି, ହୁଣ୍ଡାଇ, ହିରୋ ମୋଟୋକର୍ପ ଭଳି କମ୍ପାନୀ ଅଟୋ ଏକ୍ସପୋ 2025ରେ ଅଂଶଗ୍ରହଣ କରୁଥିବାବେଳେ କେତେକ କମ୍ପାନୀ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇନାହାନ୍ତି ।
ଜିପ୍, ରେନଲ୍ଟ୍, ନିସାନ୍, ରୟାଲ୍ ଏନଫିଲ୍ଡ ଏବଂ ସାଇଟ୍ରିଅନ୍ ପରି କମ୍ପାନୀଗୁଡିକ ଏହି ଅଟୋ ଏକ୍ସପୋ 2025ରେ ଭାଗ ନେବେ ନାହିଁ । ଚଳିତ ବର୍ଷର ଅଟୋ ଏକ୍ସପୋ ବହୁତ ଭଲ ହେବାକୁ ଯାଉଛି କାରଣ ଏହା ଭାରତୀୟ ଏବଂ ଅନ୍ତର୍ଜାତୀୟ ଅଟୋମେକର୍ସ ଦ୍ବାରା ଅନେକ ନୂତନ ଉତ୍ପାଦର ଉନ୍ମୋଚନ ହେବ । ତେବେ ଆସନ୍ତୁ ଜାଣିବା କେଉଁ କମ୍ପାନୀ ଅଟୋ ଏକ୍ସପୋ 2025ରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି ।
Representational picture (File Photo: IANS) 2025 ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ: ସ୍ଥାନ
ଆସନ୍ତା ବର୍ଷ 2025 ପାଇଁ ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ ଦିଲ୍ଲୀ-ଏନସିଆର ସ୍ଥିତ ଭାରତ ମଣ୍ଡପମ୍, ଯଶୋଭୂମି (ଇଣ୍ଡିଆ ଇଣ୍ଟରନ୍ୟାସନାଲ କନଭେନସନ୍ ଆଣ୍ଡ ଏକ୍ସପୋ ସେଣ୍ଟର) ଦ୍ବାରକା ଏବଂ ଇଣ୍ଡିଆ ଏକ୍ସପୋ ସେଣ୍ଟର ଆଣ୍ଡ ମାର୍ଟ, ଗ୍ରେଟର ନୋଏଡାଠାରେ ଅନୁଷ୍ଠିତ ହେବାକୁ ଯାଉଛି ।
ଏକ୍ସପୋରେ ଭାଗ ନେବାକୁ ଥିବା କାର ମେକର୍ସ
- BMW ଇଣ୍ଡିଆ
- BYD
- ହୁଣ୍ଡାଇ ମୋଟର ଇଣ୍ଡିଆ
- କିଆ ଇଣ୍ଡିଆ
- ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା
- ମାରୁତି ସୁଜୁକି
- ମର୍ସିଡିଜ୍ ବେଞ୍ଜ୍
- MG ମୋଟର ଇଣ୍ଡିଆ
- ସ୍କୋଡା ଅଟୋ ଇଣ୍ଡିଆ
- Porsche
- ଟାଟା ମୋଟର୍ସ
- ଟୟୋଟା କିର୍ଲୋସ୍କର ମୋଟର
ତାଲିକା ଅନୁଯାୟୀ 2025 ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋରେ 13ଟି କାର ନିର୍ମାତା କମ୍ପାନୀ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ମାରୁତି ସୁଜୁକି, ଟାଟା ମୋଟର୍ସ, ସ୍କୋଡା ଏବଂ ହୁଣ୍ଡାଇ ପରି କାର ନିର୍ମାତା କମ୍ପାନୀ ସେମାନଙ୍କର ବଡ଼ ପ୍ରକଳ୍ପ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି । ଟାଟା ମୋଟର୍ସ ଏହାର ବହୁ ପ୍ରତୀକ୍ଷିତ ହ୍ୟାରିଅର୍ ଇଭି ଏବଂ ସିଆର ଇଭିର ପ୍ରଡକ୍ସନ ରେଡି ମଡେଲ୍ ଉପସ୍ଥାପନ କରିପାରେ । ମାରୁତି ସୁଜୁକି ଗ୍ରାଣ୍ଡ ଭିଟାରାର ଇଭି ସଂସ୍କରଣକୁ ଏହାର ଫେସଲିଫ୍ଟ ସହିତ ପ୍ରଦର୍ଶନ କରିପାରନ୍ତି । ଏହା ସହିତ ସ୍କୋଡା ଅଟୋ ଏହାର ସମ୍ପୂର୍ଣ୍ଣ ଲାଇନ୍ଅପ୍ Octavia RS, ନୂତନ ସ୍କୋଡା କୋଡିଆକ୍ ଏବଂ ନୂତନ ସ୍କୋଡା Superb ଭଳି କାର ଉପସ୍ଥାପନ କରିବ ବୋଲି ଆଶା କରାଯାଉଛି ।
ଏକ୍ସପୋରେ ଭାଗ ନେବାକୁ ଥିବା ଦୁଇ-ଚକିଆ ନିର୍ମାତା କମ୍ପାନୀ
- ଆଥର୍ ଏନର୍ଜି
- ବଜାଜ ଅଟୋ ଲିମିଟେଡ
- ହିରୋ ମୋଟୋକର୍ପ
- ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର
- ଓଲା ଇଲେକଟ୍ରିକ୍
- ସୁଜୁକି ମୋଟରସାଇକେଲ ଇଣ୍ଡିଆ
- TVS ମୋଟର କମ୍ପାନୀ
- Yamaha ମୋଟର ଇଣ୍ଡିଆ
ଉପରୋକ୍ତ ତାଲିକାଭୁକ୍ତ ଦୁଇ ଚକିଆ ନିର୍ମାତାମାନଙ୍କ ମଧ୍ୟରେ ହିରୋ ମୋଟୋକର୍ପ ପରି କମ୍ପାନୀଗୁଡିକ XICP 210, Xtreme 250 ଏବଂ ଅପଡେଟ୍ ହୋଇଥିବା ମାଭ୍ରିକ୍ ପରି EICMAରେ ଲଞ୍ଚ ହୋଇଥିବା ଏହାର କିଛି ଉତ୍ପାଦ ପ୍ରଦର୍ଶନ କରିପାରନ୍ତି । ହୋଣ୍ଡା ହୁଏତ ଏହାର ପ୍ରଥମ ଇଲେକଟ୍ରିକ୍ ସ୍କୁଟର- ଆକ୍ଟିଭା-ଇ ଏବଂ QC 1 ପ୍ରଦର୍ଶନ କରିପାରେ ।