ଓଡିଶା

odisha

ETV Bharat / technology

ଲାଟେଷ୍ଟ M4 ଚିପ୍‌ ସହ MacBook Pro ଲଞ୍ଚ କଲା ଆପଲ୍‌; ଦାମ ଏତିକି

ଆପଲ୍‌ ନୂଆ ମ୍ୟାକ୍‌ବୁକ ପ୍ରୋ ଲଞ୍ଚ କରିଛି । ଏଥିରେ ଏମ4 ଚିପ ଥିବାରୁ ପୂର୍ବାପେକ୍ଷା ଦ୍ରୁତ ଭାବେ କାମ କରିବ । ଅଧିକ ପଢନ୍ତୁ

Apple Launches New MacBook Pro
Apple Launches New MacBook Pro (Photo- Apple)

By ETV Bharat Tech Team

Published : Nov 2, 2024, 10:21 AM IST

ହାଇଦ୍ରାବାଦ:ଆପଲ୍ ବୁଧବାର M4 ଚିପ୍‌ ଦ୍ବାରା ପରିଚାଳିତ ନୂତନ ମାକବୁକ୍ ପ୍ରୋ ଲଞ୍ଚ କରିଛି । ଯାହାକି ବହୁ ଦ୍ରୁତ କାର୍ଯ୍ୟଦକ୍ଷତା ଏବଂ ବର୍ଦ୍ଧିତ କ୍ଷମତା ପ୍ରଦାନ କରିବାକୁ ଯାଉଛି । ନୂତନ ମାକବୁକ୍ ପ୍ରୋରେ ଆପଲ୍ ଇଣ୍ଟେଲିଜେନ୍ସ ଫିଚର ରହିଛି । 14-ଇଞ୍ଚ୍ ମ୍ୟାକବୁକ୍ ପ୍ରୋରେ ସ୍ପେସ୍ ବ୍ଲାକ୍ ଏବଂ ସିଲଭର ଫିନିସ ଦିଆଯାଇଥିବା ବେଳେ ଏଥିରେ M4 ଏବଂ ତିନୋଟି ଥଣ୍ଡରବୋଲ୍ଟ, 16 ଜିବି ମେମୋରି ଦିଆଯାଇଛି ।

M4 Pro ଏବଂ M4 Max ସହିତ 14 ଏବଂ 16-ଇଞ୍ଚ୍ ମଡେଲଗୁଡିକ ଶୀଘ୍ର ଟ୍ରାନ୍ସଫର ସ୍ପିଡ ଏବଂ ଉନ୍ନତ ସଂଯୋଗ ପାଇଁ ଥଣ୍ଡରବୋଲ୍ଟ 5 ପ୍ରଦାନ କରାଯାଇଛି । କମ୍ପାନୀ ଅନୁଯାୟୀ ସମସ୍ତ ମଡେଲରେ ଏକ ଲିକ୍ବିଡ୍ ରେଟିନା XDR ଡିସପ୍ଲେ ଅନ୍ତର୍ଭୂକ୍ତ ହୋଇଛି ଯାହାକି ଏକ ନୂତନ-ନାନୋ-ଟେକ୍ସଚର୍ ଡିସପ୍ଲେ ଅପସନ୍ ଏବଂ SDR କଣ୍ଟେଣ୍ଟ ପାଇଁ 1000 ନିଟ୍ ପର୍ଯ୍ୟନ୍ତ ବ୍ରାଇଟନେସ, ଏକ ଉନ୍ନତ 12MP ସେଣ୍ଟର୍ ଷ୍ଟେଜ୍ କ୍ୟାମେରା ଦିଆଯାଇଛି ।

ଏହା ବି ପଢନ୍ତୁ
  1. ରାଜସ୍ବ ସଂଗ୍ରହରେ ଭାରତରେ Appleର ବଡ଼ ରେକର୍ଡ; ଆଉ 4ଟି ଷ୍ଟୋର ଖୋଲିବାକୁ ଘୋଷଣା
  2. M4 Pro ଚିପ ସହ ଲଞ୍ଚ ହେଲା Mac Mini; ଦାମ ଏତିକି
  3. ଆସିଗଲା Appleର ନୂଆ iMac; ରହିଛି M4 ପ୍ରୋସେସର, ଜାଣନ୍ତୁ କଣ ଖାସ
  4. ଭାରତରେ ଲଞ୍ଚ ହେଲା ଆପଲ୍‌ iPad Mini, କେତେ ଦାମ ଓ କଣ ମିଳିବ ଫିଚର୍‌
  5. iPhone ୟୁଜରଙ୍କ ଅପେକ୍ଷାର ଅନ୍ତ; ମିଳିଲା AI ଫିଚର, Mac ଓ iPadରେ ବି ଉପଲବ୍ଧ

ଚିପସେଟ୍‌ ଅପସନ: ଏହି ନୂଆ ଆପଲ୍‌ ମ୍ୟାକବୁକ୍‌ ପ୍ରୋ ତିନୋଟି ଚିପ ଅପସନ ସହିତ ଆସିଛି ।

  • M4
  • M4 Pro
  • M4 Max

ନୂଆ MacBookକୁ ନେଇ ଏମିତି କହିଲା ଆପଲ୍‌:-

ଆପଲ୍‌ ହାର୍ଡୱେୟାର ଇଞ୍ଜିନିୟରିଂର ବରିଷ୍ଠ ଉପସଭାପତି ଜନ୍ ଟର୍ନସ୍ କହିଛନ୍ତି, "ମ୍ୟାକବୁକ୍ ପ୍ରୋ ହେଉଛି ଏକ ଅବିଶ୍ବସନୀୟ ଶକ୍ତିଶାଳୀ ଉପକରଣ ଯାହା ଲକ୍ଷ ଲକ୍ଷ ଲୋକ ନିଜ ଜୀବନର ସର୍ବୋତ୍ତମ କାର୍ଯ୍ୟ କରିବା ପାଇଁ ବ୍ୟବହାର କରନ୍ତି । ଆଜି ଆମେ ଏହାକୁ ଆହୁରି ଉନ୍ନତ କରୁଛୁ । ଚିପ୍ସ ଏବଂ ଥଣ୍ଡରବୋଲ୍ଟ 5, ଏକ ଉନ୍ନତ 12MP ସେଣ୍ଟର୍ ଷ୍ଟେଜ୍ କ୍ୟାମେରା, ଏକ ନୂତନ ନାନୋ-ଟେକ୍ସଚର୍ ଡିସପ୍ଲେ ବିକଳ୍ପ ଏବଂ ଆପଲ୍ ଇଣ୍ଟେଲିଜେନ୍ସ ଭଳି ପ୍ରୋ ଫିଚର ସହିତ ପ୍ୟାକ୍ ହୋଇଛି । ନୂତନ ମାକବୁକ୍ ପ୍ରୋ ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ବର ସର୍ବୋତ୍ତମ ପ୍ରୋ ଲାପଟପ୍ ଭାବରେ ପରିଚିତ ଥିବା ବେଳଏ ଏହାର ବିକ୍ରି ଜାରି ରହିଛି ।"

କଣ ରହିଛି ଫିଚର ?

  • 12MP ସେଣ୍ଟର ଷ୍ଟେଜ କ୍ୟାମେରା
  • ଦ୍ରୁତ କାର୍ଯ୍ୟଦକ୍ଷତା
  • 16GB RAM
  • କମ୍ ଆଲୋକୀକରଣ ଅବସ୍ଥା
  • ଥଣ୍ଡରବୋଲ୍ଟ 4 ପୋର୍ଟ
  • M4 ଚିପ୍‌
  • HDMI ପୋର୍ଟ
  • SDXC କାର୍ଡ ସ୍ଲଟ
  • MagSafe 3 ପୋର୍ଟ ଚାର୍ଜିଂ
  • 3.5ମିମି ହେଡଫୋନ୍‌ ଜ୍ୟାକ୍‌
  • ଆପଲ୍‌ ଇଣ୍ଟେଲିଜେନ୍ସ

ଦାମ କେତେ ?

  • ବଜାରରେ M4 ଚିପ୍ ସହିତ 14-ଇଞ୍ଚ୍ ମ୍ୟାକବୁକ୍ ପ୍ରୋ ମୂଲ୍ୟ 1,69,900 ଟଙ୍କାରୁ ଆରମ୍ଭ ।
  • M4 Pro ଚିପ୍‌ ସହିତ ମ୍ୟାକବୁକ୍ ପ୍ରୋର ପ୍ରାରମ୍ଭିକ ମୂଲ୍ୟ 1,89,900 ଟଙ୍କା ।
  • ମ୍ୟାକବୁକ୍ ପ୍ରୋର M4 ମ୍ୟାକ୍ସ ଚିପ୍ ଭାରିଏଣ୍ଟର ପ୍ରାରମ୍ଭିକ ମୂଲ୍ୟ 2,09,900 ଟଙ୍କା ରହିଛି ।

ନୂତନ ମ୍ୟାକବୁକ୍ ପ୍ରୋ ବର୍ତ୍ତମାନ ପ୍ରି-ଅର୍ଡର ପାଇଁ ଉପଲବ୍ଧ ଥିବା ବେଳେ ନଭେମ୍ବର 8ରୁ ଏହା ବଜାରରେ ଉପଲବ୍ଧ ହେବ ବୋଲି କମ୍ପାନୀ କହିଛି।

ABOUT THE AUTHOR

...view details